ନୂଆଦିଲ୍ଲୀ ୨୫/୧ (ସନ୍ଧାନ ନିୟୁଜ) ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ନୂତନ ବେଞ୍ଚ ଗଠନ କରିଛନ୍ତି। ଏହି ବେଞ୍ଚରେ ପୂର୍ବରୁ ଥିବା ଜଷ୍ଟିସ ଅବ୍ଦୁଲ ନଜୀର ଏବଂ ଜଷ୍ଟିସ ଅଶୋକ ଭୂଷଣ ପୁନଃ ସାମିଲ ହୋଇଛନ୍ତି। ୫ ଜଣ ବିଚାରପତିଙ୍କୁ ନେଇ ଏହି ନୂତନ ବେଞ୍ଚ ଗଠନ କରିଛନ୍ତି ପ୍ରଧାନ ବିଚାରପତି। ଅଯୋଧ୍ୟା ମାମଲା ଉପରେ ୨୯ ଜାନୁଆରୀ ଶୁଣାଣି କରିବେ ଏହି ଖଣ୍ଡପୀଠ। ନୂତନ ବେଞ୍ଚରେ ଜଷ୍ଟିସ ଅବ୍ଦୁଲ ନଜ଼ୀର, ଜଷ୍ଟିସ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଏସ ଏ ବୋବଡ଼େ ସାମିଲ ଅଛନ୍ତି।
ସୂଚନାଯୋଗ୍ୟଯେ, ୧୦ ଜାନୁଆରୀରେ ହୋଇଥିବା ଶୁଣାଣି ସମୟରେ ସୁପ୍ରିମ୍କୋର୍ଟରେ ଅଯୋଧ୍ୟା ମାମଲାର ଖଣ୍ଡପୀଠକୁ ନେଇ ସମସ୍ୟା ଉପୁଜିଥିଲା ଶୁଣାଣି ପାଇଁ ଗଠିତ ସମ୍ବିଧାନ ପୀଠରେ ସାମିଲ ବିଚାରପତି ୟୁ.ୟୁ ଲଳିତ ଏଥିରୁ ଓହରି ଯାଇଥିଲେ। ମୁସ୍ଲିମ୍ପକ୍ଷର ବରିଷ୍ଠ ଓକିଲ ରାଜୀବ ଧୱନ ଖଣ୍ଡପୀଠରେ ଜଷ୍ଟିସ ଲଳିତଙ୍କ ସଂପୃକ୍ତିକୁ ବିରୋଧ କରିଥିବାରୁ ସେ ଏଥିରୁ ଓହରି ଯାଇଥିଲେ। ସେଥିପାଇଁ ପରବର୍ତ୍ତୀ ଶୁଣାଣି ଜାନୁଆରି ୨୯ରେ ହେବ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଥିଲେ।