ମୁମ୍ବାଇ, ୩/୧/୨୦୨୦ (ସନ୍ଧାନ ନିଉଜ) : ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର । ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ରାମନାଥ କୋବିନ୍ଦ ତାଙ୍କୁ ଦାଦା ସାହେବ ଫାଲକେ ପୁରଷ୍କାର ପ୍ରଦାନ କରିଛନ୍ତି । ପୁରଷ୍କାର ଗ୍ରହଣ କରି ଖୁସି ବ୍ୟକ୍ତ କରିଛନ୍ତି ବିଗ୍ ବି ।ଏନେଇ ଅମିତାଭ ବଚ୍ଚନ କହିଛନ୍ତି, ପୁରଷ୍କାର ପାଇଁ ଯୋଗ୍ୟ ମନେକରିଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ତେବେ ଏହି ସ୍ୱତନ୍ତ୍ର ଉତ୍ସବରେ ଜୟା ବଚ୍ଚଚ, ଅଭିଶେକ ବଚ୍ଚନଙ୍କ ସମେତ ଅନ୍ୟ ବହୁ ବରିଷ୍ଠ ବ୍ୟକ୍ତିତ୍ୱ ଉପସ୍ଥିତ ରହିଥିଲ ।ଭାରତୀୟ ସିନେଜଗତର ଏହା ହେଉଛି ସର୍ବୋଚ୍ଚ ପୁରଷ୍କାର ।