ନିଉଦିଲ୍ଲୀ, ୨୫/୮ (ସନ୍ଧାନ ନିଉଜ) : ୧୯୯୭ ମସିହା ଜୁନ ୩୦ରେ ଜନ୍ମିତ ଅବିକା ଗୌର ବର୍ତ୍ତମାନ ୨୨ ବର୍ଷ ବୟସର ହୋଇ ଗଲେଣି କିନ୍ତୁ ଏତେ କମ ବୟସରେ ସେ ବହୁତ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି । ଟିଭି ସିରିଏଲ ବାଳିକା ବଧୂରେ ଆନନ୍ଦି ହୋଇ ଘରେ ଘରେ ପ୍ରସିଦ୍ଧ ହୋଇଥିବା ଅବିକା ଏହି ସିରିଏଲରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଅବିକାଙ୍କ ପିତା ସମୀର ଗୌର ଜଣେ ଇଂସ୍ୟୁରାନ୍ସ ଏଜେଣ୍ଟ ଅଟନ୍ତି ଏବଂ ମାଆ ଚେତେନା ଜଣେ ଗୃହିଣୀ ଅଟନ୍ତି । ଅବିକା ଜଣେ ଗୁଜୁରାଟି ପରିବାରରୁ ଆସିଛନ୍ତି ଏବଂ ତାଙ୍କର ଲାଳନ ପାଳନ ଏକ ସାଧାରଣ ମଧ୍ୟବିତ୍ତ ପରିବାରରେ ହୋଇଛି ।*
*ଅବିକା ହିନ୍ଦୀ, ଇଂରାଜୀ ଏବଂ ଗୁଜରାଟୀ ଭାଷା ଜାଣନ୍ତି ଏବଂ ଏହା ସହିତ ସେ ଅନେକ ଫେସନ ଶୋ’ରେ ଭାଗ ନେଇଛନ୍ତି । ୧୨ ବର୍ଷ ବୟସରେ ଅବିକା ବାଳିକା ବଧୂରେ ବୋହୂର ଭୂମିକାରେ ଅଭିନୟ କରି ଲୋକପ୍ରିୟ ହାସଲ କରିଛନ୍ତି ଏବଂ ୧୪ ବର୍ଷ ବୟସରେ ଶଶୁରାଲ ସିମରରେ ଜଣେ ବିବାହିତ ଝିଅର ଭୂମିକାରେ ଅଭିନୟ କରିଥିଲେ ।*