ଅରିମୂଳ କ୍ରିକେଟ କପ୍ ଫାଇନାଲ୍ ମ୍ୟାଚ୍ ରେ ଉଦଯାପିତ

Spread the love

ଜେନାପୁର,୦୮/୦୨(ସନ୍ଧାନ ନ୍ୟୁଜ୍) ; ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଅରିମୂଳ ୟଙ୍ଗ୍ ଷ୍ଟାର୍ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଐତିହାସିକ ଅରିମୂଳ ଗ୍ରାଉଣ୍ତରେ ୫ତମ ବାର୍ଷିକ ଅରିମୂଳ କ୍ରିକେଟ୍ କପ୍ ଫାଇନାଲ୍ ମ୍ୟାଚ୍ ରେ ମା’ଷୋଳସାଇ ସ୍ପୋର୍ଟିଂ ଏରଷଣ୍ତା ବିଜୟୀ ଲାଭ କରିଥିଲ‍ା । ଖେଳକୁ ଅତିଥି ଭାବେ ସମାଜସେବୀ ଅକ୍ଷୟ ମହାନ୍ତି ଉଦଘାଟନ କରିଥିଲେ । ଫାଇନାଲ୍ ମ୍ୟାଚରେ ପ୍ରଥମେ ବୀଣାପାଣି ସ୍ପୋଟିଂ କ୍ଲବ ପଣଷ ପଡିଆ ଓ ଷୋଳସାଇ ସ୍ପୋଟିଂ କ୍ଲବ ଏରଷଣ୍ଢା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ୍ ଜିତି ବୀଣାପାଣି ସ୍ପୋଟିଂ କ୍ଲବ ପଣଷ ପଡିଆ ବ୍ୟାଟିଙ୍ଗ୍ ର ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୧୫ ଓଭର ଖେଳରେ ୪ ୱିକେଟ୍ ହରେଇ ୨୩୪ ରନ୍ ସଂଗ୍ରହ କରିଥିଲା। ଅପର ପକ୍ଷେ ଏହାର ଯବାବରେ ଷୋଳସାଇ ସ୍ପୋର୍ଟିଂ କ୍ଲବ୍ ୧୪.୨ ଓଭରରେ ୫ ୱିକେଟ୍ ରେ ୨୩୭ ରନ କରି ବିଜୟ ଲାଭ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟ ଟି ୮ଟି ବିଭିନ୍ନ ଦଳକୁ ନେଇ ଅନୁଷ୍ଠିତ ହୋଇଥିଲା ବେଳେ ଫାଇନାଲ୍ ମ୍ୟାଚ୍ ଟି ୧୫ ଓଭର ବିଶିଷ୍ଟ ହୋଇଥିଲା । ଷୋଳସାଇ ସ୍ପୋର୍ଟିଂ କ୍ଲବ୍ କୁ ମୁଖ୍ୟ ଅତିଥି ଭ‍ବେ ସ୍ୱର୍ଣ୍ଣପ୍ରଭା ସେବା ସଙ୍ଗଠନର ପ୍ରତିଷ୍ଠାତା ଓ ସମ୍ପାଦକ ଶୁଭକାନ୍ତ ବରାଳ ବିଜୟୀ କପ୍ ପ୍ରଦାନ କରିଥିବା ସହ ଚେକ୍ ପୁରସ୍କୃତ କରାଯାଇଥିଲା । ବିପକ୍ଷରେ ଥିବା ବୀଣାପାଣି ସ୍ପୋର୍ଟିଂ କ୍ଲବକୁ ରନରସପ କପ ସହିତ ଚେକ୍ ଅତିଥି ଅକ୍ଷୟ ମହାନ୍ତି ପୁରସ୍କୃତ କରିଥିଲେ । ଖେଳକୁ ସମ୍ପୂର୍ଣ୍ଣ ନିଖୁଣ ଭାବେ ଦୁଇ ସ୍ଟାଇଲ୍ ଅମ୍ପେୟାର ନିମାଇଁ ମହାନ୍ତି ଓ ପ୍ରଭାକର ଭୁୟା ଏବଂ ଭାଷ୍ୟକାର ତାପସ କୁମାର ମଳିକ ଓ ଏ . କୁମାର ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ସ୍ୱର୍ଣ୍ଣପ୍ରଭା ସେବା ସଙ୍ଗଠନର ପ୍ରତିଷ୍ଠାତା ଓ ସମ୍ପାଦକ ଯୁବ ସମାଜସେବୀ ଶୁଭକାନ୍ତ ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଅନ୍ୟତ୍ତମ ଅତିଥି ଭାବେ ସରୋଜ ବରାଳ,ନିଷ୍କାନ୍ତ ଖଟୁଆ,ଅକ୍ଷୟ ମହାନ୍ତି, ହରେକୃଷ୍ଣ ପାଳ,ପ୍ରଶାନ୍ତ ଭୂୟାଁ,ଜଗନ୍ନାଥ ପାତ୍ର,ରୋହିତ ସାଇଁ,ସନାତନ ବେହେରା,ପ୍ରହଲ୍ଲାଦ ପାତ୍ର ଓ ମିଲୁ ପ୍ରଧାନ ଯୋଗଦେଇ ଖେଳ କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଅରିମୂଳ ୟଙ୍ଗ୍ ଷ୍ଟାର୍ ସ୍ପୋଟିଂ କ୍ଲବ ଅରିମୂଳର ସମସ୍ତ ସଦସ୍ୟଙ୍କ ସହଯୋଗରେ ସଫଳ କାର୍ଯ୍ୟ ସମ୍ପାଦନା ହୋଇଥିଲା ।

Related Posts

About The Author

Add Comment