କାର୍ଡିଫ, ୨୯/୫ (ସନ୍ଧାନ ନିୟୁଜ) : ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ)ର ବିଶ୍ୱକପ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ରେ ମଙ୍ଗଳବାର ବାଂଲାଦେଶକୁ ଭାରତ ପରାସ୍ତ କରିଛି। ଏହି ବିଜୟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶ୍ରେଷ୍ଠ ଭୂମିକା ତୁଲାଇଛନ୍ତି। ୩୭ ବର୍ଷିଅ ଧୋନି ୧୧୩ ରନ ସଂଗ୍ରହ କରି ନିଜର ଫିଟନେସ୍କୁ ପ୍ରମାଣିତ କରିଛନ୍ତି। ଶତକ ହାସଲ କରିବା ପରେ ଧୋନି ପାଭଲିଅନରେ ବସି ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ ଦ୍ୱାରା ବାର୍ତ୍ତା ଦେଇଛନ୍ତି। ଏହା ଏକ ଏଭଳି ସମୟ ଥିଲା ଯେ, ପୂର୍ବତନ ଅଧିନାୟକ ନିଜର ବର୍ତ୍ତମାନ ଅଧିନାୟକଙ୍କୁ ପ୍ରଭାବିତ କରୁଥିଲେ।
ଏହି ଘଟଣାର ଭିଡିଓ କ୍ରିକେଟ ବିଶ୍ୱକପ୍ର ଅଫିସିଆଲ୍ ଟୁଇଟର୍ ପେଜ୍ @cricketworldcup ରୁ ଟୁଇଟ୍ କରାଯାଇଛି, ଯେଉଁଥିରେ ଲେଖାଯାଇଛି ଯେ, ପୂର୍ବତନ ବସ୍ ନିଜର ନୂତନ ବସ୍ଙ୍କୁ ପ୍ରଭାବିତ କରୁଛନ୍ତି.’ ସୂଚନାଯୋଗ୍ୟ ଧୋନିଙ୍କ ଅଧିନାୟକତ୍ୱରେ କୋହଲି ଇଣ୍ଟରନ୍ୟାସନାଲ କ୍ରିକେଟ୍ରେ ଡେବ୍ୟୁ ହୋଇଥିଲା।



