ଅର୍ଥନୀତିରେ ତିନି ଜଣଙ୍କୁ ନୋବେଲ ପୁରସ୍କାର, ଭାରତ ଜନ୍ମିତ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀ ସାମିଲ

Spread the love

ଜେନେଭା, ୧୪/୧୦ (ସନ୍ଧାନ ନିଉଜ) : ଭାରତରେ ଜନ୍ମିତ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଅଭିଜିତଙ୍କ ସମେତ ତିନିଜଣ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବା ପାଇ ମନୋନୀତ ହୋଇଥିବା ଜଣାପଡିଛି। ତିନି ଜଣଙ୍କ ମଧ୍ୟରେ ଅଭିଜିତଙ୍କ ପତ୍ନୀ ଏସ୍ତର ଡୁଫ୍ଲୋ ରହିଥିବାବେଳେ ଆଉଜଣେ ମାଇକେଲ କ୍ରେମରଙ୍କ ନାମ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ସ୍ଥାନ ପାଇଛି।

ଅଭିଜିତ ବାନାର୍ଜୀ ୧୯୬୧ ଫେବୃଆରୀ ୨୧ରେ ମୁମ୍ବଇରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୧ରେ କୋଲକାତା ୟୁନିଭର୍ସିଟିରୁ ବିଏସସି, ୧୯୮୩ରେ ଜବାହର ଲାଲ ନେହେରୁ ୟୁନିଭର୍ସିଟିରେ ବିଏସସିରେ ଏମଏ କରିଥିଲେ। ଏହା ପରେ ସେ ହାଭାର୍ଡ ୟୁନିଭର୍ସିଟିରୁ ୧୯୮୮ରେ ପିଏଚଡି ହାସଲ କରିଥିଲେ। ବର୍ତ୍ତମାନ ସେ ଆମେରିକାର ମେସାଚୁସେଟସ୍ ଇନଷ୍ଟିଚ୍ୟୁୟଟ ଅଫ ଟେକ୍ନୋଲୋଜିରେ ପ୍ରଫେସର ଅଛନ୍ତି।

Related Posts

About The Author

Add Comment