ଅରୁଣାଚଳ ପ୍ରଦେଶର ବିଧାୟକଙ୍କ ସମେତ ପରିବାରର ୭ ଜଣଙ୍କୁ ଆତଙ୍କବାଦୀ ହତ୍ୟା କଲେ

Spread the love

ନୂଆଦିଲ୍ଲୀ, ୨୧/୫ (ସନ୍ଧାନ ନିୟୁଜ) : ଅରୁଣାଚଳ ପ୍ରଦେଶର ତିରାପ ଜିଲ୍ଲାରେ ଖୋନ୍‌ସା ପଶ୍ଚିମର ନ୍ୟାସନାଲ ପିପୁଲ୍ସ ପାର୍ଟିର (ଏନ୍‌ପିପି) ବିଧାୟକ ତିରୋଙ୍ଗ ଅବୋ ସମେତ ୧୧ଜଣଙ୍କୁ ମଙ୍ଗଳବାର ଆତଙ୍କବାଦୀମାନେ ହତ୍ୟା କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣା ଦକ୍ଷିଣ-ପୂର୍ବ ଅରୁଣାଚଳ ପ୍ରଦେଶର ଜିଲ୍ଲା ମୁଖ୍ୟାଳୟ ଖୋନସାରୁ ପାଖାପାଖି ୨୫ କିଲୋମିଟର ଦୂର ବୋଗାପାନି ନିକଟରେ ଘଟିଛି। ବିଧାୟକ ତିରୋଙ୍ଗ ଅଭୋଙ୍କ ଉପରେ ଆତଙ୍କବାଦୀମାନେ ୧୧.୩୦ ସମୟରେ ଅତର୍କିତ ଆକ୍ରମଣ କରିବା ଆରମ୍ଭ କରିଥିଲେ।

ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି କି, ଏହି ଆକ୍ରମଣ ସନ୍ଦିଗ୍ଧ ନ୍ୟାସନାଲ ସୋସିଆଲିଷ୍ଟ କାଉନ୍‌ସିଲ୍‌ ଅଫ୍‌ ନାଗାଲ୍ୟାଣ୍ଡ (ଏନ୍‌ଏସ୍‌ସିଏନ୍‌) ଆତଙ୍କବାଦୀମାନେ କରିଛନ୍ତି। ଏହି ଆକ୍ରମଣରେ ଅଭୋଙ୍କ ଛଅ ଜଣ ପରିବାର ସଦସ୍ୟଙ୍କ ସହ ତାଙ୍କ ପୁଅଙ୍କର ବି ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Related Posts

About The Author

Add Comment