ରସୁଲୁପର, ୨/୧୦ (ସନ୍ଧାନ ନିୟୁଜ/ନାରାୟଣ ରଥ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଗନ୍ଧଣ ପଂଚାୟତ ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ରଟି ଦୀର୍ଘ ଦିନରୁ ଅବ୍ୟବସ୍ଥା ଭିତରେ ଗତି କରୁଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ନୂତନ ଗୃହ ନିର୍ମାଣ ସରିଥିଲେ ମଧ୍ୟ ପୁରୁଣା ଗୃହରେ ରୋଗୀ ସେବା କାର୍ଯ୍ୟ ଜାରି ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବହୁବାର ସ୍ଥାନୀୟ ଜନସାଧରଣ ପ୍ରଶାସନ ଏବଂ ନେତାଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ ତାହା ସ୍ଥାନାନ୍ତରିତ ହୋଇନାହିଁ । ଅନ୍ୟପଟରେ ଭଙ୍ଗା ଗୃହର ଛାତରୁ ପାଣି ଝରୁଥିବା ବେଳେ କାନ୍ଥ ଗୁଡିକ ଫାଟି ଆଁ କରିଛି । ଏହା ଭିତରେ ରୋଗୀ ମାନେ ଅତି ବିପଦ ପୂର୍ଣ୍ଣ ଭାବେ ସେବା ନେଉଛନ୍ତି । କେତେବେଳେ ଏହା ଭୁୁଷୁଡି ପଡିବ ତାହା କିଏ କହିବ । ସ୍ୱାସ୍ଥ୍ୟକେନ୍ଦ୍ରଟି ସଫାସୁୁତୁରା କରାଯାଉନଥିବା ସହିତ ଡାକ୍ତର ଏବଂ ଷ୍ଟାଫ୍ ରହୁନାହାନ୍ତି । ଅନ୍ୟପଟରେ ଏଠାରେ ଆବଶ୍ୟକୀୟ କର୍ମଚାରୀ ଓ ଡାକ୍ତର ନାହାନ୍ତି । ଫଳରେ ରୋଗୀସେବା କାର୍ଯ୍ୟରେ ଏହା ଅଧିକ କ୍ରିୟାଶୀଳ ହୋଇପାରୁନାହିଁ । ଏଠାରେ ସରକାରଙ୍କ ପଦ୍ରତ୍ତ ନିରାମୟ ଯୋଜନାରେ ସମସ୍ତ ଓøଷଧ ମିଳୁନାହିଁ । ରାଜନୈତିକ ଇଚ୍ଛା ଶକ୍ତିର ଅଭାବରେ ଏଠାକାର ସମସ୍ୟ ସମାଧାନ ହୋଇପାରୁନଥିବା କହିଛନ୍ତି ଜନସାଧରଣ । ତୁରନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବ ଏହା ଉପରେ ଦୃଷ୍ଟି ଦେବାକୁ ସାଧରଣରେ ଦାବି ହେଉଛି ।
ଅବ୍ୟବସ୍ଥାରେ ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ର, ନୂତନ ଗୃହକୁ ସ୍ଥାନାନ୍ତରିତ ହେଉନଥିବାରୁ ବଢ଼ୁଛି ଅସନ୍ତୋଷ
|
October 2, 2019 |
