ସୁନ୍ଦରଗଡ ତା:୧୨/୮/୨୦୨୧ ( ସନ୍ଧାନ ନିଉଜ / ରାଜୁ ପଟେଲ ) ସୁନ୍ଦରଗଡ ଅବିକାରୀ ବିଭାଗ,ମାଜିଷ୍ଟ୍ରେଟ ଓ ଆର୍ମ ପୋଲିସଙ୍କୁ ଏକ ବଡ଼ ସଫଳତା । ଘଞ୍ଚ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ପ୍ରସ୍ତୁତ କରୁଥିବା ପେଂଥ ସ୍ଥଳରେ ଚଢ଼ାଉକରି ୭୦୦୦ ମହୁଲ ପେଚ ନଷ୍ଟ କଲେ । ଘଟଣା ଘଟିଛି ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଗୁଣ୍ଡିଆଡ଼ିହିର ଦଲକୀ ଝରନ ପାହାଡ଼ରେ । ବିଶେଷ ସୂତ୍ରରୁ ଖବରପାଇ ଆଜି ଅବକାରୀ ବିଭାଗ ଓ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ କରିଥିଲେ । ପୋଲିସ ଓ ଅବକାରୀ ବିଭାଗ ମହୁଲ ପୋଚ ନଷ୍ଟ
କରିଥିଲେ ମଧ୍ୟ ଅଭିଯୁକ୍ତ ମାନେ ସ୍ଥାନରୁ ଖସିପଳାଇବାରେ ସଫଳ ହୋଇଥିଲେ । ଅବକାରୀ ବିଭାଗ ମାଟି ତଳେଥିବା ମଦ ପୋଚ,ପଥର ତଳେ ଥିବା ମଦ ପୋଚ କୁ ନଷ୍ଟ କରିବା ସହ ପିଆର କେଶ ନମ୍ବର୫୪ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିବା କଥା ଅବକାରୀ ବିଭାଗ ଇନିସପେକ୍ଟର ସତ୍ୟଜିତ ଖଟୁଆ କହିଛନ୍ତି । ଏହି ଚଢ଼ାଉ ଡିଏସପି ନରୁତ୍ତମ ମିଶ୍ରଙ୍କ ପରିଚାଳନାରେ ହୋଇଥିବା ବେଳେ ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ଭାବେ ସତ୍ୟଜିତ ଖଟୁଆ ,ଅଫିସର ଇଂଚାର୍ଜ ଲକ୍ଷ୍ମଣ ନାଏକ, ଜିଲ୍ଲା କାମ୍ୟମାଣ ଅବକାରୀ ନିରୀକ୍ଷକ ଯୁଗଳ କିଶୋର ନାଏକ ଉପସ୍ଥିତ ଥିଲେ ।
ଅବକାରୀ ବିଭାଗ ସହିତ ପୋଲିସର ଚଢ଼ାଉ,୭୦୦୦ ମହୁଲ ପୋଚ କଲେ ନଷ୍ଟ
|
August 13, 2021 |
![](https://sandhannews.com/wp-content/uploads/2021/08/daru.jpg)