ଅଭିଯୋଗ କଲେ ବି ଶୁଣୁନି ବନ ବିଭାଗ

Spread the love

ରାସଗୋବିନ୍ଦପୁର, ୦୪.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):ରାସଗୋବିନ୍ଦପୁର ରେଞ୍ଜ ଅଧୀନ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବଣୁଆ ହାତୀଙ୍କ ଉପଦ୍ରବ ଯୋଗୁ ବ୍ୟାପକ ଭାବେ ଧନଜୀବନ ନଷ୍ଟ ହେବାରେ ଲାଗିଛି । ହାତୀ ଉପଦ୍ରବ ଏବେ ଏ ଅଞ୍ଚଳରେ ଏକ ନିତିଦିନିଆ ଘଟଣା ପାଲଟିଥିବା ବେଳେ ହାତୀଗୁଡିକୁ ଘଉଡାଇବାରେ ବନବିଭାଗ ପକ୍ଷରୁ ଠିକ୍ ଭାବେ‌ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି । ଗତ ୨ମାସ ମଧ୍ୟରେ ସାରୁମଳା ପଞ୍ଚାୟତରେ ଜଣେ ଲୋକର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଗତ ଡିସେର ମାସ ୩୦ତାରିଖ କମାରଡିହା ପଞ୍ଚାୟତର ବେତନାସି ଆର ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଏତଦବ୍ୟତୀତ ହାତୀ ଦ୍ଵାର ବହୁ ଲୋକଙ୍କ ଘରଦ୍ୱାର ଭାଙ୍ଗିଯାଇଥିବା ବେଳେ କୃଷି ଜାତ ଦ୍ରବ୍ୟ, ମୂଲ୍ୟବାନ ଗଛପତ୍ର ଭାଙ୍ଗିରୁଜି ପକାଇଛନ୍ତି । ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଆସୁଥିବା ବନବିଭାଗ କର୍ମଚାରୀ କେବଳ ନୀରବଦ୍ରଷ୍ଟା ରହିବା ଛଡା କେବଳ ହାତୀ ଗତିବିଧ ଅନୁଧ୍ୟାନ କରୁଛନ୍ତି । ଗତକାଲି ଏଆରଷ୍ଟ୍ରିପ୍ ଠାରେ ଥିବା ସଂଯୁକ୍ତା ଦାସଙ୍କ ଫାର୍ମ ହାଉସର ମୁଖ୍ୟ ଫାଟକ ଭାଙ୍ଗି ଫାର୍ମ ହାଉସରେ ପ୍ରବେଶ କରି ହୋଇଥିବା ପନିପରିବା ଚାଷ ନଷ୍ଟ କରି ପକାଇଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗ ଦେଇ ଆସି ଥି ବା ହାତୀପଲ ଶ୍ରୀମତୀ ଦାସଙ୍କ ଫାର୍ମ ହାଉସରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଥିଲେ । ବାରମ୍ବାର ହାତୀପଲ ଦ୍ଵାରା କ୍ଷୟକ୍ଷତି ଅସହ୍ୟ ହୋଇପଡି ବା ଯୋଗୁଁ ହାତୀ ଉପଦ୍ରବ ସଂପର୍କ ରେ ବାରିପଦା ଡିଏଫ ଓ ଙ୍କୁ ଅବଗତ କରାଇ ସ୍ଥାୟୀ ପ୍ରତିକାର ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା। ମାତ୍ର କେହି ଗୁରୁତ୍ବାରୋପ ଦେଇନଥିଲେ । ଲୋକଙ୍କ ଅଭିଯୋଗ ଗୁହାରୀ ଶୁଣି ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସରକାର ଗୁରୁତ୍ବ ଦେଉଥିବା ବଳେ ଏଠାରେ ଏହାର ବ୍ୟତିକ୍ରମ ଦେଖୁ ବାକୁ ମିଳୁଛି । ହାତୀ ପାଇଁ ଲୋକଙ୍କ ଧନଜୀବନ ବିପଦରେ ଥିବା ବେଳ ବନବିଭାଗ କପକ୍ଷ ହାତୀ ଘଉଡାଇବାରେ ଗୁରୁତ୍ବ ନ ଦେଇ କେବଳ କ୍ଷୟକ୍ଷତି ଆକଳନ କରିଚାଲିଛନ୍ତି । ଯାହା ଲୋକଙ୍କ ମଧ୍ୟରେ ଅସନ୍ତୋଷର ଦାନା ପୁଞ୍ଜିଭୂତ ହେବାରେ ଲାଗିଛି । ବିଭାଗୀୟ ଉଚ୍ଚ କଭୃପକ୍ଷ ଏଥିତି ଦୃଷ୍ଟି ନ ଦଲେ ଆଗାମୀ ଦିନରେ ଜନଆନ୍ଦୋଳନ ରୂପ ନେବ ବୋଲି ଆଲୋଚନା ଜୋର ଧରିଛି ।

Related Posts

About The Author

Add Comment