ଅଭିଯୁକ୍ତ ପ୍ରେମିକ ଗିରଫ

Spread the love

ବାରିପଦା, ୦୩/୦୬ (ସନ୍ଧାନ ନିଉଜ) ରଙ୍ଗ ନମ୍ବରରୁ ଆରମ୍ଭ ହେଲା କଥାବାର୍ତା । କ୍ରମେ ଏହା ପ୍ରେମର ରୂପ ନେଲା । ସମ୍ପର୍କ ନିବିଡ ହେବାକୁ ଲାଗିଲା । ଏହାପରେ ପ୍ରେମିକାକୁ ବିବାହ କରିବାକୁ ପୂରା ଭରସା ଦେଲା ପ୍ରେମିକ । ପ୍ରେମିକାଙ୍କ ମନରେ ବିଶ୍ୱାସ ସୃଷ୍ଟି କରି ତାଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଲେ । ହେଲେ ଏବେ ବିବାହ କରିବାକୁ ମନା କରୁଛି, ଉକ୍ତ ପ୍ରେମିକ ଜଣକ, ନିରାଶ ପ୍ରେମିକା ଜଣକ ଏ ନେଇ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ୍ ୨୫/୨୦ନଂ ମାମଲାର ରୁଜୁ କରି ପ୍ରଣରିତ ପ୍ରେମିକାକୁ ଗିରଫ କରିଛି, ଗିରଫ ଅଭିଯୁକ୍ତ ଜଣକ ଜଳେଶ୍ୱର ଥାନା ଅଧିକ ଦକ୍ଷିଣ ପ୍ରହରାଜପୁର ଗାଁର ଦେବାଶିଷ ବିଶ୍ୱାଳ(୨୯) । ଅଭିଯୁକ୍ତ ଦେବାଶିଷକୁ ପୋଲିସ୍ କୋର୍ଟ ଚାଲାଣ କରିଛି । ସମ୍ପର୍କ ଗଢି ଉଢିବା ପରେ ଯୁବତୀ ଜଣକ ତା’ର ପ୍ରେମିକାକୁ ବିଭିନ୍ନ ଆର୍ôଥକ ସହାୟତା ଦେଇଥିବା ଜଣାଇଛନ୍ତି । ପ୍ରତିଶ୍ରୁତି ଅନୁସାରେ ଜୁନ୍ ୨୯ ତାରିଖ ଦେବାଶିଷ ତାଙ୍କ ପ୍ରେମିକାଙ୍କ ଘରକୁ ଯାଇ ବିବାହ କରିବେ ବୋଲି କହିଥିଲେ ହେଲେ ପରେ ଯୁବତୀଙ୍କୁ ବିବାହ କରିବେ ନାହିଁ ବୋଲି ମନା କରିଦେଇଥିଲେ । ଏହା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି କୁଳିଅଣା ଥାନା ଅଂଚଳର ଉକ୍ତ ଯୁବତୀ, ଏହି ମାମଲାର ତଦନ୍ତ ଭାର ନେଇଛନ୍ତି ସଦର ଏସ୍.ଡି.ପି.ଓ. କେକେ ହରିପ୍ରସାଦ ।
ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment