ଅଳ୍ପକେ ବର୍ତ୍ତିଲେ ଦୁଇ ମେଧାବୀ ଛାତ୍ର*

Spread the love

 ଚାନ୍ଦବାଲି, ୧୫/୧୨/୨୦ (ସନ୍ଧାନ ନିଉଜ) : ଘଟପୁର ପଞ୍ଚାୟତ ଖେରଙ୍ଗ ବଜାର ନିକଟସ୍ଥ ଏକ ଟ୍ରକ ଡ୍ରାଇଭର ର ବେରରୁଆ ଗାଡ଼ି ଚାଳନା ପାଇଁ ଦୁଇ ମେଧାବୀ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଖବର ଅନୁଯାୟୀ ରାଉତ ସାହି ଗ୍ରାମର  ବାଇଧର ରାଉତ ଙ୍କ ପୁଅ ଶୁଭମ୍ ରାଉତ (୧୪)ଏବଂ ସେହି ଗ୍ରାମର  ତାଙ୍କ ବନ୍ଧୁ ବାପୁନୁ ଦଳାଇ(୧୫) ଟିଉସନ ସାରି ଘରକୁ ଫେରୁଥିବା ସମୟରେ  ରାସ୍ତା ପାର୍ଶ୍ଵରେ  ସାଇକେଲ ରଖି  ତାଙ୍କ ଶିକ୍ଷକ ଙ୍କ ସହ  କୌଣସି ବିଷୟରେ ଆଲୋଚନା ସମୟରେ ଖେରଙ୍ଗ ଅଭିମୁଖେ ଯାଉଥିବା ଏକ ଟ୍ରକ୍ (ଓ. ଆର୍-୦୯- ଜି-୯୨୩୭)  ଡ୍ରାଇଭର ର  ବେପାରୁଆ ଗାଡ଼ି ଚାଳନା ଯୋଗୁ ଟ୍ରକ୍ ଟି ପ୍ରଥମେ ସାଇକେଲ ଉପରେ ଚଢି ଯାଇଥିଲା। ତୁରନ୍ତ ଏହା ଶୁଭମ୍ ର ନଜର ରେ ପଡ଼ିବାରୁ ବନ୍ଧୁ ବାପୁନ୍ ଙ୍କୁ ଧରି ରାସ୍ତା କଡକୁ ଡେଇଁ ପଡ଼ିଥିଲେ। ନିଶ୍ଚିତ ଗୋଟେ ବଡ଼ ଅଘଟଣ ରୁ ଦୁହେଁ ରକ୍ଷା ପାଇଥିଲେ। ତୁରନ୍ତ ଟ୍ରକ୍ ଡ୍ରାଇଭର ସେମାନ ଙ୍କୁ ଚକ୍ମା ଦେଇ ଘଟଣା ସ୍ଥଳରୁ ଉଭାନ ହୋଇଯାଇଥିଲା। ଶୁଭମ୍ ବାଇଧର ଙ୍କ ର ଏକ ମାତ୍ର ପୁଅ ହୋଇଥିଲା ବେଳେ ସେ ମଧ୍ୟ ଜଣେ ଭଲ ମେଧାବୀ ଛାତ୍ର ଅଟନ୍ତି। ଭଗବାନ ଏବଂ ଗୁରୁଜନ ମାନଙ୍କର ଆର୍ଶୀବାଦ ଯୋଗୁ ସେ ବଡ଼ ବିପଦ ରୁ ରକ୍ଷା ପାଇଥିବା ପ୍ରକାଶ କରିଛନ୍ତି।

Related Posts

About The Author

Add Comment