ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ବିଧାୟିକାଙ୍କ ଶୋକ

Spread the love

ଯାଜପୁର ସଦର, ୨୫/୩/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ତଥା ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାୟକ (୬୭ ) ସୋମବାର ରାତି ପ୍ରାୟ ୨ ଟା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି | ମୃତ୍ୟୁ ସମୟରେ ତାଙ୍କର ବଡ଼ ଭାଇ ବିବେକାନନ୍ଦ ନାୟକ, ପତ୍ନୀ ସୁରେଖା ନାୟକ , ୨ ପୁଅ ବୋହୁ ଉପସ୍ଥିତ ଥିଲେ | ମଙ୍ଗଳବାର ଗ୍ରାମସ୍ତ ସ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇ ଥିବା ବେଳେ ବଡ଼ ପୁଅ ସତ୍ୟଜିତ ନାୟକ ମୁଖାଗ୍ନି ଦେଇଥିଲେ | ସ୍ବର୍ଗତ ନାୟକ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ବେଳେ ସେହି ବିଦ୍ୟାଳୟରେ ଶିକ୍ଷକତା ଚାକିରି ଜୀବନ ଆରମ୍ଭ କରିବା ସହ ସେହି ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ | ସ୍ବର୍ଗତ ନାୟକ ଜଣେ ମିଷ୍ଠାଭାସି, ଛାତ୍ର ବସ୍ଥଳ, ମେଳାପି, ପରୋପକାରୀ ଓ ଆଦର୍ଶ ଶିକ୍ଷକ ଭାବେ ଉକ୍ତ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ | ସ୍ବର୍ଗତ ନାୟକଙ୍କ ମୃତ୍ୟୁ ଖବର ପାଇ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ବାରିକ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଭାତ ଚନ୍ଦ୍ର ଦାସ, ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ବର୍ତ୍ତମାନ କାର୍ଯ୍ୟରତ ବରିଷ୍ଠ ଶିକ୍ଷକ ପ୍ରଜାପତି ରାଉତ, ଅବସର ପ୍ରାପ୍ତ କିରାଣି ସଚିତା ନନ୍ଦ ନାୟକ, କର୍ମଚାରୀ ଅଶୋକ ବେହେରା, ଅବସର ପ୍ରାପ୍ତ କର୍ମଚାରୀ ଗୋଲକ ବାରିକ ପ୍ରମୁଖ ଶେଷ ଦର୍ଶନ କରିବା ସହ ଶବଧାରାରେ ସାମିଲ ହୋଇଥିଲେ | ଆଦର୍ଶ ଶିକ୍ଷକ ସ୍ବର୍ଗତ ନାୟକଙ୍କ ବିୟୋଗରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୀତବାସ ବେହୁରିୟା, ଶରତ ଚନ୍ଦ୍ର ନାୟକ, ଶଶଧର ନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡି,ବର୍ତ୍ତମାନର ପ୍ରଧାନ ଶିକ୍ଷୟତ୍ରୀ ଝୁନୁ ପ୍ରିୟା ସାମଲ, ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ନିରୋଦ କୁମାର ରାୟ, କମାରଡ଼ିହି ପାକ୍ସ ସଭାପତି ଭାଗିରଥି ସାହୁ, ପୂର୍ବତନ ଛାତ୍ର ଡ଼ଃ ବିଜୟୀ ପାର୍ଥ ରାୟ, ଜୟପ୍ରକାଶ ନାୟକ,ଦୁଷ୍ମନ୍ତ କୁମାର ନାୟକ, ପ୍ରିୟବ୍ରତ ବିଶ୍ୱାଳ, ଗଙ୍ଗାଧର ଯେନା ପ୍ରମୁଖ ଶୋକ ପ୍ରକାଶ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଚ୍ଛି

Related Posts

About The Author

Add Comment