ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭୁଟାନରୁ ଫେରି ପ୍ରଧାନମନ୍ତ୍ରୀ ମୋଦୀ ଯିବେ ଏମସ୍‌

Spread the love

ନୂଆଦିଲ୍ଲୀ, ୧୮/୮ (ସନ୍ଧନ ନିଉଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ଦୁଇ ଦିନିଆ ଗସ୍ତ ଶେଷ କରି ଭୁଟାନରୁ ଭାରତ ଫେରିଆସିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ମୋଦୀଙ୍କୁ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସ୍ୱାଗତ ଜଣାଇଛନ୍ତି। ଏହାରି ମଧ୍ୟରେ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ଯେ, ମୋଦୀ ରାତି ୮ଟାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାଗତ ସ୍ଥିତି ଜାଣିବା ପାଇଁ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମସ୍‌) ଯାଇପାରନ୍ତି।।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ଏମସ୍‌ ପହଂଚିଛନ୍ତି। ସୂଚନାଯୋଗ୍ୟ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଅଗଷ୍ଟ ୯ରୁ ଦିଲ୍ଲୀର ଏମସ୍‌ରେ ଭର୍ତ୍ତି କରାଯାଇଛି। ଜେଟଲୀଙ୍କୁ ଏବେ ଲାଇଫ ସପୋଟ ସିଷ୍ଟମ୍‌ରେ ରଖାଯାଇଛି।

ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଜଟିଳ ରହିଛି। ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ରା ମଧ୍ୟ ଅରୁଣ ଜେଟଲୀଙ୍କୁ ଭେଟିବା ପାଇଁ ଏମସ୍‌ ପହଂଚିଛନ୍ତି। ଏହା ବ୍ୟତୀତ ସ୍ମୃତି ଇରାନୀ, ଅଶ୍ୱିନୀ ଚୌବେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଏମସ୍‌ ଯାଇ ଜେଟଲୀଙ୍କୁ ଭେଟିଛନ୍ତି।

Related Posts

About The Author

Add Comment