ଚଣ୍ଡିଖୋଲ, ୦୬/୦୮/୨୦ (ସନ୍ଧାନ ନିଉଜ) :- ରାଜ୍ୟରେ କରୋନା ମହାମାରୀ ପାଇଁ ଅନ୍ୟ ଅଂଚଳରୁ ତଥା ବାହାର ରାଜ୍ୟ ଓ ଦେଶରୁ ଆସୁଥିବା ପ୍ରବାସୀଙ୍କୁ ସଂଗରୋଧ ଗୃହରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ପ୍ରତ୍ୟେକ ପଂଚଚାୟତରେ ଦୁଇ ତିନୋଟି ସଂଗରୋଧ ଗୃହ କରାଯାଇ ପ୍ରବାସୀ ମାନଙ୍କୁ ରଖାଯାଇଥିଲା । ଏବେ ପଂଚାୟତର ସଂଗରୋଧର ଗୃହକୁ ବନ୍ଦ କରାଯାଇ ବ୍ଳକର ଦୁଇ ତିନୋଟି କେନ୍ଦ୍ର ଖୋଲାଯାଇ ପ୍ରବାସୀ ମାନଙ୍କୁ ରଖାଯାଉଅଛି । ଯାଜପୁର ଜିଲ୍ଲା ବଡଚଣା ବ୍ଳକର ଧନମଣ୍ଡଳସ୍ଥିତ ଏକ ବାତ୍ୟା ଆଶ୍ରୟସ୍ଥଳି ଠାରେ ମୁଖ୍ୟ ସଂଗରୋଧ ଗୃହ କରାଯାଇ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କୁ ରଖାଯାଉଛି । ସଂପୃକ୍ତ ଗୃହଟି ପୂର୍ବରୁ ନିମ୍ନମାନର କାର୍ଯ୍ୟ ହେବା ସହ ଦୀର୍ଘଦିନ ହେବ ବନ୍ ଦହୋଇ ରହିଥିଲା । ବ୍ଳକ କରୋନା ପରିଚାଳନା ମୁଖ୍ୟ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରି ସଂପୃକ୍ତ ବାତ୍ୟା ଆଶ୍ରୟସ୍ଥଳିକୁ ଜନୈକ ବ୍ୟକ୍ତିଙ୍କ ଦ୍ୱାରା ମରାମତି କରାଇଥିଲେ । ପ୍ରବାସୀମାନେ ଏଠାରେ ରହିବା ପରେ ନାନଦି ଅସୁବୀଧା ହେଉଥିôବା ଅଭିଯୋଗମାନ ହୋଇଆସୁଥିଲେ ବି ବିଡିଓ ମହାଶୟ ଏହାର କୌଣସି ଆଶୁ ପ୍ରତିକାର କରି ନଥିଲେ । ଗତ ବୁଧବାର ରାତି ପ୍ରାୟ ୧୨ ଘଟିକା ସମୟରେ ନିମ୍ନମାନର ଖାଦ୍ୟ ଯେଉଁଥିରେ କି ପୋକା ଆଳୁ, ଡାଲି ଆଦି ବାହାରିବା ସବୁ ସମୟରେ ପାଣିର ବ୍ୟବସ୍ଥା ନରହିବା ଏବଂ ଶୈାଚାଳୟ ଗୁଡିକ ଅପରିସ୍କାର ହେବା ସହ ଦୁର୍ଗନ୍ଧ ହେଉଥିବାରୁ ପ୍ରବାସୀ ମାନେ ଏହାର ପ୍ରତିବାଦ କରିଥିଲେ । ସ୍ଥାନୀୟ ବିଡିଓ ଓ ପ୍ରବାସୀ ମାନଙ୍କ ନିଜ ପଂଚାୟତର ସରପଂଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବ୍ୟବସ୍ଥା ସଂପର୍କରେ ସୂଚନା ଦେବାକୁ ଯୋଗାଯୋଗ କରିବାରୁ କେହି ଏହାକୁ ଭୃକ୍ଷେପ କରିନଥିଲେ । ସେମାନେ ବାଧ୍ୟ ହୋଇ ଗୁରବାର ସକାଳ ସମୟରେ ସାମୁହିକା ଭାବରେ ସଂଗରୋଧ ଗୃହରୁ ବାହାରି ବ୍ଳକ କାର୍ଯ୍ୟାଳୟକୁ ଯିବାକୁ ଉଦ୍ୟତ ହେଉଥିଲେ । ଏହି ସମୟରେ ସ୍ଥାନୀୟ କିଛି ସ୍ୱେଛାସେବୀ ସେମାନଙ୍କୁ ବୁଝସୁଝା କରିିବା ସହ ସମସ୍ୟା ସଂପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିବାରୁ ସେମାନେ ଗୃହ ମଧ୍ୟକୁ ଯାଇଥିଲେ । ପ୍ରକାଶ ଥାଉ କି ଗତ ୪ ତାରିଖ ଦିନ ଏହି କେନ୍ଦ୍ରରୁ ଏକା ସଂଗରେ ୨୧ ଜଣ କରୋନା ପଜିଟିଭି ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପ୍ରସାସନର ଅବହେଲା ଓ ଦାୟିତ୍ୱହୀନତା ପାଇଁ ସଠିକ ଭାବେ ପ୍ରବାସୀ ମାନଙ୍କୁ ରଖିବା ସେମାନଙ୍କ ଦାୟିତ୍ୱ ସହ ସୁବନେ୍ଦାବସ୍ତ ନକରିବା ଏହା ସରକାରଙ୍କ ଅପାରଗତା ପରିପ୍ରକାଶ କରୁଛି । ସଂପୃକ୍ତ କେନ୍ଦ୍ରରେ ଦାୟିତ୍ୱରେ କିଛି କର୍ମଚାରୀ ଥିଲେ ମଧ୍ୟ ଏଠାରେ କୌଣସି ଜଗୁଆଳି ନରହିବା ଓ ଏଭଳି ପରିସ୍ଥିତି ସୃଷ୍ଟି ହେଲା ପରେ ବି ନିକଟରେ ଥିବା ଧାନମଣ୍ଡଳ ପୋଲିସ ପାଣ୍ଡି ଅଧିକାରୀଙ୍କ ଘଟଣା ସ୍ଥଳରରେ ନପହଂଚିବା ସାଧାରଣେôର ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଡିଓ ଏବଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା କାର୍ଯ୍ୟପାଇଁ ସରକାରଙ୍କ ସବୁ କାର୍ଯ୍ୟକ୍ରମ ପାଣିରେ ପଡିଲା ପରି ପରିଲିକ୍ଷିତ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସଂଗରୋଧ ଗୃହ ଚତୁଃପାଶ୍ୱର୍ରେ ରହୁଥିବା ଅଧିବାସୀ ମାନେ ଏବେ ଭୟଭିତ ଅବସ୍ଥାରେ ରହିବା ସହ ପ୍ରଶାସନର ଏଭଳିାକର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି ।
ଅବ୍ୟବସ୍ଥା ମଧ୍ୟରେ ଚାଲିଛି ବଡଚଣା ବ୍ଳକ ମୁଖ୍ୟ ସଂଗରୋଧ ଗୃହ: ଅଭିଯୋଗ କେହି ନ ଶୁଣିବାରୁ ବାହାରକୁ ବାହରିଲେ ପ୍ରବାସୀ
|
August 6, 2020 |



