ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦାବୀ ପତ୍ର

Spread the love

ଯାଜପୁର, ୦୭/୦୪/୨୧ (ସନ୍ଧାନ ନିଉଜ) : ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଏକ ୧୫ ଦପାଂ ସମ୍ବଳିତ ଦାବୀ ପତ୍ର ଯାଜପୁର ବ୍ଲକ ଶାଖା ସଂଘ ପକ୍ଷରୁ ଯାଜପୁର ବିଡିଓଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ପ୍ରଦାନ କରାଯାଇଛି । ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚିକିତ୍ସା ଭତା,ବସ ଯାତ୍ରାରେ ୫୦ ପ୍ରତିଶତ ରିହାତି,୭ମ ପେ କମିଶନ ନିର୍ଦ୍ଧାରଣରେ ଅସଂଗତି ଦୂରିକରଣ,ସ୍ଥଗିତ ଥିବା ଡି ଏ ପ୍ରଦାନ ଆଦି ଦାବୀରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ମହାସଂଘ ପକ୍ଷରୁ ରାଜ୍ୟ ସଂଘ ଉପସଭାପତି ରବି ଶତପଥି,ଜିଲା ସଂଘ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ରାୟ.ବ୍ଲକ ସଂଗଠନ ସଭାପତି ବାବାଜି ସାହୁ,ସଂପାଦକ କୈଳାସ ଚନ୍ଦ୍ର ବାରିକ ପ୍ରମୁଖ ଦାବୀ ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ଦାବୀ ଗୁଡିକ ପ୍ରତି ଗୁରୁତର ସହିତ ବିଚାର କରିବାକୁ ଦାବୀ କରାଯାଇଛି ।

Related Posts

About The Author

Add Comment