ଅଯୋଧ୍ୟା ମାମଲାରେ ହିନ୍ଦୁ ପକ୍ଷଙ୍କ ଯୁକ୍ତି ଐତିହାସିକ ଭୁଲ୍ ସଂଶୋଧନ ଆବଶ୍ୟକ

Spread the love

ରାମ ଜନ୍ମଭୂମି,  ୧୬/୧୦ (ସନ୍ଧାନ ନିଉଜ) – ବାଦ୍ରୀ ମସଜିଦ୍ ମାମଲାରେ ମଙ୍ଗଳବାର ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟରେ ସେମାନଙ୍କ ଯୁକ୍ତି ରଖିଥିଲେ । ଅଯୋଧ୍ୟାର ଭଗବାନ ରାମଙ୍କ ଜନ୍ମସ୍ଥାନରେ ସମ୍ରାଟ ବାବର ମସଜିଦ୍ ନିର୍ମାଣ କରି ଯେଉଁ ଐତିହାସିକ ଭୁଲ୍ କରିଛନ୍ତି, ତାହାର ସଂଶୋଧନ ହେବା ଆବଶ୍ୟକ ବୋଲି ହିନ୍ଦୁ ପକ୍ଷର ଓକିଲ କହିଥିଲେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ହିନ୍ଦୁ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଆଙର୍ନି ଜେନେରାଲ ତଥା ବଳିଷ୍ଠ ଆଇନଜୀବୀ କେ. ପରସରନ କହିଥିଲେ, ଅଯୋଧ୍ୟାରେ ଅନେକ ମସଜିଦ୍ ରହିଛି । ସେଠାରେ ମୁସଲମାନମାନେ ନମାଜ ପାଠ କରିପାରିବେ । କିନ୍ତୁ ଭଗବାନ ରାମଙ୍କ ଜନ୍ମସ୍ଥାନକୁ ହିନ୍ଦୁମାନେ ପରିବର୍ତନ କରିପାରିବେ ନାହିଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ ।

ବାବର ଭାରତକୁ ନିଜ ଶାସନାଧିନକୁ ନେବା ପରେ ନିଜକୁ ଆଇନର ଉଦ୍ଧ୍ୱର୍ରେ ବୋଲି ଦର୍ଶାଇବା ପାଇଁ ରାମଙ୍କ ଜନ୍ମସ୍ଥାନରେ ମସ୍ଜିଦ୍ ନିର୍ମାଣ କରିଥିଲେ ବୋଲି ପରାସରନ କହିଥିଲେ । ସାମ୍ବିଧାନିକ ପୀଠରେ ଜଷ୍ଟିସ୍ ଏସ୍. ଏ. ବୋବ୍ଜେ, ଡି. ୱାଇ, ଚନ୍ଦ୍ରଚୁଡ, ଅଶୋକ ଭୂଷଣ ଏବଂ ଏସ୍, ଐ. ନାଜିର ରହିଛନ୍ତି । ଅଯୋଧ୍ୟାର ୨.୭୭ ଏକର ବିବାଦୀୟ ଜମିରୁ କିପରି ମୁସଲମାନମାନମାନଙ୍କରୁ ବେଦଖଲ କରାଯିବ ବୋଲି ସେମାନେ ପରାସରନଙ୍କୁ ପ୍ରଶ୍ନ କରିଥିଲେ । ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସ୍ଜିଦ୍କୁ ଭାଙ୍ଗିଦିଆଯାଇଥିଲା । ଏକଦା ମସ୍ଜିଦ୍ ଥିବାରୁ ସେଠାରେ ସବୁଦିନ ପାଇଁ ମସ୍ଜିଦ୍ ରହିଛି ବୋଲି ଧରାଯିବ । ଏଥିରେ ଏକମତ କି ବୋଲି ଧରାଯିବ । ଏଥିରେ ଏକମତ କି ବୋଲି ପରାସରନଙ୍କୁ ସାମ୍ବିଧାନିକ ପୀଠ ପ୍ରଶ୍ନ କରିଥିଲେ । ସେ ଏହାକୁ ସମର୍ଥନ କରନ୍ତି ନାହିଁ । ମସ୍ଜିଦ୍ ପୂର୍ବରୁ ସେଠାରେ ମନ୍ଦିର ଥିବାରୁ ସବୁବେଳେ ଏହାକୁ ମନ୍ଦିର ଭାବେ ଧରାଯିବ ବୋଲି ସେ ଜବାବ ରଖିଥିଲେ । ବିବାଦୀୟ ସ୍ଥାନରେ ଏବେ ମନ୍ଦିର କିମ୍ବା ମସଜିଦ୍ ନାହିଁ । ମୁସଲମାନ ପକ୍ଷ ସମ୍ପତି ଉପରେ ବିକ୍ରୀ ଘୋଷଣା ଲାଗି ଯୁକ୍ତି କରିଆସୁଛନ୍ତି ବୋଲି ଅଦାଲତ କହିଥିଲେ । ଏହିପରି ପରାସରନକୁ ସେମାନେ ଏକାଧିକ ପ୍ରଶ୍ନ କରିବା ପରେ ହିନ୍ଦୁ ପକ୍ଷଙ୍କୁ ଯଥେଷ୍ଟ ପ୍ରଶ୍ନ କରାଗଲା କି ବୋଲି —- ମୁସଲମାନ ପକ୍ଷଭ ଓକିଲ ରାଜୀବ ଧାୱନଙ୍କୁ ପଚାରିଥିଲେ । ସୂଚନାଯୋଗ୍ୟ ସୋମବାର ଶୁଣାଣି ବେଳେ ହିନ୍ଦୁ ପକ୍ଷଙ୍କୁ ପ୍ରଶ୍ନ କରାଯାଇ ନ ଥିବା ଧାୱନ ଅଭିଯୋଗ କରିଥିଲେ ।
ଆଜି ସରିପାରେ ଶୁଣାଣି
ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଗୁରୁବାର ପରିବର୍ତେ ବୁଧବାର ଶେଷ ହୋଇପାରେ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସୂଚନା ଦେଇଛନ୍ତି । ଶେଷ ଦିନରେ ହିନ୍ଦୁ ପକ୍ଷଙ୍କୁ ୪୫ ମିନିଟ୍ ଓ ମୁସଲମାନ ପକ୍ଷଙ୍କୁ ୧ ଘଂଟା ଯୁକ୍ତି ଉପସ୍ଥାପନ ଲାଗି ସିଜେଆଇ ଅନୁମତି ଦେଇଛନ୍ତି । ପରେ ଏହି ମାମଲାରେ ସମ୍ପୃକ୍ତ ଅନୃ ୪ଟି ପକ୍ଷଙ୍କୁ ୪୫ ମିନିଟ୍ ଲେଖାଏ ସମୟ ଦିଆଯାଉଥିବା ମାମଲା ସହସ୍ମ୍ୃକ୍ତ ଜଣେ ଆଇନଜୀବୀ କହିଛନ୍ତି । ନଭେମ୍ବର ୧୭ ସୁଦ୍ଧା ଚୂଡାନ୍ତି ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି ।

Related Posts

About The Author

Add Comment