ଅରାଜକତା ବଢାଉଛି D.B.L. କମ୍ପାନୀ, ପ୍ରଶାସନ କରୁଛି ସହଯୋଗ

Spread the love

ଧର୍ମଶାଳା, ୧୯/୪ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଜାତୀୟ ରାଜପଥର ଚଣ୍ଡିଖୋଲରୁ ଭଦ୍ରକ୧୬ ନଂ ସଂପ୍ରସାରଣ କରିବା ନିମିତ୍ତ ଟେଣ୍ଡର ନେଇଥିବା ଶତାଧିକ କୋଟି ଟଙ୍କାର D.B.L. କମ୍ପାନୀ ଧର୍ମଶାଳା ତହସିଲ ଅଞ୍ଚଳରେ ଅରାଜକତା ସୃଷ୍ଟି କରୁଥିବାର ଅଭିଯୋଗ ହେଉଛି । ସଂପ୍ରସାରଣ ନିମିତ୍ତ ଆବଶ୍ୟକ ହୋଇଥିବା ମାଟି ମହରମକୁ ବେଆଇନ ଭାବେ ମନଇଚ୍ଛା ସରକାରୀ ଜାଗାରୁ ଦିନ ରାତି ତମାମ ବୋହି ନେବାର ସକ୍ଷମ ହେଉଛି । କିନ୍ତୁ ଏହି ସମ୍ବଦ୍ଧୀୟ ଖବର ଗଣ ମା୍ମମରେ ପ୍ର·ର ପ୍ରସାର ହେଲେ ସୁଦ୍ଧା ପ୍ରଶାଶନ ଏଥିପ୍ରତି କୋହଳ ମନଭାବ ଦେଖାଇବା ଦ୍ୱାରା କମ୍ପାନୀ ପାଇଁ ଧର୍ମଶାଳା ତହସିଲ ହାତଟେକିଦେଲା ଭଳି ମନେ ହେଉଛି । ଅଭିଯୋଗ ମୁତାବକ ଏହି ରାସ୍ତା ପାଇଁ ମାଟି ମହରମ ଗୁଡ଼ିକ ରାହାଡ଼ପୁର ପାହାଡ଼ର ବିନାଲିଜ କଳାଗ୍ରାନାଇଟ ପାହାଡରେ ପଥର ଖଦନରୁ ପଥର ମା‘ିଆ ମାନଙ୍କୁ ହାତକରି ଶହ ଶହ ଟ୍ରିପ ମାଟି ଉଠାଇ ନେଉଛି । ଅନ୍ୟ ପକ୍ଷରେ ଦିନ ରାତି କମ୍ପାନୀର ମାଟିବୋଝେଇ ଗାଡି ଗୁଡିକ ଯାତାୟତ ‘ଳରେ ଧୂଳି ଉଡି ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଘର ଓ ଦୋକାନ ବଜାର ମ୍ମରେ ପସିବା ସହ ବାୟୁମଣ୍ଡଳକୁ ପ୍ରଦୁ୍ୟଷିତ କରୁଛି । ‘ଳରେ ସାଧାରଣ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ବ୍ୟତୀତ ସବୁଠୁ ଗୁରୁତ୍ୱ ହେଉଛି ରାହାଡ଼ପୁର ପାହାଡ଼ ପାଦ ଦେଶରେ ଥିବା ଏମ୍.ଆଇ.ପି ଡ୍ୟାମ ଓ ରାଣୀବନ୍ଧକୁ କୁ ସଲଗ୍ନ କରୁଥିବା ପାଣିକୁ ଏହି କମ୍ପାନୀ ଅବରୋଧ କରିଛି । ଏହି ଡ୍ୟାମରେ ଗଚ୍ଛିତ ରହୁଥିବା ପାଣି ଉପରେ ତୁରଙ୍ଗ, ସାହାସପୁର, ରମ୍ପେଇ, ବାଟିଯୋଡ଼ା, କାଦୁଆମାଗୁରା, କମ୍ପିରା, ତୋଟସିଂ ପ୍ରଭୃତି ଗ୍ରାମର ଶହଶହ ·ଷି ମାନେ ଜମିକୁ ପାଣି ମଡେଇବା ପାଇଁ ବ୍ୟବହାର କରନ୍ତି ।
ରାହାଡ଼ପୁର ପାହାଡ଼ର ୧୦, ୬, ୮ନମ୍ବର ପଥର କ୍ୱାରୀ ଦ୍ୱାରା ଏହି ଡ୍ୟାମ ନଷ୍ଟ ହେଉଥିବାରୁ ନିକଟରେ ଧର୍ମଶାଳା ତହସିଲ ଓ ଜେନାପୁର ପୁଲିସ ରାଜ୍ୟସରକାରଙ୍କ ନିଦେ୍ର୍ଦଶରେ ଲିଜ ବାତିଲ କରିଥିଲେ ମ୍ମ ତାହା ପ୍ରହସନରେ ପରିଣତ ହୋଇଛି । କିନ୍ତୁ ଏବେ DBL କମ୍ପାନୀ ଡଙ୍କାରୀ ଠାରେ କରିଥିବା ଏକ ବିରାଟ ମେଗାକ୍ରସରକୁ ପଥର ରୋକିବା ପାଇଁ ଏହି ଡ୍ୟାମକୁ ଆସୁଥିବା ପାଣିକୁ ଅବରୋଧ କରି ନାଳ ଉପରେ ରାସ୍ତା ବନାଇଛି । ଯାହାଦ୍ୱାରାକି ଏହି ଡ୍ୟାମକୁ ଆସୁଥିବା ପାଣି ସିଧାସଳକ ଅବରୋଧ ହେବା ‘ଳରେ ଡ୍ୟାମର ପାଣି ଶୁଖିଯାଉଛି । ‘ଳରେ ·ଷୀମାନେ ପାଣି ପାଇବାରୁ ବଞ୍ଚôତ ହେଉଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଜନସାଧାରଣରୁ ଦାବି ହେଉଛି

Related Posts

About The Author

Add Comment