ଅବଢା ଯୋଜନା ପାଇଁ ଖର୍ଚ୍ଚ ହେବ ୩୨୦୮ କୋଟି

Spread the love

ଭୁବନେଶ୍ୱର,୨୧/୧୦(ସନ୍ଧାନ ନିୟୁଜ)ଅବଢା ଯୋଜନା ପାଇଁ ରାଜ୍ୟ ସରକାର ବୃହତ୍ ବ୍ୟୟବରାଦ କରିଛନ୍ତି । ଆସନ୍ତା ୩ ବର୍ଷ ପାଇଁ ସରକାର ଏହି ଯୋଜନା ସକାଶେ ୩୨୦୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ୭୧୯ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ୨୦୨୦-୨୧ରେ ୧୪୦୨ କୋଟି ଏବଂ ୨୦୨୧-୨୨ରେ ୧୦୮୭ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସୋମବାର ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବ ଉପରେ ମୋହର ମାରିଛି । ପୁରୀରେ ତୀର୍ଥଯାତ୍ରୀମାନଙ୍କର ସଂଖ୍ୟା ବୃଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାତ୍ରୀମାନଙ୍କୁ ଉନ୍ନତ ସୁବିଧାସୁଯୋଗ,ନିରାପତ୍ତା ଏବଂ ପୁରୀର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ୨୦୧୭-୧୮ରେ ରାଜ୍ୟ ସରକାର ଅବଢା ଯୋଜନା କାର୍ଯକାରୀ କରିବାକୁ ଘୋଷଣା କରିଥିଲେ ।ଏହି ଯୋଜନାରେ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା,ଐତିହ କ୍ଷେତ୍ରର ବିକାଶ,ସେତୁ ପ୍ରକଳ୍ପ,ମୂଷା ନଦୀର ପୁନରୁଦ୍ଧାର,ବହୁତଳ କାର୍ ପାର୍କିଂ,ପୁରୀ ହ୍ରଦ ଉନ୍ନତିକରଣ,ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର,ଗୃହ ନିର୍ମାଣ ଯୋଜନା,ରଘନୁନ୍ଦନ ପାଠାଗାର,ଆଚାର୍ଯ୍ୟ ହରିହର ଛକର ଉନ୍ନତିକରଣ,ଅଠରନଳା ଐତିହର ଉନ୍ନତିକରଣ ଓ ବିଭିନ୍ନ ମଠର ଉନ୍ନତି ଆଦି ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହିସବୁ ଯୋଜନାରେ ହିବିଷିଆଳି ମାନଙ୍କ ପାଇଁ ନୂତନ ଆଶ୍ରୟସ୍ଥଳୀ ନିର୍ମାଣ,ପୁରୀର ବିଭିନ୍ନ ସ୍ଥାନର ରାସ୍ଥା ଉନ୍ନତି କରଣ,ଷ୍ଟାଡିୟମ ନିର୍ମାଣ କାର୍ଯ୍ୟଚାଲୁ ରହିଛି । ବାତ୍ୟା ଫନିର ପରବର୍ତ୍ତୀ ସମୟରେ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ପିଚାରପତି ବି.ପି ଦାଶଙ୍କ ତଦନ୍ତ କମିଟି ସୁପାରିସ ଆଧାରରେ ରାଜ୍ୟ ସରକାର କେତକ ପ୍ରକଳ୍ପ କାର୍ଯ୍ୟକାରି କରିବାକୁ ନିଷ୍ପତି ନେଇଛନ୍ତି । ସେ ସମସ୍ତ ଯୋଜନାକୁ ଅବଢା ଯୋଜନାରେ ସାମିଲ୍ କରାଯାଇଛି । ଏଥିସହିତ ପୁରୀ ଗୋବର୍ଦ୍ଧନ ପୀଠର ପରିଚାଳନା ଅଡଧିକାର ରାଜ୍ୟ ସରକାର ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ କରିଛନ୍ତି । ହିନ୍ଦୁ ଧାର୍ମିକ ଅନୁଷ୍ଟାନ କ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ ଅଗ୍ରଣି ଓ ମୁଖ୍ୟ ଭୂମିକାକୁ ଦୃଷ୍ଟିରେ ରଖି ଏହି ନିଷ୍ଫତି ନିଆଯାଥଛି । ଓଡିଶା ଦେବୋଦତ୍ତ ଅଧିନିୟମ ୧୯୫୧କୁ ସଂଶୋଧନ କରାଯାଇଛି । ଏହି ନିୟମକୁ ଗୋବର୍ଦ୍ଧନ ପୀଠକୁ ବାଦ ଦିଆଯାଇଛି । ଏହି ମଠ ଉପରେ ସରକାରଙ୍କର କୈାଣସି ନିୟନ୍ତ୍ରଣ ରହିବ ନାହିଁ । ସମସ୍ତ ପରିଚାଳନାଗତ କାର୍ଯ୍ୟ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସମାପନହେବ । ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସୋମବାର ମୁଖ୍ୟମନ୍ତ୍ରୀ ନବିନ ପଟ୍ୟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କ୍ୟାବିନେଟ୍ ବୈଠକରେ ମୋଟ ୧୧ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ତପସିଳ ଭୁକ୍ତ ଜାତି,ଜନଜାତି,ଅନାନ୍ୟ ପଛୁଆ ବର୍ଗ,ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ରେସିଡେଣ୍ଟ,ଇନ୍କମ୍ ସାର୍ଟିଫିକେଟ,ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ ଫି,ୟୁଜର ଫି ଏବଂ ଅନ୍ୟାନ ଫି ଦେବାକୁ ପଡିବନାହିଁ । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି ।

Related Posts

About The Author

Add Comment