ନୂଆଦିଲ୍ଲୀ, ୦୮/୦୨/୨୦୧୨ (ସନ୍ଧାନ ନିଉଜ) ଫେବୃଆରୀ ୬ ରେ ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରରେ ନିଖୋଜ ହୋଇଯାଇଥିବା ୭ ଭାରତୀୟ ସୈନ୍ୟଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ୭ ସେନା କର୍ମଚାରୀ ଏକ ପାଟ୍ରୋଲିଂ ପାର୍ଟିର ଅଂଶ ଥିଲେ ଏବଂ ତୱାଙ୍ଗ ଜିଲ୍ଲାରେ ଘଟିଥିବା ବରଫ ଝଡ଼ ଭୁଶୁଡ଼ିବା ପରେ ସେମାନେ ନିଖୋଜ ହୋଇଯାଇଥିଲେ। ଏହି ଘଟଣା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ନିକଟରେ ଘଟିଛି।
ଦିରଙ୍ଗ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଥିନଲି କହିଛନ୍ତି, ଯେ ପାଟ୍ରୋଲିଂ ସମୟରେ ବରଫ ଝଡ଼ର ସମ୍ମୁକୀନ ହୋଇଥିବା ସୈନ୍ୟ ଏକ ଖାଲରେ ଫସି ରହିଥିଲେ। ଏହି ଘଟଣା ପରେ ସେନା ଅଧିକାରୀମାନେ ନିଖୋଜ ସୈନ୍ୟ ମାନଙ୍କୁ ଉଦ୍ଧାର କରିବା ପାଇଁ ସନ୍ଧାନ ଜୋରଦାର କରାଯାଇଥିଲା। ତେବେ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହେତୁ ସମସ୍ତ ରାସ୍ତା ବନ୍ଦ ରହିଥିଲା ଏବଂ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିବା ସୂଚନା ମିଳିଛି।
ଲେଫ୍ଟ କର୍ଣ୍ଣ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି ଯେ ଖବର ମିଳିବା ପରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ସ୍ୱତନ୍ତ୍ର ଦଳକୁ ସ୍ୱତନ୍ତ୍ର ହେଲିକାପ୍ଟର ନିୟୋଜିତ କରାଯାଇଥିଲା। ଗତ କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହେତୁ ପାଗ ଖରାପ ରହିଥିଲା।”