ଅବାଧରେ ଛତିଶ ଗଡ ରୁ ରାଜ୍ୟ ରାଜପଥ ୨୪ ଦେଇ ସୁନ୍ଦରଗଡ ରୁ ଝାରସୁଗୁଡା କୁ ବାଉଁଶ ବେପାର

Spread the love

ସୁନ୍ଦରଗଡ ତା:୧୩/୧୧/୨୦୨୫(ସନ୍ଧାନ ନ୍ୟୁଜ) ଆଜି ସକାଳ ସମୟ ପ୍ରାୟ ୬ ଟା ସମୟରେ ଛତିଶଗଡ଼ ରୁ ସବଡେଗା ବ୍ଲକ ମୁଖ୍ୟ ରାସ୍ତା ରାଜ୍ୟ ରାଜପଥ ୨୪ ଦେଇ ବାଉଁଶ ବୋଝେଇ ହୋଇ ଯାଉଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଗାଡ଼ି ନମ୍ବର ସିଜି ୦୪ପିଇ ୧୬୭୭ ରେ ବାଉଁଶ ବୋଝେଇ ହୋଇ ସୁନ୍ଦରଗଡ ଅଭିମୁଖେ ଯାଇଥିବା ଦେଖିବାକୁ ମିଳିଥିଲା । ଗାଡ଼ି ଚାଲକ କହିବା ଅନୁସାରେ ଗାଡ଼ି ଛତିଶଗଡ ରୁ ସୁନ୍ଦରଗଡ କୁ ନେବା ସହିତ ତାହା ଝାରସୁଗୁଡା ରେଲୱେ କାର୍ଯ୍ୟରେ ବ୍ୟବହୃତ ହେବ ବୋଲି ମତ ରଖିଥିଲେ । ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ହାତକୁ ନେଇ ସବୁଜ ସବୁଜିମା ଶୁଭାରମ୍ଭ କରିଥିବା ବେଳେ ବିପୁଳ ପରିମାଣରେ ବାଉଁଶ ଗଛ କାଟି ଗାଡ଼ି ମାନଙ୍କରେ ବିପୁଳ ପରିମାଣରେ ବୋଝେଇ ହୋଇ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଆସିବା ଏକ ବଡ ପ୍ରଶ୍ନ ? ତା ସହିତ ରାଜ୍ୟ ସୀମାରେ ସୁରକ୍ଷା ଥିବାବେଳେ ଏସବୁ ହେବା ପ୍ରଶାସନ ର ସୁରଖା ପ୍ରଶ୍ନ ଘେରରେ ରହିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନର ନଜର ନ ପଡ଼ିବା ଅଞ୍ଚଳ ରେ କ୍ଷୋଭ ବଢିବାରେ ଲାଗିଥିବା ସୂଚନା ରହିଛି । ଏସବୁ କୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment