ବାରିପଦା ୧୦/୦୮/୨୦୨୦ (ସନ୍ଧାନ ନିଉଜ):- ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ଠାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ଅବହେଳିତ ଅବସ୍ଥାରେ ଥିବାରୁ ନାନା ସମସ୍ୟା ମଧ୍ୟରେ ଗତି କରୁଥିବା ଦେ ଖିବାକୁ ମିଳିଛି । ଉକ୍ତ ଚିକିତ୍ସା କେନ୍ଦ୍ରଟି ଝରାଡିହି ସ୍ଥିତ ସାପ୍ତାହିକ ହାଟ ପଡ଼ିଆ ପରିସର ମଧରେ ରହିଛି । ବର୍ତ୍ତମାନ ବର୍ଷା ସମୟରେ ହାଟ ପଡ଼ିଆର ଗୋଳିଆ ପାଣି ଉକ୍ତ ଚିକିତ୍ସା କେନ୍ଦ୍ର ପରିସର ମଧରେ ପ୍ରବେଶ କରି ପରିସରରେ ଶିଉଳ ଜମି ରହୁଛି । ଫଳରେ କୃଷକ ମାନେ ପୃହପାଳିତ ପଶୁ ମାନଙ୍କ ଚିକତ୍ସା ପାଇଁ ଆସି ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ଷା ଦିନେ ଚିକିତ୍ସା କେନ୍ଦ୍ରର ପ୍ରବେଶ ପଥ ମଧ୍ୟ କାଦୁଅର ପରିପୂର୍ଣ୍ଣ ରହୁଛି । ଫଳରେ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ଖସି ପଡିବା ଭୟ ରହୁଛି । ତାଛଡା ଏଠାରେ କାର୍ଯ୍ୟରତ ଥିବା ପ୍ରାଣୀ ଚିକିତ୍ସକ ଓ ସହକର୍ମୀ ମାନେ ନିଜେ ମଧ୍ୟ ଯିବା ଆସିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପରିସର ମଧ୍ୟରେ ପ୍ରାଣୀ ଚିକିତ୍ସକଙ୍କ ରହିବାର ସୁବିଧା ରହିଛି ହେଲେ ଏଠାରେ ଶୈଚାଳୟ ନଥିବାରୁ ଶୈଚ ଓ ସ୍ନାନ ପାଇଁ ବାହାରକୁ ଯିବାକୁ ପଡୁଛି । ଫଳରେ ଚିକିତ୍ସାଧିକାରୀ ଜଣକ ଅପ୍ରିତିକର ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଦୀର୍ଘ ଦେବ ବର୍ଷରୁ ନିଜ କାର୍ଯ୍ୟ ସମ୍ପାଦନ କରି ଚାଲିଛନ୍ତି ।
ସରକାରୀ ସ୍ତରରେ ସ୍ବଚ୍ଛ ଭାରତ ଅଭିଯାନ ଚାଳାଇ ବହୁଳ ମାତ୍ରାରେ ପ୍ରଚାର ପ୍ରସାର କରାଯିବା ସହିତ ବିଭିନ୍ନ ଯୋଜନାରେ ସାଧାରଣ ଲୋକଙ୍କୁ ଶୈଚାଳୟ ନିର୍ମାଣ ପାଇଁ ପ୍ରୋତ୍ସାହନ ଦିଆ ଯାଇଥିବା ବେଳେ ଜଣେ ଅଧିକାରୀଙ୍କ ଶୈଚାଳୟ ସୁବିଧାରୁ ବଞ୍ଚିତ କରାଯିବା ଦୁଃଖର ବିଷୟ । ଏହା ପରେ କାର୍ଯ୍ୟାଳୟ ଏବଂ ବାସ ଭବନରେ ବିଜୁଳି ସଂଯୋଗ ନଥିବାରୁ ନିଜେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ କାର୍ଯ୍ୟାଳୟକୁ ଆସୁଥିବା କୃଷକ ଓ ପଶୁପାଳନ ମାନେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତାଛଡା ପଶୁ ପକ୍ଷୀଙ୍କ ପାଇଁ ଶୀତଳ ଭଣ୍ଡାରର ରଖାଯାଉଥିବା ଆବଶ୍ୟକୀୟ ବିଭିନ୍ନ ଔଷଧ ଏଠାରେ ଗଚ୍ଛିତ କରାଯାଉ ପାରୁ ନାହିଁ । ଦୀର୍ଘ ଦିନ ଧରି ପାଣି ପାଇଁ ଅସୁବିଧାରେ ରହିବା ପରେ ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ଓଭରହେତ୍ ବ୍ୟାଙ୍କରୁ ପାଇପ ପାଣି ସଂଯୋଗ ନେଇଛନ୍ତି । ଚିକିତ୍ସାଧିକାରୀ ଶ୍ରୀ ରଞ୍ଜନ କୁମାର ପାତ୍ରଙ୍କ ଅନୁସାରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିବା ପରେ ମଧ୍ୟ କୈାଣସି ସୁଫଳ ମିଳି ପାରିନାହିଁ । ତେବେ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଥିବା ସମସ୍ୟା ଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।