ଅବକାରୀ ଚଢାଉ: ପୋଚ ଓ ଦେଶୀ ମଦ ଜବତ

Spread the love

ବିଶୋଇ,୧୯/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)- ମୟୁରଭଞ୍ଜ ଅବକାରୀ ଅଧ୍ୟକ୍ଷକ ପି ଧରୁଆଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବିଜାତଳା ବୁକ ଅନ ଭାଲୁଯୋଡି ଗ୍ରାମ ନିକଟ ନଦୀ ପାଖରେ ଚାଲିଥିବା ବେଆଇନ ମଦ ପ୍ରସ୍ତୁତି ଖବର ପାଇଁ ଆଜି ବିଭାଗ ପକ୍ଷରୁ ଚଢାଉ କରି ପ୍ରାୟ୨୪୦୦ କି.ଗ୍ରା ମହୁଲ ପଚ ଓ ୪୫ଲିଟର ଦେଶୀମଦ ଜବତ କରାଯାଇଥିବା ସୂଚନା ମିଳିଛି । କୌଣସିସୂତ୍ରରୁ ଖବର ପାଇଁ ରାଇରଙ୍ଗପୁର ରଂଜ ଅବକାରୀ ଓଆଇସି ହରିହର ସିଂହଙ୍କ ନେତୃତ୍ବରେଏକ ଟିମ୍ ନଦୀ, ନାଳ ଓ ଫୁଗୁରୀ ଆଦି ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି ବିଜାତଳା ବ୍ଲକ ର ବିଭିନ୍ନ ଗ୍ରାମ ନିକଟ ନଦୀ,ନାଳ,କଂଗଲ ଆଦି ରେ ଚାଲିଥିବା ଚୋରା ଦେଶୀମଦ କାରଖାନା ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଅବକାରୀଟିମ୍ ର ଆସିବା ସୁରାକ ପାଇ ଚୋରାମଦ ରନ୍ଧାଳୀ ଓ ବେପାରୀ ଖସିଯିବାରେ ସକ୍ଷମ ହୋଇଥିଲେ ମଧ୍ୟ ଘଟଣାସ୍ଥଳରୁ ପ୍ରାୟ9୪୦୦ କେଜି ମହୁଲ ପୋଚ ଓ ପ୍ରସ୍ତୁତ ହୋଇ ରହିଥିବା ୪୫ ଲିଟର ଚୋରା ଦେଶୀମଦ ସହିତ ମଦରନ୍ଧା ସାଜସରଞ୍ଜାମ ଜବତ କରି ନଷ୍ଟ କରିବା ସହଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ଉଲ୍ଲେଖନୀୟ ଯେ ବିଭାଗ ପକ୍ଷରୁ ଆଗାମୀ ଦିନରେ ଚଢ଼ାଉ ଅଭିଯାନକୁ ଆହୁରି ଅଧୁକ ତୀବ୍ର କରାଯାଇ ଚୋରା ମଦ ବେପାର ସହିତ ବିଷାକ୍ତ ମଦ ଓ ନିଶା ଔଷଧ ଚୋରା ଚାଲାଣ ତଥା ବ୍ୟାପକ ବ୍ୟବହାର କୁ ନିୟନ୍ତ୍ରଣ କରିବା ପାଇଁ ଜନସାଧାରଣ ରେ ଦୃଢ଼ ଦାବି ହୋଇଛି । ଆଜିର ଚଢ଼ାଉ ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ , ଷ୍ଟାଫ୍ , ସଚିପତି ମହାନ୍ତ, ଅମିକା ନାଏକ, ବିଜୟ ମହାନ୍ତ, କ୍ରିଷ୍ଣା ବିନ୍ଧାଣି, ଚୂଡ଼ାମଣିସିଂ, ତ୍ରିବେଣୀ ମହାନ୍ତ ପ୍ରମୁଖ ସାମିଲ ଥିଲେ।

Related Posts

About The Author

Add Comment