ଅଯୋଧ୍ୟା ଶ୍ରୀରାମ ମନ୍ଦିର ପାଇଁ ଅର୍ଥ ସଂଗ୍ରହ କାର୍ଯ୍ୟ ଆରମ୍ଭ 

Spread the love

କନ୍ଧମାଳ, ୧୫/୦୧/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) :  ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ ପାଇଁ ଏକ ୧୫ ଦିନିଆ ଦେଶ ବ୍ୟାପୀ ଅଭିଯାନ ଆଜି  ୧୫ ତାରିଖରୁ ଆରମ୍ଭ ହୋଇଛି  । ଶ୍ରୀରାମ ଜନ୍ମଭୁମି ନିଧି ସମର୍ପଣ ସମିତି ପକ୍ଷରୁ ଦେଶର ୪ ଲକ୍ଷ ଗ୍ରାମର ପ୍ରାୟ ୧୧ କୋଟି ପରିବାର ପାଖରେ ପହଂଚି ଏହି ଅନୁଦାନ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ରହିଥିବା ନେଇ ଫୁଲବାଣୀ ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ  ଜିଲ୍ଲା ପ୍ରଭାରୀ ଗିରିଶଚନ୍ଦ୍ର ମହନ୍ତ ସୂଚନା ଦେଇଛନ୍ତି ।ଏହି ଅବସରରେ ଏକଲ ଅଭିଯାନର ପ୍ରିୟ ରଞ୍ଜନ ଚୌଧୁରୀ ଏବଂ ଜିଲ୍ଲା ପ୍ରମୁଖ ସଞ୍ଜିତ କୁମାର ମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁସାରେ ଦେଶର ସମସ୍ତ ଗ୍ରାମାଞ୍ଚଳ ଠାରୁ ଆରମ୍ଭକରି ସହରାଞ୍ଚଳ  ପର୍ଯ୍ୟନ୍ତ ପ୍ରତି ୱାର୍ଡ ମାନଙ୍କରେ ଲୋକଙ୍କୁ ନେଇ ପାଣ୍ଠି ସଂଗ୍ରହ ଦଳ ଗଠନ କରାଯାଇଛି । ସେମାନଙ୍କୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଣ୍ଠି ଦ୍ୱାରା ନିର୍ମିତ ୧୦ ଟଙ୍କା,୧୦୦ ଟଙ୍କା  ଏବଂ ହଜାର ଟଙ୍କିଆ ରସିଦ ସମେତ ଅନ୍ୟାନ୍ୟ ରସିଦ ସବୁ ପ୍ରଦାନ କରାଯାଇଛି ।ଏହି ସଦସ୍ୟ ମାନେ ନିଜନିଜ ଅଂଚଳରେ ଶ୍ରଦ୍ଧାଳୁଙ୍କ ଠାରୁ ସେମାନଙ୍କ ସ୍ୱଇଛାରେ ପ୍ରଦାନ କରାଯାଉଥିବା ଦାନ ଅର୍ଥକୁ ସଂଗ୍ରହ କରିବା ପରେ ସେହି ଅର୍ଥକୁ ଶ୍ରୀରାମ ଭୁମି ଜନ୍ମଭୁମି ତୀର୍ଥକ୍ଷେତ୍ର କ୍ୟାମ୍ପ କାର୍ଯ୍ୟାଳୟ ଦ୍ୱାରା ଖୋଲାଯାଇଥିବା ବ୍ୟାଙ୍କ ଖାତାରେ ପ୍ରତିଦିନ ଜମା କରାଯିବ ବୋଲି କୁହାଯାଇଛି । ଏଥିପାଇଁ କାର୍ଯ୍ୟାଳୟ ପକ୍ଷରୁ ଭାରତୀୟ ଷ୍ଟେଟବ୍ୟାଙ୍କ,ବ୍ୟାଙ୍କ ଅଫ୍ ବରୋଦା,ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭଳି ୩ଟି ବ୍ୟାଙ୍କରେ ଖାତା ଖୋଲାଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ଅର୍ଥ ସଂଗ୍ରହ କାର୍ଯ୍ୟ ଜାରୀ ରହିବ । ଦେଶରେ ନିର୍ମାଣ ହେଉଥିବା ଏହି ଐତିହାସିକ  ଭବ୍ୟ ମନ୍ଦିରରେ ସଂଗୃହିତ ଅର୍ଥକୁ ବିନିଯୋଗ କରାଯିବ ବୋଲି କୁହାଯାଇଛି । ଏହାକୁ ଶୁଣିବାପରେ ଶ୍ରଦ୍ଧାଳୁ ମାନେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୁର୍ବରୁ ସେମାନଙ୍କ ଘରେ ପାଳିତ ହେଉଥିବା ଶୁଭ ଅବସରରେ ରାମ ମନ୍ଦିର ନିର୍ମାଣ ପାଇଁ ଆଗୁଆ ଅର୍ଥ ଦାନ କରି ସାରିଥିବା ଜଣାପଡିଛି ।

Related Posts

About The Author

Add Comment