ଯାଜପୁର, ୧୭/୧୦/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ବିଭିନ୍ନ ବ୍ଲକ ଅଞ୍ଚଳରେ କରାଯାଇଥିବା ମା ଦୂର୍ଗାଙ୍କର ୫ଦିନ ଧରି ପୂଜା ଅୁଷ୍ଟିତ କରାଯାଇଥିଲା । ସରକାରଙ୍କ କୋଭିଡ଼ି ନିୟମକୁ ଆଖିଆଗରେ ରଖି ବିଭିନ୍ନ ପୂଜା ମଣ୍ଡପରେ ସରକାରଙ୍କ ଗାଇଡଲାଇନ ଅନୁସାରେ ୫ରୁ ୭ଜଣଙ୍କ ମଧ୍ୟରେ ମାଙ୍କର ପୂଜା ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ସହିତ ମାଙ୍କର ପୂଜା ଅନୁଷ୍ଟିତ ହୋଇଥିଲା । ଲଘୁଚାପ ବର୍ଷାରେ ପୂଜା ଫିକା ପଡ଼ିଥିବା ବେଳେ, ଭକ୍ତମାନଙ୍କ ମନରେ ଦୁଃଖ ରହିଥିବା ବେଳେ, ମାଙ୍କର ଫେରିବା ବାଟକୁ ଚାତକ ପରି ଚାହିଁ ରହିଥିଲେ । ଅଶୃଳ ନୟନରେ ଭକ୍ତମାନେ ବିଦାୟ ଦେଇଥିବା ବେଳେ, ମା ପୁଣି ଫେରିବେ ଆର ବର୍ଷକୁ । ଏହି ଅବସରରେ ମାଙ୍କୁ ଶଙ୍ଖ ହୁଳାହୁଳୀ ହରିବୋଲ ନାଦରେ ଜଗତ ଜନନୀ ମା ଦୂର୍ଗାଙ୍କୁ ବିଦାୟ ଦେଇଥିଲେ । ବିଭିନ୍ନ ନଦୀ ମାନଙ୍କରେ ମାଙ୍କୁ ବିସର୍ଜ୍ଜନ କରାଯାଇଥିଲା । ବିରାଟ ପଟୁଆରରେ ମା ମାନଙ୍କୁ ନିଆଯାଇ ଦଶହରା ପଡ଼ିଆରେ ମେଢ଼ ଗୁଡ଼ିକୁ ଏକତ୍ରିତ କରାଯାଇଥିଲା । ଅଶୃଳ ନୟନରେ ଭକ୍ତମାନେ ମାଙ୍କୁ ବିଦାୟ ଦେଇଥିବା ବେଳେ, ସେମାନଙ୍କ ଆଖିରେ ଲୁହ ଛଳଛଳ ହେଉଥିବା ଦେଖିବାକୁ ମିଳିଥିଲା । କୋଭିଡ଼ କଟକଣା ନୟମକୁ କିମିଟି ପକ୍ଷରୁ ପାଳନ କରାଯିବା ସହିତ ମାଙ୍କୁ ବିସର୍ଜ୍ଜନ କରାଯାଇଥିଲା ।
ଅଶୃଳ ନୟନରେ ମାଙ୍କୁ ବିଦାୟ ଦେଲେ ମା ଫେରିବ ପୁଣି ଆର ବର୍ଷକୁ
|
October 18, 2021 |