ଧର୍ମଶାଳା ୧୧/୬ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ ରେ ପ୍ରାୟତଃ ତିନୋଟି ଲାଇସେନ୍ସ ଯୁକ୍ତ ମଦ କାଉଣ୍ଟର ଥିବା ବେଳେ ଏମାନଙ୍କ ଜରିଆରେ ମିଳି ଯାଇଛି ପ୍ରତି ଗଲି କନ୍ଧିରେ ମଦ ବେପାର ଲାଇସେନ୍ସ।ଏଥିରେ ଅନେକ କ୍ଷୟ କ୍ଷତି ହେବା ସହ ଅନେକ ଦୂର ଘଟଣା ଘଟୁଛି । ଧର୍ମଶାଳା ବ୍ଲକ ରେ ଜାରକା,ଚଣ୍ଡିଖୋଲ,ବାରବାଟୀ ରେ ତିନୋଟି ଠିପି ବନ୍ଦ ଦୋକାନ ଥିବା ବେଳେ ଏଠି ଚାଲିଛି ଠିପିଖୋଲା ବେପାର ।ଆଇନ ଗୋଟେ ବେପାର ଗୋଟେ।ଏଥିରେ ଅବକାରୀ ବାବୁ ମାନେ ମୋଟା ଅଙ୍କ ପକେଟ ଖର୍ଚ୍ଚ ପାଇ ଆଖି ବୁଜିଦେଇ ଛନ୍ତି।ଖାଲି ସେତିକି ନୁହେଁ କହିବାକୁ ଗଲେ ଧର୍ମଶାଳା ଥାନା ଚାରିପଟେ ମଦବେପାର ଚାଲିଥିବା ବେଳେ ପ୍ରତ୍ୟେକ ଛକରେ,ଜାତୀୟ ରାଜପଥ କଡରେ,ନେଉଳ ପୁର,କାଏମା ,ଜେନାପୁର ଥାନ ଅଂଚଳ ର ଅନେକ ଗ୍ରାମରେ ଚାଲିଛି ଚୋରା ନିଶା ବେପାର।ସବୁଠୁ ବଡ କଥା ଚଣ୍ଡିଖୋଲ ଛକରେ ଚାଲିଥିବା ପ୍ରେତ୍ୟେହ ପରିବା ବେପାରୀ ଙ୍କ ଭିତରକେତେଙ୍କ ପାଖରେ ମିଳୁଛି ଚୋରା ମଦ ଗଂଜେଇ ଏଥି ରେ ଅବକାରୀ ବାବୁ ମାନଙ୍କ ନଜର କାହିଁକି ନାହିଁ।ଧର୍ମଶାଳା ର ପ୍ରଗତି ନିମନ୍ତେ ଏ ହେଉଛି ପ୍ରଶାସନ ର ପ୍ରୟାସ।ସରକାରୀ ବାବୁମାଙ୍କର କଢ଼ା ଡିଉଟି,ଛୋଟ ଛୋଟ ପିଲା ମାନେ ନିଶା ସେବନ କରି ଗାଡି ଚଳାଇ ଦୁର୍ଘଟଣା ଘଟାଇବା ରାସ୍ତା ରେ ପଡିବା,ଗଣ୍ଡଗୋଳ କରିବା ପ୍ରତ୍ୟେକ ଦିନ ଅନେକ ସମ ସ୍ୟା ଦେଖିବାକୁ ମିଳୁଛି।ସେପଟେ ଆଇନ ରକ୍ଷକ ବାବୁ ମାନେ ଲାଲେଲାଲ ବନିଯାଉଛନ୍ତି।ତଳ ଅଫିସର ଠାରୁ ଉଛପଦସ୍ତ ଅଫିସର ବାବୁ ମାନଙ୍କ ମାସିକ ଚାନ୍ଦା ଟାଇମ ଅନୁଯାଇ ଘରେ ପହଂଚି ଯାଉଛି।ଯଦି କିଏ ଦେବାରେ ହେଳା କଲା ଲୋକ ଦେଖାଣିଆ ଧରି କୋଟ ଚାଲାଣ କରାଯାଉଛି।କେଉଁଠି ମା ଆଖିରେ ଲୁହ ତ ସ୍ତ୍ରୀ ଆଖିରେ ଲୁହ କେଉଁଠି ପିଲା ଛୁଆ ଭୋକ ଉପାସରେ ଅଭାବରେ ଥାଇ ପିନ୍ଧିବାକୁ ପଢିବା ବନ୍ଦ କଲେଣି ତ କେଉଁଠି ବାପା ମା ଅଭାବରେ ଭିକ ମାଗିଲେଣି।ଏହି କଣ ସରକାର ଙ୍କ ପ୍ରଗତି।ଏଥିପାଇଁ କେବଳ ସରକାରୀ ବାବୁ ମାନେ ଦାୟୀ।ଯଦି ପ୍ରତ୍ୟେକ ଗାଁ ଗଣ୍ଡା ଛକ ବଜାର ରୁ ଚୋରା କାରବାର କୁ ରୋକାନ୍ତେ ତେବେ ବହୁ ମାତ୍ରାରେ ଯୁବ ପିଢ଼ି ନିଶା ସେବନ ରୁ ଦୁରେଇ ଯାଆଁନ୍ତେ ବୋଲି କିଛି ବୁଦ୍ଧି ଯିବି ମାନେ ଆଲୋଚନା କରିବା ସହ ସରକାର ନଜର ଦେବା ସହ ଯାଜପୁର ଜିଲ୍ଲାର ଧର୍ମଶାଳା ଅବକାରୀ ବିଭାଗର ବାବୁମାନଙ୍କ ସହିତ ତଥା ଜେନାପୁର ଥାନା,ଧର୍ମଶାଳା ଥାନା,ବଡଚଣା ଥାନା ପୋଲିସ କର୍ମଚାରୀ ମାନଙ୍କ କାର୍ଯ୍ୟ କଳାପ ଉପରେ ନଜର ଦେବାକୁ ଦାବି କରିଛନ୍ତି।ନଚେତ ଆଗାମୀ ଦିନରେ ବହୁତ ବଡ଼ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି
ଅଵକାରୀ ବିଭାଗର ଅଣଦେଖା ଧର୍ମଶାଳା ଅଂଚଳରେ ଚାଲିଛି ବେଧଡ଼କ ମଦ,ନିଶା କାରବାର
|
June 11, 2019 |