ବାରିପଦା, ୦୯/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ମୟୁରଭଞ୍ଜର ତତ୍କାଳୀନ ମହାରାଜା ବ୍ରିଟିଶ ସରକାର ସହ ଟକ୍କର ଦେଇ ୧୧୫ ବର୍ଷ ପୂର୍ବେ ଜିଲାର ଗମନାଗମନ ସହିତ ଆଥିକ ଅବସ୍ଥାରେ ସୁଧାର ଆଣିବା ନିମନ୍ତେ ନିଜ ଖର୍ଚ୍ଚରେ ବାଙ୍ଗରିପୋଷିରୁ ରୂପସା ପର୍ଯ୍ୟନ୍ତ ରେଳଲାଇନ ସଂଯୋଗ କରାଇ ଏକ ଛୋଟ ଟ୍ରେନ ଚଳାଇଥିଲେ । ସେତେବେଳେ ମୟୂରଭଞ୍ଜରୁ ଉତ୍ପାଦିତ ହେଉଥିବା ବାଉଁଶ, ଶାଳପତ୍ର ଓ ସବାଇଘାସର ବ୍ୟବସାୟ ନିମରେ ରାସ୍ତା ଖୋଲିଯାଇଥିଲା । ଲୋକମାନେ ଦୂରସ୍ଥାନକୁ ଯିବା ନିମନ୍ତେ ଏହି ଟ୍ରେନକୁ ବ୍ୟବହାର କରୁଥିଲେ । ବ୍ୟବସାୟୀମାନେ ବ୍ୟବସାୟ କରିବା ନିମନ୍ତେ ଏହି ଟ୍ରେନଥିଲା ମୁଖ୍ୟ ଆୟୁଧ । ସେ ସମୟରେ ଟ୍ରକ ଚଳାଚଳର ସୁବିଧା ଏତେ ମାତ୍ରାରେ ନଥିବାରୁ ଟ୍ରେନହିଁ ଏକମାତ୍ର ଭରସା । ସେ ସମୟରେ ବାରିପଦାରୁ ଆସିବା ସମୟରେ ରାସ୍ତାରେ ପଡୁଥିବା ଜାମଶାଳା ଷ୍ଟେସନରୁ ସବାଇଘାସ ଓ କାଶୈଳୀକାଠ, ବେତନଟା ଷ୍ଟେସନରୁ ବାଉଁଶ ଓ ସବାଇ ଦଉଡି, ବାଉଁଶ ନିର୍ମିତ ଜାଳି ପାଛିଆ ଇତ୍ୟାଦି ଓ ଯୁଗୁପୁରା ଷ୍ଟେସନରୁ ଶାଳପତ୍ର ନିର୍ମିତ ଖଲି ଓ ଦୋନ ଇତ୍ୟାଦି ରାଜ୍ୟ ବାହାରକୁ ରପ୍ତାନୀ ହେଉଥିଲା । ବ୍ୟବସାଗାମାନେ ସେମାନଙ୍କ ଅଞ୍ଚଳର ପ୍ରସ୍ତୁତକାରୀଙ୍କ ନିକଟରୁ ଉପରୋକ୍ତ ଜିନିଷ କ୍ରୟକରି ଏହି ଟ୍ରେନ ଯୋଗେ ବାହାରକୁ ପଠାଇ ବେଶ ରୋଜଗାର କରିବାରେ ସକ୍ଷମ ହେଇଥିଲେ । ପଦବ୍ଦୀ ଅବସ୍ଥାରେ ଏହି ଟ୍ରେନ ଚଳାଚଳ ବନ୍ଦ ହୋଇ ଅଣଓସାରିଆ। ରେଳପଥକୁ ଅଞ୍ଚଳବାସୀଙ୍କ ଦାବି ମୁତାବକ ଓସାରିଆ । ରେଳପଥରେ ପରିଣତ କରାଇ ୨୦୦୬ । ମସିହା ଜାନୁଆରୀ ୨୯ରୁ ଡିଏମୟୁ ଚଳାଚଳ କରିବା ଆରମ୍ଭ ହେଲା । ମାତ୍ର କେନ୍ଦ୍ର ସରକାର ୩ଟି ଷ୍ଟେସନକୁ ଷ୍ଟେସନ ମାନ୍ୟତା ଦେବାକୁ ଭୁଲିଯାଇ କେବଳ ବହୁ ଦାବିପରେ ବେତନଟାକୁ ଷ୍ଟେସନ ମାନ୍ୟତା ପ୍ରଦାନ କରିଥିବା ବେଳେ ଅନ୍ୟ ୨ଟି ଷ୍ଟେସନକୁ ଭୁଲିଗଲେ । ଫଳରେ ବ୍ୟବସାୟ ମାନେ ନାହିଁନଥୁବା ଦୁଇ ଅସୁବିଧାର ସମ୍ମୁଖୀନ ହେଲେ । ତଥାପି ବି ରେଳବିଭାଗ ଚୁପ ରହିଲା । ବିଶେଷଭାବେ ମୁଁ ଯୁଗୁପୁରା ଏକ ବ୍ୟବସାୟିକ ପେଣ୍ଠସ୍ତଳ । ହୋଇଥିବା ବେଳେ ସେମାନଙ୍କୁ ବି ରେଳବିଭାଗ ଅବହେଳା କରୁଥିବା ଅଭିଯୋଗ ହେଉଛି। ଏହି ଯୁଗପୁରା ରେଳବଣୀ ଉପରେ ୫୦ରୁ ଭଦ୍ଧ ଗ୍ରାମସୀ ନିର୍ଭର କରୁଥିବା ବେଳେ ରେଳବାଇ ନିରବଦ୍ରଷ୍ଟା ପାଲଟିଛି । ଏହି ଓସାରିଆ ରେଳପଥରେ ୨୦୦୭ରେ ଭୁବନେଶ୍ବର-ବାରିପଦା ସୁପରଫାଷ୍ଟ, ୨୦୧୨ରୁ ଶାଲିମାର ବାରିପଦା ରେଳ ଚଳାଚଳ କରୁଥିଲେମଧ୍ୟ ବ୍ୟବସାୟୀଙ୍କ ବ୍ୟବସାୟ ନିମନ୍ତେ ମାଲଗାହି ଚଳାଚଳ ଉପରେ କେନ୍ଦ୍ର ସରକାର ଦୃଷ୍ଟି ଦେଉନଥଳ ଜଣାଯାଇଛି । ମହାମାରୀ କରୋନା ସଂକ୍ରମଣ ପରେ ଏହି ରେଳପଥର ବିକାଶ ହୋଇପାରେ । ବୋଲି ବ୍ୟବସାୟୀ ତଥା ସାଧାରଣ ଢଳତା। ବିଶ୍ୱାସ ରଖୁଛନ୍ତି । ଅଦ୍ୟାବଧୂ ଯୁଗୁପୁରା ଠାରେ ରେଳବିଭାଗ । ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ନକରିବାରୁ ଇ ଯାତ୍ରୀଙ୍କ ସହିତ ବୃଦ୍ଧ ବୃଦ୍ଧାଙ୍କୁ ବିଶେଷ ” ହଇରାଣ ହେବାକୁ ପଡ଼ୁଛି । କେନ୍ଦ୍ରରେ ଜି ବିଜେପି ସରକାର ଥି ବେଳେ ନ ମୟୁରଭଞ୍ଜରୁ ୬ବିଧାୟକ, ସାଂସଦ କ ରହିଥିବା ବେଳେ ସେମାନେ ଏ ଦିଗରେ ମୁଁ ଶୁଭଦୃଷ୍ଟି ଦେଉନଥିବାରୁ ରେଳର ବିକାଶ ବା ସହିତ ଜିଲ୍ଲାର ବିକାଶ ବାଧାପ୍ରାପ୍ତ ହେଉଛି । ଦୀର୍ଘଦିନରୁ ଦାବି ହୋଇ ରେ ଆସୁଥିଲେ ମଧ୍ୟ ଏହି ଯୁଗୁପୁରା ଅ ରେଳରହଣୀର ଉନ୍ନତି ନହେବା କ୍ରଷ୍ଟା ବୁର୍ଭାଗ୍ୟଜନକ ବୋଲି ବରିଷ୍ଠ ସାମ୍ବାଦିକ ଅରେ ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମା, ସଞ୍ଜୟ ମିଶ୍ର, ପଦା ବିମଳେନ୍ଦୁ ମହାପାତ୍ର, ସୀତାନାଥ ମାର ବେହେରା, ସଞ୍ଜିତ କୁମାର ଦାସ, ତପନ ଅଲେ ପତି ପ୍ରମୁଖ ପ୍ରକାଶ କରିଛନ୍ତି ।
ଅଭିଯୋଗ ୬ ବର୍ଷ ପରେବି ଯୁଗୁପୁରାକୁ ମିଳିଲାନି ଷ୍ଟେସନ ମାନ୍ୟତା
|
August 9, 2020 |
