ଅଭିଯୋଗକାରିଣୀଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ଗିରଫ

Spread the love

ଚିତ୍ରଡା,୨୭/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) :- ଅଭିଯୋଗକାରିଣୀଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ଗିରଫ ହେବା ଘଟଣା ଚର୍ଚ୍ଚାକୁ ଆସିଛି ମୟୁରଭଞ୍ଜ ଜିଲା ମୋରଡା ଥାନା ଇଲାକାରେ । ଏହି ଚର୍ଚ୍ଚାକୁ ନେଇ ଅନୁସନ୍ଧାନ କରିବାରୁ ଜଣାଗଲା ଯେ ମୋରଡା ଥାନା ଅଧୀନ ଚିକିଟାମାଟିଆ ପଞ୍ଚାୟତ ଖୁଣ୍ଟାପାଳ ଗ୍ରାମର ସ୍ବର୍ଗତଃ ବାଉରୀ ମହାନ୍ତଙ୍କ ଝିଅ ମଲତା ମହାନ୍ତ (୩୬) ଙ୍କୁ ସେହି ଗ୍ରାମର ଧୁବ ମହାନ୍ତ(୪୦) ୧୬ ତାରିଖ ଅପରାହ୍ନରେ ଟଣାଓଟରା କରି ବଳାତ୍କାର ଉଦ୍ୟମ କରିଥିଲେ ବୋଲି ସେହିଦିନ ସଂଧ୍ୟାରେ ସେ ମୋରଡା ଥାନାରେ ଅଭିଯୋଗ କରିଥିଲେ । ଏକ ସପ୍ତାହ ମଧ୍ୟରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ୨୪ ତାରିଖ ଭାଇ କଂଗ୍ରେସ ମହାନ୍ତଙ୍କ ସହ ବାରିପଦା ଯାଇ ଏସପିଙ୍କୁ ଗୁହାରୀ କରିଥିଲେ । ସଂଧ୍ୟାରେ ବାଇକରେ ଭାଇସହ ଘରକୁ ଫେରୁଥିବା ବେଳେ ବାରିପଦା- ଚିତ୍ରଡା ରାଜ୍ୟ ରାଜପଥର କଲରାଫୁଲିଆ ଠାରେ ସଡକ ଦୁର୍ଘଟଣାରେ ଅଭିଯୋଗକାରିଣୀ ମଞ୍ଜୁଲତାଙ୍କ ମୃତ୍ୟୁ ଘଟିଥିଲା । ଏସପିଙ୍କ ହସ୍ତକ୍ଷେପ ପରେ ୨୫ ତାରିଖ‌ ଅଭିଯୁକ୍ତ ଧୁବ ମହାନ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ସେ ଏବେ ଜେଲ ହାଜତରେ ଥିବା ପୁଲିସ ସୂତ୍ରରୁ ଜଣା ପଡିଛି। ଅଭିଯୋଗ ସମ୍ପର୍କରେ ତଦନ୍ତକାରୀ ମୋରଡ଼ା ଥାନା ଏସଆଇ ଘନଶ୍ୟାମ ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେଯେ ଅଭିଯୋଗ ପାଇବା ମାତ୍ରେ ୧୯୪/୨୦ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ ପାଇଁ ଉଦ୍ୟମ ଜାରି ରହିଥିଲା । ସେ ପଶ୍ଚିମବଙ୍ଗ ଅଞ୍ଚଳରେ ଆତ୍ମଗୋପନ କରିଥିବାରୁ ସଠିକ ଖବର ନପାଇ ଗିରଫ କରାଯାଇ ପାରିନଥିଲା । ୨୫ ତାରିଖ ଦିନ ଅଭିଯୁକ୍ତ ବାରିପଦା ଯିବା ଖବର ପାଇ ମୋରଡା ଠାରେ ଗିରଫ କରାଯାଇଥିଲା । ବୋଲି ସେ କହିଥିଲେ । ଅଭିଯୋଗକାରିଣୀଙ୍କ ପ୍ରତି ପୁଲିସ ଅବହେଳା କରିନଥିବା ସେ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment