ଅମ୍ପନ ପ୍ରଭାବରୁ ବର୍ତ୍ତିଗଲା ଯାଜପୁର;

Spread the love

ଯାଜପୁର ୨୦/୦୫ (ସନ୍ଧାନ ନିଉଜ) ଅମ୍ପାଂନ ବାତ୍ୟାରେ ଜିଲ୍ଲାର ବିଶେଷ କ୍ଷୟକ୍ଷତି ହୋଇ ନାହିଁ ବୋଲି ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ ରିଲିଫ୍ କମିଶନରଙ୍କ ନିଦେ୍ର୍ଦଶ ଅନୁସାରେ ୧୯ ତାରିଖ ମଧ୍ୟରାତ୍ର ସୁଦ୍ଧା ଚାଳ ଛପର ଓ କଚ୍ଚାଘରେ ଥିବା ୭୧୪୦ ଲୋକଙ୍କୁ ନିକଟସ୍ଥ ୨୦ ଗୋଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ୧୫୧ ଗୋଟି ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲାର ମୋଟ ୩୧୧ ଗୋଟି ପଂଚାୟତ ମଧ୍ୟରୁ ୧୨୦ ଗୋଟି ପଂଚାୟତର ୬୬୬ ଗୋଟି ଗ୍ରାମ ଓ ୨ଟି ପୈାରାଂଚଳର ୨୩ ଗୋଟି ୱାର୍ଡର ୫୪୭୫୨୬ ଜଣ ବ୍ୟକ୍ତି ଏହି ବାତ୍ୟାରେ ଆଂଶିକ ଭାବେ ପ୍ରଭାବିତ ହୋଇଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ସମସ୍ତ ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ବ୍ଲକ ଗସ୍ତ କରିବା ସହ କ୍ଷୟକ୍ଷତିକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ଏହି ବାତ୍ୟା ମୁକାବିଲା ପାଇଁ ୩୬ ଗୋଟି ମେଡିକାଲ ଟିମ୍, ୧୦ ଗୋଟି ପ୍ରାଣୀ ଚିକିସôା ଟିମ୍ ଗଠିତ ହୋଇଥିଲା । ୨୦ ତାରିଖ ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଜିଲ୍ଲା ଜରୁରୀ ବିଭାଗରେ ବାତ୍ୟାର ସମୀକ୍ଷା କରିବା ସହ ଯାଜପୁର ସହର ଓ ପାଶ୍ୱର୍ବର୍ତୀ ଅଂଚଳକୁ ବୁଲି ଦେଖିଥିଲେ । ପରେ ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ନାୟକ ଧର୍ମଶାଳା, ବଡଚଣା ବ୍ଲକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ରସୁଲପୁର, କୋରେଇ ବ୍ଲକ ଓ ବ୍ୟାସନଗର ମୁ୍ୟନିସିପାଲିଟି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ଓ ଯାଜପୁର ମୁ୍ୟନିସିପାଲିଟି, ଉପଜିଲ୍ଲାପାଳ ଶ୍ରୀ ଧଳ ବରୀ ଓ ବିଞ୍ଝାରପୁର ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ପରଖିଥିଲେ । ଚଳିତ ବର୍ଷ ବିଶ୍ୱବାସୀ ମହାମାରୀ କରୋନାରେ ପ୍ରଭାବିତ ହୋଇ ଆସୁଥିବା ସ୍ଥଳେ ଓଡିଶା ୨୦୨୦ ମସିହାରେ ପ୍ରଥମ ବାତ୍ୟା ରୂପେ ଅମ୍ପାଂନ ର ସମ୍ମୁଖୀନ ହୋଇଅଛି । ଏହାର ସଫଳ ମୁକାବିଲା କରିବା ସହିତ ବାତ୍ୟା ପରବର୍ତୀ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ପ୍ରଦାନ କରିଛନ୍ତି । ଜିଲ୍ଲାରେ ୨୦ ତାରିଖ ସକାଳ ୮ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ ୫୦.୯୭ ମ.ିମି ବର୍ଷା ରେକର୍ଡ ହୋଇଛି । ଏଥିମଧ୍ୟରେ ଯାଜପୁର ବ୍ଲକରେ ୫୦, ବିଞ୍ଝାରପୁରରେ ୫୨, ଦଶରଥପୁର ୩୮, କୋରେଇ ୪୩.୫, ଦାନଗଦୀ ୭୧, ସୁକିନ୍ଦା ୨୭.୪, ରସୁଲପୁର ୩୭.୮, ଧର୍ମଶାଳା ୭୫, ବଡଚଣା ୬୬ ଓ ବରୀ ୪୯ ମି.ମି ବର୍ଷା ହୋଇଥିବାର ଜଣାଯାଇଛି ।

Related Posts

About The Author

Add Comment