ସୁନ୍ଦରଗଡ ତା :୯/୪/୨୦୨୬ (ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଅବକାରୀ ଅଧିକ୍ଷକ ସିଦ୍ଧେଶ୍ୱର ବେଶ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ ପଣ୍ଡାଙ୍କ ତତ୍ତ୍ଵାବଧାନରେ ସବଡେଗା ଅବକାରୀ ଥାନା ଡି. ଆଇ. ସି ସୁଶିଲ କୁମାର ମିର୍ଦ୍ଧା ଓ ତାଙ୍କ ସହକର୍ମଚାରି ଗାୟତ୍ରୀ ସା, ରଜନୀକାନ୍ତ ବେହେରା ତଳସରା ଥାନା ଅନ୍ତର୍ଗତ ବନଡେଗା ପଞ୍ଚାୟତର ବନଡେଗା ଓ କୁବାପଡା ଅତର୍କିତ ଚଢାଉ କରି ଦେଶୀ ମଦ ସହ ଚାରିଜଣ ଙ୍କୁ ଗିରଫ କରିଥିବା ଜଣାପଡିଛି । ସେଇ ଚାରିଜଣ ଇଦେଶ ସାଏ, ଦୀପିକା ସାଏ, ସରକୁନ୍ ଡମ ଭାଗିରଥି ମିର୍ଦ୍ଧା ରହିଥିବା ଅବକାରୀ ବିଭାଗ ସୂତ୍ରରୁ ଜଣା ପଡ଼ିଛି ।ଅଭିଯୁକ୍ତଙ୍କ ଠାରୁ ୩୬ ଲିଟର ଦେଶୀ ମହୁଲି ରନ୍ଧା ମଦ ଜବତ କରିଥିବା ସୂଚନା ରହିଛି । ଅଭିଯୁକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।
ଅବକାରୀ ବିଭାଗର ଅତର୍କିତ ଚଢାଉ ,୩୬ ଲିଟର ଦେଶୀ ମହୁଲି ମଦ ସହ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ
|
April 9, 2026 |



