ଅବକାରୀ ବିଭାଗର ମିଳିତ ଚଢଉ: ଦେଶୀ ବିଦେଶୀ ମଦ ସହ ୫ ଗିରଫ

Spread the love
ସୋର, : ଅବକାରୀ ବିଭାଗର ମିଳିତ ଭାବେ ଚଢଉ । ଦେଶୀ ବିଦେଶୀ ମଦ ସହ ୫ ଜଣଙ୍କୁ ଗିରଫ କରାଯାଇଛି । ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ଲକ୍ଷେ ସାଧବ ପ୍ରଧାନ, ନୀଳଗିରି ଅବକାରୀ ଆଇଆଇସି ନାରାୟଣ ବେହେରା , ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଆଇଆଇସି ପ୍ରବୀଣ ପ୍ରଧାନ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ଆଇଆଇସି ରବି ନାରାୟଣ ପ୍ରଧାନ ଏବଂ ଖଇରା ୍‌ବକାରୀ ଅଧିକାରିଣୀ କଳ୍ପନା ଜେନାଙ୍କ ନେତ୍‌ୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା ।  ଏହି ଟିମ୍ ଶୁକ୍ରବାର ସକାଳେ ଶିଙ୍ଗାଖୁଣ୍ଟା ପଞ୍ଚାୟତରେ ଦୁଇଟି ଦେଶୀ ମଦ କାରଖାନା ଉପରେ ଚଢଉ କରିଥିଲେ । ଚଢଉ ବେଳେ ୨୫୦ ଲିଟର ଦେଶୀ ମଦ , ୫୦୦ ଲିଟର ଗୁଡ ପୋଚ ନଷ୍ଟ କରାଯାଇଛି । ସେହିପରି ସିମୁଳିଆ ଥାନା ବିରଞ୍ଚିପୁର ଗାଁରେ ଚଢଉ କରି କମଳା ବଳ ନିକଟରୁ ୫ ଲିଟର ନକଲି ବିଦେଶୀ ମଦ ସହ ୫୦ ଲିଟର ସ୍ପିରିଟ ଜବତ କରିବା ସହ ଅଭିଯୁକ୍ତ ମହିଳା କମଳାଙ୍କୁ ଗିରଫ କରାଯାଇଛି । ଖଇରା ଥାନା ହରିପୁର ଗାଁର ହେମଲତା ଜେନାଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ ମଧ୍ୟ କରାଯାଇଛି ।

Related Posts

About The Author

Add Comment