ଯାଜପୁର ସଦର,୨୧ା୦୬(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ଇସ୍ତମାପଡ଼ିଆର ଦୁଇ ସଂଖ୍ୟାଲଘୁ ପରିବାର ମଧ୍ୟରେ ପ୍ରେମବିବାହକୁ କେନ୍ଦ୍ରକରି ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଆଉ ଜଣେ ମହିଳା ଗୁରୁତର ଥିବା ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ୧୧ ଦିନ ବିତିଯାଇଥିଲେ ମଧ୍ୟ ଧର୍ମଶାଳା ପୋଲିସ ଏବଂ ବ୍ରହ୍ମବରଦା ପୋଲିସ ଆସାମୀ ମାନଙ୍କୁ ଗିରଫ ନକିରବାରୁ ମୃତକଙ୍କ ପରିବାର ପକ୍ଷରୁ ଗତକାଲି ବ୍ରହ୍ମବରଦା ଫାଣ୍ଡିକୁ ଘେରାଉ କରିଥିଲେ । ଗତ ଜୁନ ୯ ତାରିଖରେ ପ୍ରେମ ବିବାହକୁ କେନ୍ଦ୍ରକରି ସେକ୍ ତଜ୍ମୁଲ ଜାମା ଏବଂ ସେକ୍ ମଇ ଉଦ୍ଦିନଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ମଇ ଉଦ୍ଦିନଙ୍କ ପରିବାରର ୫ଜଣ ଆହତ ହୋଇଥିଲେ । ମଇ ଉଦ୍ଦିନଙ୍କ ସାନ ଭାଈ ସଲା ଉଦ୍ଦିନ କଟକ ମେଡିକାଲରେ ମୃତ୍ୟୁ ଘଟିଥିଲା । ଏନେଇ ୭୦ ଜଣଙ୍କ ନାମରେ ବ୍ରହ୍ମବରଦା ଫାଣ୍ଡିରେ ଏତଲା କରାଯାଇଥିଲା । ଏତଲାକୁ ଭିତ୍ତି କରି ବ୍ରହ୍ମବରଦା ପୋଲିସ ଦୁଇ ଆସାମୀକୁ କୋଟ ଚାଲାଣ କରିଥିଲେ । ମୃତକଙ୍କ ପରିବାର ବରୁଆଁ, ବାଲିଚନ୍ଦ୍ରପୁର ରାସ୍ତାକୁ ବ୍ୟାଙ୍କଛକ ଠାରେ ରାସ୍ତାରୋକ କରିଥିଲେ । ରାସ୍ତା ରୋକ ସମୟରେ ଧର୍ମଶାଲା ଥାନା ଅଧିକାରୀ ସରୋଜ କୁମାର ସାହୁ, ଯାଜପୁର ଏସ୍ଡିପିଓ ଚିନ୍ମୟ ନାୟକ, ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଥିବା ବେଳେ, ଦିର୍ଘ ୧୧ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ ଆସାମୀ ମାନଙ୍କୁ ଗିରଫ କରାନଯିବାରୁ ମୃତକଙ୍କ ପରିବାର ପକ୍ଷରୁ ବ୍ରହ୍ମବରଦା ଫାଣ୍ଡିକୁ ଘେରାଉ କରିଥିଲେ । ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ଆନ୍ଧୋଳନକାରୀଙ୍କୁ ବୁଝା ସୁଝା କରି ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନ ହଟିଥିଲା ।
ଅଭିଯୁକ୍ତ ଗିରଫ ଦାବିରେ ମୃତକଙ୍କ ପରିବାର ପକ୍ଷରୁ ବ୍ରହ୍ମବରଦା ଫାଣ୍ଡି ଘେରାଉ
|
June 21, 2021 |