ଅଵସରକାଳୀନ ଵିଦାୟ ସମ୍ବଦ୍ଧନାସଭା

Spread the love

ଯାଜପୁର/୩୧/୦୩/ସନ୍ଧାନ ନିଉଜ୍) ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ସ୍ଥିତ ଶାରଦା ସଂସ୍କୃତାୟ ନମ୍ ର ସହକାରୀ ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି ଅବସର କାଳୀନ ଵିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି, ଏହି ସଭାରେ ପଣ୍ଡିତ -ଗୋପାଳ ଚନ୍ଦ୍ର ଦୋବାଇ ସଭାପତିତ୍ବ କରିଥିଲେ, ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ସଂସ୍କୃତି ମହାମଣ୍ଡଳ ଯାଜପୁର ଶାଖା ର ସଂପାଦକ ନରହରି ଦାସ (ଶିକ୍ଷକ )ମୁଖ୍ୟବକ୍ତା ଭାବେ ମହାମଣ୍ଡଳ ପ୍ରଧାନ ପଣ୍ଡିତ ଲକ୍ଷ୍ମୀଧର ଵେହେରା, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ପ୍ରଧାନ ପଣ୍ଡିତ ଓ ଗବେଷକ ଲଛମନ ରାଉତ .ସମାଜସେବୀ ସନ୍ତୋଷ କୁମାର ଜେନା, ଶରଦା ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତରଞ୍ଜନ ଵେହେରାଓ ଅନ୍ୟତମ ଅତିଥି ମାନେ ଉପସ୍ଥିତ ରହିଥିଲେ ,ଉକ୍ତ ଅନୁଷ୍ଠାନରେ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ମହାନ୍ତି ଶିକ୍ଷକତା ଜୀବନ ଆରମ୍ଭ କରି ଆଜି ଅବସର ନେଉଥିବାରୁ ପୁରାତନ ଛାତ୍ର ଛାତ୍ରୀ ଏବଂ ଚଳିତ ବର୍ଷ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା,ପରିଚାଳନା ସମିତି ପ୍ରତି ଭାଵ ଵିହୁଳ ହୋଇପଡିଥିଲେ, ସ୍ନେହ ଶ୍ରଦ୍ଧା.ସହଯୋଗ ଓ ଅନ୍ୟମାନଙ୍କ ପ୍ରତି ସମ୍ମାନ ସଂପକରେ ସର୍ବଶୀ ନିଜସ୍ୱ ମତାମତ ଓ ଅଭିଭାଷଣ ବ୍ୟକ୍ତ କରିଥିଲେ ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀ ଵିଦାୟ ସହକାରୀ ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି ଙ୍କୁ ଉପହାର ମାନ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ଅସୀମ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ. ..ଏକ ଶୋଭାଯାତ୍ରାରେ କୋତପୁର ଜାଗୁଲାଇ ଠାରୁ ଆରମ୍ଭ କରି କୋତପୁର,ପାଳେଶ୍ୱର, ବଜ୍ରଗିରି. ନୁଆପାଟଣା.ବୃଦ୍ଧଲିଙ୍ଗ, ରମାପୁର.ଉଦୟନଗର.ନୋସ୍ତା,କଦମପାଳ ଗ୍ରାମ ର ବୁଢୀ ଜାଗୁଳାଇ ପୀଠରେ ଥିବା ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ମହାନ୍ତିଙ୍କ ଵାସଭଵନ ପର୍ଯ୍ୟନ୍ତ ଏକ ବିଶାଳ ପଟୁଆରରେ ନିଆଯାଇଥିଲା ,ସେଠାରେ ଗ୍ରାମ ର ସର୍ବଶ୍ରୀ ଵଳରାମ ମହାନ୍ତି, ଇଂ.ସୂର୍ଯ୍ୟକାନ୍ତ ଜେନା, ସନାତନ ପ୍ରଧାନ, ପ୍ରଭାକର ମଣ୍ଡଳ,ନିରଞ୍ଜନ ଅଧିକାରୀ ଏବଂ ବୈଷ୍ଣବ ଚରଣ ପ୍ରଧାନ ଏବଂ ଅନେକ ବ୍ୟକ୍ତି ବିଶେଷ ସମ୍ବଦ୍ଧିତ କରିଥିଲେ.

Related Posts

About The Author

Add Comment