ଅମାନିଆଙ୍କୁ ଧରିବାକୁ ପୁଲିସର ଧରପଗଡ଼

Spread the love

ରାଉରକେଲା, ୨/୦୮/୨୦ (ସନ୍ଧାନ ନିଉଜ) : ରାକ୍ଷୀ ଉତ୍ସବର ଗୋଟିଏ ଦିନ ପୂର୍ବରୁ  ଆଜି ରାଉରକେଲାରେ ଥିବା ଆମ୍ବାଗାନ ମାର୍କେଟ, ଟ୍ରାଫିକ ଗେଟ, ଡେଲି ମାର୍କେଟ ଅଂଚଳରେ ରାକ୍ଷୀ ଷ୍ଟଲ, ମିଷ୍ଟାନ ଦୋକାନରେ ସାମାଜିକ ଦୂତାକୁ ଭୁଲି ଜନତାଙ୍କ ଗହଳି ଦେଖିବାକୁ ମିଳିଥିଲା । ରାଉରକେଲାର ବିଭିନ୍ନ ଥାନା ଅଂଚଳରେ ଅମାନିଆ ମାନଙ୍କୁ ଧରିବାକୁ ଧରପଗଡ଼ କରାଯାଇଥିଲା । ପୁଲିସ ପକ୍ଷରୁ ବିଭିନ୍ନ ଛକରେ ପାଟ୍ରୋଲିଂ କରାଯାଇ କୋଭିଡ଼ ନିୟମ ନମାନିବା ବ୍ୟକ୍ତି ମାନଙ୍କୁ ତାଗିଦ କରାଯିବା ସହ ବିନା ମାସ୍କଧାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା ।  ୧୪ ଦିନ ପରେ  ଲକ ଡାଉନ ଉଠିବା ପରେ ପୁର୍ନବାର ସାରନଗରୀର ବିଭିନ୍ନ ଅଂଚଳରେ ଅମାନିଆଙ୍କ ଗହଳି ତଥା ପରିବା ବଜାରରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯାଉ ନଥିବା ଅଭିଯୋଗ ଆସିବା ପରେ ଟାଙ୍ଗରପାଲୀ ଥାନାର ନୂତନ ଅଧିକାରୀ ରବିନ୍ଦ୍ର କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତା୍ୱବଧାନରେ ସାରନଗରୀର ପରିବା ବଜାର, ଗଳିକନ୍ଦି ଦିନକାଳୀନ ପାଟ୍ରୋଲିଂ କରାଯାଇ ଅମାନିଆଙ୍କୁ ତାଗିଦ କରାଯିବା ସହ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ପାଇଁ ଦୋକାନୀ ଓ ଗ୍ରାହକ ମାନଙ୍କୁ ପୁଲିସ କର୍ମୀ ନିବେଦନ କରିଥିଲେ । ଅପରାହ୍ନରେ କୌଣସି କାରଣ ନଥାଇ ସଟ୍‌ହାଉନ ସମୟରେ ରାସ୍ତାରେ ବୁଲାବୁଲି କରୁଥିବା ଉଦଭ୍ରାନ୍ତ ଯୁବକ ମାନଙ୍କୁ ପୁଲିସ ତାଗିଦ କରି ଛାଡ଼ି ଦେଇଥିଲା ।

Related Posts

About The Author

Add Comment