ବାରିପଦା, ୦୬/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ତିହିଡି ଥାନା ବାଉଁଶବାଗ ଗ୍ରାମର ଶୁକଦେବ ମହାଳିକଙ୍କ ପ୍ରତି ଅମାନବୀୟ ନିର୍ଯାତନା ଘଟଣାକୁ ଜିଲ୍ଲା ପ୍ରଶାସନ ଗମ୍ଭୀରତାର ସହ ନେଇଛି। ରବିବାର ସନ୍ଧ୍ୟାରେ ଗ୍ରାମର କିଛି ଲୋକ ଶୁକଦେବଙ୍କୁ ଲଣ୍ଡା କରିବା ପରେ ମୁହଁରେ ଚକାଳି ବୋଳି ଓ ଜୋତାମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇଥିଲେ। ଏ ନେଇ ସନ୍ଧାନ ରେ ଖବର ପ୍ରକାଶିତ ହେବା ପରେ ଭଦ୍ରକ ଜିଲ୍ଲାପାଳ ଡ, ଜ୍ଞାନରଞ୍ଜନ ଦାସ ଘଟଣାର ତଦନ୍ତ ପାଇଁ ତିହିଡ଼ି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଓ ଥାନା ଆଇଆଇସି ରମେଶ ଚନ୍ଦ୍ର ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ୧୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ କେବଳ ଶତ୍ରୁଘନ ମହାଳିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଗିରଫ ଭୟରେ ଫେରାର ହୋଇ ଯାଇଛନ୍ତି। ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଓ ଆଇଆଇସି ରମେଶ ଚନ୍ଦ୍ର ସିଂ ଆଜି ବାଉଁଶବାଗ ଗାଁରେ ପହଞ୍ଚି ନିର୍ଯାତନାର ଶିକାର ହୋଇଥିବା । ଶୁକଦେବଙ୍କ , ପତ୍ନୀ ସୁକାନ୍ତୀ ମହାଳିକଙ୍କୁ ଭେଟିଥିଲେ । ପରେ ତହସିଲଦାର ଗ୍ରାମବାସୀଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ। ସୁକାନ୍ତୀଙ୍କ କହିବା ଅନୁଯାୟୀ, ତାଙ୍କ ସ୍ବାମୀଙ୍କ ହାତଗୋଡ଼ ବାନ୍ଧି ଲଣ୍ଡା କରାଯିବା ସମୟରେ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଶୁକଦେବ ଓ ଅପରପକ୍ଷର ଶତ୍ରୃଘନ ମହାଳିକଙ୍କୁ – ଥାନାକୁ ନେଇ ଆସିଥିଲା। ପରେ ପୋଲିସ ଶତ୍ରୁଘନକୁ ଛାଡ଼ି ଦେଇଥିବା ବେଳେ ଶୁକଦେବଙ୍କ ନାମରେ ମାମଲା ରୁଜୁ କରି ପରଦିନ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଶୁକଦେବ ଏବେ ବି ଜେଲରେ ଅଛନ୍ତି । ନିର୍ଯାତନା ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିବା ପାଇଁ ଆସିବାକୁ ଚାହୁଁଥିଲେ ବି ଅପରପକ୍ଷର ଲୋକମାନେ ତାଙ୍କୁ । ଗାଁରୁ ଆସିବାକୁ ଦେଇନଥିଲେ । ପୋଲିସ ଚାହିଁଥିଲେ ନିଜ ଆଡୁ ମାମଲା ରୁଜୁ କରିପାରିଥାନ୍ତା । କିନ୍ତୁ ରାଜନୈତିକ ଚାପରେ ପୋଲିସ ଅଭିଯୁକ୍ତମାନଙ୍କ ପ୍ରତି କୋହଳ ମନୋଭାବ ଦେଖାଇ ସେମାନଙ୍କୁ ଫେରାର ହୋଇଯିବାରେ ସହାୟତା କରିଥିଲା ବୋଲି ସୁକାନ୍ତୀ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା କହିଛନ୍ତି, ତଦନ୍ତ ରିପୋର୍ଟ ସେ ଜିଲ୍ଲାପାଳଙ୍କୁ – ପ୍ରଦାନ କରିବେ। ଅନ୍ୟପକ୍ଷରେ ରାଜ୍ୟ ମାନବାଧିକାର ଆୟୋଗର ସାଧାରଣ ସମ୍ପାଦକ କ୍ଷୀତିଶ ଚନ୍ଦ୍ର ସାମନ୍ତ ବେହେରା ପୋଲିସର ନିଷ୍କ୍ରିୟତାକୁ ନେଇ କ୍ଷୋଭ ପ୍ରକାଶ କରିବା,ସହିତ ଶୁକଦେବ କିଭଳି ନ୍ୟାୟ ପାଇବେ ସେ ସଂପର୍କରେ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି ।
ଅମାନବୀୟ ନିର୍ଯାତନା ଘଟଣାକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
|
August 6, 2020 |
