ଧର୍ମଶାଳା ୧୪/୦୯ (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ନିର୍ବାଚନ ମଣ୍ଡଳୀର ମୁଖ୍ୟ କୁହାଯାଉଥିବା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ବହୁ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି ଧର୍ମଶାଳା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଆଜି ଅପରାହ୍ନରେ ଶ୍ରୀ ବଳବନ୍ତରାୟ ଡାକ୍ତରଖାନାରେ ପହଂଚି ବିଭିନ୍ନ ବିଭାଗ ବୁଲି ଅନୁଧ୍ୟାନ କରିଥିଲେ । ଏହି ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଅନୁପସ୍ଥିତି ଥିବା ବେଳେ ଜଣେ ମାତ୍ର ମହିଳା ଡାକ୍ତର ଆଦ୍ୟାଶା ନାୟକ ଉପସ୍ଥିତ ଥିଲେ । ଡ. ନାୟକ ଗୁରୁବାର ସକାଳ ୮ଟାରୁ ରାତି ୮ ଟା ପର୍ଯ୍ୟନ୍ତ କାର୍ଯ୍ୟକରୁଥିବା ବେଳେ ଅନ୍ୟ କୈାଣସି ଡାକ୍ତରଙ୍କ ଦେଖା ମିଳି ନଥିଲା । ଦୀର୍ଘ ୩୬ ଘଂଟା ଧରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମାତ୍ର ମହିଳା ଡାକ୍ତର ରୋଗୀ ସେବା କରିବା ଘଟଣାକୁ ସାଧାରଣ ଭାବେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସନ୍ଧ୍ୟାରେ ଡାକ୍ତରଖାନା ପରିସର ଅନ୍ଧାର ଥିବା ଦେଖି ଅଧ୍ୟକ୍ଷ ବିରକ୍ତ ପ୍ରକାଶ କରିଥିଲେ । ପ୍ରକାଶ ଥାଉ କି ଦୀର୍ଘ ଦୀନ ଧରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟା ଏଯାବତ୍ ଲାଗିରହିଛି । ପ୍ରସୂତିଙ୍କ ମୃତୁ୍ୟକୁ ନେଇ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଆଜି ପର୍ଯ୍ୟନ୍ତ ଏହା ମରାମତି ହୋଇନି । ଆବଶ୍ୟକ ଡାକ୍ତର ଓ କର୍ମଚାରୀ ଅଭାବରୁ ରୋଗୀ ମାନଙ୍କ ସେବାରେ ଘୋର ବାଧା ଉପୁଜିଛି । ବିଭାଗୀୟ ଉଚ୍ଚ କର୍ତୁପକ୍ଷଙ୍କ ସମେତ ଧର୍ମଶାଳା ବିଧାୟକ ଯାଜପୁର ସାଂସଦ କିଛି ମାସ ତଳେ ଡାକ୍ତରଖାନା ପରିଦର୍ଶନ କରି ଫେରିଛନ୍ତି । ଏହା ସତ୍ୱେ ଡାକ୍ତରଖାନା ସମସ୍ୟାର ସମାଧାନ ହୋଇ ନ ପାରିବା ଅଂଚଳବାସୀଙ୍କୁ ଆଶ୍ୱର୍ଯ୍ୟନ୍ୱିତ୍ୱ କରିଛି । ତରୁନ୍ତ ଆବଶ୍ୟ୍କ ଡାକ୍ତର ଓ କର୍ମଚାରୀ ଯୋଗାଇ ଦେବାପାଇଁ ଧର୍ମଶାଳା ଦଳିତ ସଂଘର ସଭାପତି ହରିହର ମଲ୍ଲିକ ଦାବୀ କରିଛନ୍ତି ।
ଅବ୍ୟବସ୍ଥା ମଧ୍ୟରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର : ନିରାଶ ଲୁହରେ ରୋଗୀଙ୍କ ଜୀବନ
|
September 14, 2019 |



