ଅବକାରୀ ପୋଲିସ ପଞ୍ଝାରେ ଧଳା ଜହର ବେପାରୀ : ପାଉଡର ଏକ କାର ସହ ୩ ଗିରଫ୍

Spread the love

ଯାଜପୁର, ୧୦/୧୧/୨୦ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) : ଯାଜପୁର ଜିଲ୍ଲାରେ ଦିନକୁ ଦିନ ଦେଶୀ ବିଦେଶୀ ମଦ ସହ ଗଞ୍ଜେଇ ଅଫିମ ଓ ନକଲି ଜର୍ଦ୍ଦାବୃଦ୍ଧି ପାଉଥିବା ବେଳେ ଆଜି ଯାଜପୁର ଅବକାରୀ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ଯାଜପୁର ଅବକାରୀ ଅଧିକ୍ଷକ ଶ୍ରୀ ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡର ନେତୃତ୍ୱରେ ଅବକାରୀ ଇନ୍ସପେକ୍ଟର ସ୍ୱପ୍ନାରାଣୀ ସାହୁ ସୁଳ୍ପ ସହଯୋଗୀ ମାନଙ୍କୁ ନେଇ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଚୂନ ଭାଟି ଅଞ୍ଚଳରେ ଚଢ଼ାଉ କରି ୩୧ ଗ୍ରାମର ବ୍ରାଉନ ସୁଗାର ସହ ଏଥିରେ ବ୍ୟବହୃତ ହେଉଥିବା ଏକ ନାଲି ରଙ୍ଗର କାର ଯାହାର ନମ୍ବର ହେଲା ଓ ଆର ୦୯ ଏଚ୍ ୦୨୨୨ ଏବଂ ଜହର କାରବାର କରୁଥିବା ୩ ଜଣଙ୍କୁ ଗିରଫ କରିବାରେ ସଫଳ ହେଇଛନ୍ତି । ଜବଦ ବ୍ରାଉନ ସୁଗାରର ମୂଲ୍ୟ ହାରାହାରି ୩ ଲକ୍ଷରୁ ଉର୍ଦ୍ଧହେବ ବୋଲି ଅନୁମାନ କରାଯାଉଛି । ଏଥିରେ ସମ୍ପୃକ୍ତ ଥିବା ଯାଜପୁର ରୋଡ଼ ଅଞ୍ଚଳର ଅଜୁ ଦାସ(୩୫) ନାରାୟଣ ଦାସ (୨୮) ଓ ବରୀ ଥାନା ଅଞ୍ଚଳରୁ ମନୋଜ ଦାସ ଙ୍କୁ ଗିରଫ କରାଯାଇଛି । ତେବେ ଏହା ପଛରେ ମାଷ୍ଟର ମାଇଣ୍ଡି କିଏ ଓ କେଉଁ ଅଞ୍ଚଳରୁ ଆସି କେଉଁ ଅଞ୍ଚଳକୁ ପଠାଯାଇଛି ଏବଂ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେବା ସହ ଆଗକୁ ଆହୁରି ଅପରାଧୀ ମାନଙ୍କୁ ସାବାଡ଼ କରାଯିବ ବୋଲି ଅବକାରୀ ଇନ୍ସପେକ୍ଟର ସ୍ୱପ୍ନାରାଣୀ ସାହୁ ସୂଚନା ଦେଇଛନ୍ତି । ଏହି ଧଳା ଜହର ଚଢ଼ାଉରେ  କନେଷ୍ଟବଳ କ୍ଷୀରୋଦ କୁମାର ସାହୁ, ଯଯାତି ପଣ୍ଡା, ଏସ୍ ଆଇ ବସନ୍ତି ପ୍ରଭା ନାୟକ, ବିଜୟ ଲକ୍ଷ୍ମୀ ଦାସ, ଜ୍ୟୋତି ପ୍ରକାଶ ବେହୁରିଆ, ବିପିନ ବିହାରୀ ପ୍ରଧାନ, ସରୋଜ କୁମାର ବେହେରା ସାମିଲ ହୋଇଥିଲେ ।

Related Posts

About The Author

Add Comment