ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ତଥା ଗଣତନ୍ତ୍ରର ଚତୁର୍ଥସ୍ତମ୍ବ ସ୍ୱାଧୀନତା ଖୁର୍ଣ୍ଣ  ପ୍ରତିବାଦରେ ଉବିପ ପକ୍ଷରୁ ଦାବିପତ୍ର !

Spread the love
କଟକ ୧୩/୧୧/୨୦ (ସନ୍ଧାନ ନିଉଜ)- ପ୍ରଚଣ୍ଡ ରାଷ୍ଟ୍ରଭକ୍ତ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ପ୍ରତିବାଦରେ ତଥା ଗଣତନ୍ତ୍ରର ଚତୁର୍ଥସ୍ତମ୍ବର ସ୍ୱାଧୀନତା ଖୁର୍ଣ୍ଣ ଘଟଣାର  ଦୃଢ ନିନ୍ଦା କରିବା ସହ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଟକ ସଦର ଗୋପାଳପୁର ଥାନାରେ କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ ସମସ୍ତ କାର୍ଯ୍ୟକର୍ତା ଅଶିମ ଦାସ,ଵିଜୟ ସ୍ୱାଇଁ, ଶରତ ଦାସ,ଶମ୍ଭୁ ବୈଠଳୁ, ଦୀପକ ଆଚାର୍ଯ୍ୟ, ଵିଜୟ ନାୟକ, ଅନିଲ ମହାପାତ୍ର, ଅନୟ ମହାପାତ୍ର, ଦେବୀ ପ୍ରସାଦ ପତି, ରଶାନନ୍ଦ ବେହେରା,ଦିଲିପ ସାହୁ, ଅଶୋକ ସାହୁ, ସୁଦର୍ଶନ ଜେନା, ଶିଶିର ପାଳ,ପ୍ରସନ୍ନ ପ୍ରଧାନ,ଦୀପ୍ତି ରଂଜନ ଜେନା, ଉଦୟନାଥ ମହାନ୍ତି, ସଂଜୟ ସିଂହ, ଦୁର୍ଗା ପ୍ରସନ୍ନ ଦାସ, ସ୍ମୃତିରଞ୍ଜନ ଦାସ, ପ୍ରଣୟ ରଂଜନ ସ୍ୱାଇଁ, ଲଷ୍ମୀଧର ବେହେରା, ଜଳଧର ଲେଙ୍କା, ସଞ୍ଜୟ ଦାସ, ବାଉରୀବନ୍ଧୁ ଜେନା,ଦୀପ୍ତି ରଂଜନ ଜେନା,ରାଜେଶ ବେଉରା,ଚନ୍ଦ୍ରକାନ୍ତ ଜେନା,ସୂର୍ଯ୍ୟକାନ୍ତ ମୂଳିଆ,ଆରତ ମଲ୍ଲିକ,ଲକ୍ଷ୍ମୀଧର ଜେନା ପ୍ରମୁଖ ଉପସ୍ଥିତ ରହି ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ! ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କ ବାର୍ତାରେ ଏହାଏକ ଅମାନୁଷିକ ଘଟଣା,ବାକ ସ୍ୱାଧୀନତାର ଏହା ପୂର୍ଣ୍ଣ ବିରୋଧାଭାଷ ତଥା ସତ୍ୟଶାନ୍ତିର ପଥ ଅବରୋଧ ବୋଲି ଦୁଃଖରସହ ଜଣାଇଛନ୍ତି ! ଯେଉଁ ଭଳିଭାବରେ ନିତିହୀନ ଉପାୟରେ ଜଣେ ଦେଶପ୍ରେମୀଙ୍କୁ ଗିରଫ କରାଯାଇ ଅକଥନୀୟ ଯନ୍ତ୍ରଣା ଦିଆଯାଇଛି ଏହାକୁ ଦୃଢ ଭାବେ ବିରୋଧ କରିବାସହ ଗଣତନ୍ତ୍ରର କଣ୍ଠରୋଧ କରୁଥିବା ମହାରାଷ୍ଟ୍ରର ଅଗାଡି ସରକାର ରାଜତନ୍ତ୍ରର ପୁନରୁଦ୍ଧାର କରିବାପାଇଁ ଯେଉଁ ଅପଚେଷ୍ଟା ଚଳାଇଛନ୍ତି ତାହା ସାକାର କରିବାକୁ ଦିଆଯିବ ନାହିଁ ଏବଂ ସାମ୍ବାଦିକ ବର୍ଗଙ୍କ ସମ୍ମାନ ପାଇଁ ପରିଷଦ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି !

Related Posts

About The Author

Add Comment