ଅବଧି ସରିବା ପରେବି ସରୁନି ସାଳନ୍ଦୀ ସେତୁ ନିର୍ମାଣ କାର୍ଯ୍ୟ; ବାଉଁଶଚାରା ଲୋକଙ୍କ ଭରସା…

Spread the love

ବନ୍ତ, ୧୮/୧୧ (ସନ୍ଧାନ ନିୟୁଜ/ଆର ନାୟକ) : ବନ୍ତ ବ୍ଲକ ଆଗରପଡ଼ାର ୩ଗୋଟି ସ୍ଥାନରେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅବଧି ସରିବା ପରେବି ବିଜୁ ସେତୁ ନିର୍ମାଣ କାର୍ଯ୍ୟ ନ ସରିବା ସରକାରଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବାର ଜଣାପଡ଼ୁଛି । ଏହି କାର୍ଯ୍ୟ ସରୁନଥିବାରୁ ଲୋକେ ବାଉଁଶଚାରା ରେ ନଦୀ ପାରି ହେଉଥିବାର ଦେଖିବାକୁ ମିଳିଛି । ଆଗରପଡ଼ା ସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ବିଜୁ ସେତୁ ଶୁଭ ଦିଆ ହେବାକୁ ୩ବର୍ଷରୁ ଉର୍ଦ୍ଦ ସମୟ ହେଲାଣି ତଥାପି ଆଜି ପର୍ଯ୍ୟନ୍ତ ସରିନି ନିର୍ମାଣ । ଏହି ସମୟ ଭିତରେ ମାତ୍ର ଖମ୍ବରେ କାର୍ଯ୍ୟ ଅଟକିଛି । ଉକ୍ତ ଅଂଚଳର ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର ଆଗରପଡ଼ା କିନ୍ତୁ ସାଳନ୍ଦୀ ନଦୀ ଏଥି ପାଇଁ ବାଧକ ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ଫଳରେ ସାଂସଦ ଓ ବିଧାୟକଙ୍କ ସହଯୋଗରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଂଜୁର ହୋଇଥିଲା । ଏହାର ଲମ୍ବ ୬୦.୧୫ ମିଟର ଓ ପ୍ରସ୍ଥ ୮.୩୫ ମିଟର । ୨୦୧୬ ଫେବୃୟାରୀ ୪ ତାରିଖରେ ନିର୍ମାଣ ହୋଇ ୨୦୧୭ ଅକ୍ଟୋବର ୩ରେ କାର୍ଯ୍ୟ ଶେଷ ହେବାର ଥିଲା । କିନ୍ତୁ ନିର୍ମାଣ ଅବଧି ସରିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଖମ୍ବରେ କାର୍ଯ୍ୟ ଅଟକି ଥିବାରୁ ବିଜୁ ସେତୁ ସଂପୂର୍ଣ୍ଣ ହେବାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷଭାବ ପ୍ରକାଶ ପାଇଛି । ଶ୍ରୀରାମପୁର,ସାହୁପଡ଼ା,ଗୋପୀନାଥପୁର ମାର୍କଣ୍ଡପୁର ଆଦି ଗ୍ରାମବାସୀମାନେ ସେତୁ ନିର୍ମାଣ ହୋଇନଥିବାରୁ ଯାତାୟାତ କରିବାରେ ନାନାଦି ଦୂର୍ଦ୍ଦଶାଦେଇ ଗତି କରୁଛନ୍ତି । ସେହିପରି ଆଗରପଡା ସ୍ଥିତ ଚାରିଗାଁ-ଚକ୍ରାପାଢୀ ବିଜୁସେତୁ ନିର୍ମାଣ ପାଇଁ ୪ କୋଟି ୬୬ ଲକ୍ଷ ୬୮ ହଜାର ୪୦୧ ଟଙ୍କା ମଂଜୁର ହୋଇଥିଲା । ଗତ ୧୦ସେପ୍ଟେମ୍ବର୨୦୧୫ରେ ଏହି ବିଜୁସେତୁର ନିର୍ମାଣ କାର୍ଯ୍ୟ ଶେଷ ହେବାର ଥିଲେ ମଧ୍ୟ ତାହା ହୋଇପାରୁନାହିଁ । ଏହାଫଳରେ ଉକ୍ତ ପୋଲ ଉପରେ ନିର୍ଭର କରୁଥିବା ବାଲେଶ୍ୱର ଜିଲ୍ଲା ଖଇରା,ସିମୁଳିଆ,ଅନ୍ତରା,ଡୁଙ୍ଗୁରା,ବରୋଦା,ଗରସଙ୍ଗ ସମେତ ଭଦ୍ରକ ଜିଲ୍ଳା ବାଣିତିଆ, ବାଲିପୋଖରୀ, ବଡମହିଷଗୋଠ, ଚାରିଗାଁ, ଅଣିଜୋ, ଗୋପିନାଥପୁର, ପାହାଡପୁର, ଇଟୁଆ,ଚକ୍ରାପାଢୀ ଗ୍ରାମର ଜନସାଧାରଣମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସମ୍ପୃକ୍ତ ଅଞ୍ଚଳର ଲୋକ ପୂର୍ବବତ ୮କି.ମି ରାସ୍ତା ବୁଲିକରି ଆସି ବ୍ଲକ,ତହସିଲ,ଡାକ୍ତରଖାନା ,ସ୍କୁଲ କଲେଜ ଆଦି ସ୍ଥାନକୁ ଯିବା,ଆମ୍ବୁଲାନ୍ସ ଓ ଦମକଳ ପରି ଜରୁରୀ ସେବା ପାଇବାରୁ ବଂଚିତ ହେଉଛନ୍ତି । ଅନୁରୁପଉାବେ ଆଗରପଡ଼ା ସ୍ଥିତ ଅଣିଜୋ ପଂ·ୟତ ନରିପୁର ଠାରେ ବିଜୁ ସେତୁ ପାଇଁ ଦୁଇ ଥର ଶିଳା ନ୍ୟାସ କାର୍ଯ୍ୟ ହୋଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆଶାଜନକ ଅଗ୍ରସର ହେଉ ନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ନଦୀ ପାରି ହେବାପାଇଁ ବାଉଁଶଜାରା ଉପରେ ନିର୍ଭର କରୁଛନ୍ତି । ଏହି ସେତୁ ନିର୍ମାଣ ପାଇଁ ୮କୋଟି୧୪ଲକ୍ଷ ୪୩ହଜାର ୫୫୪ଟଙ୍କା ମଂଜୁର ହୋଇଛି । ସରକାରୀ ସ୍ତରରେ ଯୋଜନା ପରେ ଯୋଜନା କରାଯାଉଛି । ନିମ୍ନମାନର କାର୍ଯ୍ୟ ଓ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ସାଧାରଣ ଜନତା କେବଳ ହନ୍ତସନ୍ତ ହେବା ସାର ହେଉଛି । ସ୍ଥାନୀୟ ନେତା, ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ପ୍ରାୟ ସମସ୍ତ ଉନ୍ନୟନ କାର୍ଯ୍ୟ ·ଲଛି । ଅବଧି ଶେଷ ପରେ ବର୍ଷାଧିକ କାଳ ଅତିକ୍ରମ କଲେ ମଧ୍ୟ କାର୍ଯ୍ୟ ଶେଷ ହେଉନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Related Posts

About The Author

Add Comment