ଭୁବନେଶ୍ୱର, ୦୮/୦୮/୨୦୧୧ (ସନ୍ଧାନ ନିଉଜ) ଆଥଲେଟିକ୍ସରେ ପଦକ ଜିତି ଭାରତର ୧୦୦ ବର୍ଷରୁ ଅଧିକ ସମୟ ଅପେକ୍ଷାକୁ ଅନ୍ତ କରିଛନ୍ତି ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ପୁରୁଷ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଶେଷ କରିଛନ୍ତି। ତେବେ ତାଙ୍କର ଏହି ସଫଳତାରେ ରହିଛି ଓଡିଶା ଲିଙ୍କ । ହରିୟାଣାର ଏହି ୨୩ ବର୍ଷୀୟଙ୍କ ଠାରୁ ଆରମ୍ଭରୁ ସମଗ୍ର ଦେଶବାସିଙ୍କ ଆଶା ରହିଥିବା ବେଳେ ସେ ସେ ଆଶାକୁ ପୁରଣ କରିଛନ୍ତି । ନିଜର ପଦାର୍ପଣ ଅଲିମ୍ପିକ୍ସରେ ନୀରଜ ପ୍ରଥମ ପ୍ରୟାସରେ ୮୭.୩ ମିଟର, ଦ୍ୱିତିୟ ପ୍ରୟାସରେ ୮୭.୫୮ ମିଟର ଏବଂ ତୃତୀୟ ପ୍ରୟାଶରେ ୭୬. ୭୯ ମିଟର ଫିଙ୍ଗି କମାଲ କରିବା ସହିତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତେବେ ଏହି ସବୁ ମଧ୍ୟରେ ନୀରଜଙ୍କର ଓଡିଶା ଲିଙ୍କ ଆରମ୍ଭ ହୋଇଥିଲା ୨୦୧୭ ମସିହାରେ ଯେତେବେଳେ ଏସିଆନ୍ ଅଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଥିଲେ । ତେବେ ଗତବର୍ଷ ଶେଷ ଭାଗରେ ଯେେତେବେଳେ ପଞ୍ଜାବର ପଟିଆଲାରେ ଭିଷଣା ଶିତ ପାଇଁ ଟ୍ରେନିଂ କରିବା ଅସମ୍ଭବ ହୋଇପଡିଥିଲା ସେ ଭୁବନେଶ୍ୱର ଆସିଥିଲେ । ସେ ସମୟରେ ସେ ପାଖାପାଖି ଦୁଇ ମାସ ଏଠାରେ ରହି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ । ସେତେବେଳେ ତାଙ୍କ ସହିତ ଜାଭେଲିନ୍ ଥ୍ରୋ ଦଳର ତାଙ୍କ ସାଥୀ ଶିବପାଲ ସିଂହ,ରୋହିତ ଯାଦବ, ରାଜେନ୍ଦର ସିଂହ ଏବଂ ଅନୁ ରାଣୀ ଆସି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ ।
ଅଲିମ୍ପିକ୍ସ ପାଇଁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିଲେ ଗୋଲ୍ଡେନ୍ ବଏ ନୀରଜ ଚୋପ୍ରା
|
August 8, 2021 |