ଅବକାରୀ ଚଢାଉ; ଦେଶୀ ମଦ ସହ ସ୍କୁଟି ଜବତ, ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Spread the love

ବିଶୋଇ, ୧୬/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)- ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ପି. ଧରୁଆଙ୍କ
ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ବାଦାମ ପାହାଡ ଥାନାଞ୍ଚଳ ର ନଦୀନାଳ ଭରା ଶିମିଳିପାଳ
ଜୈବମଣ୍ଡଳ ଅନ୍ତର୍ଗତ ମଝିଗାଁ ରାସ୍ତା ରେ, ନାକିଛକ ତଥା ଗ୍ରାମର ପ୍ରମୁଖ ଛକ ସ୍ଥାନମାନଙ୍କରେ ଆଜି ଚଢାଉ କରି ୩୮
ଲିଟର ଦେଶୀମଦ ସହ ଏକ ସ୍କୁଟି ଜବତ କରାଯାଇଥିବା ସୂଚନା ମିଳିଛି । କୌଣସି ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ରେଜ ଅବକାରୀ ଓଆଇସି ହରିହର ସିଂହଙ୍କ ନେତୃତ୍ବରେ ଏକ ଟିମ୍ ନଦୀ, ନାଳ ଓ କଂଗୁରୀ ଆଦି ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି ବାଦାମ ପାହାଡ ବ୍ଲକଅଞ୍ଚଳର ବିଭିନ୍ନ ଗ୍ରାମ୍ୟ ଛକ ସ୍ଥାନ ମାନଙ୍କରେ ଅତର୍କିତ ଚଢ଼ାଉ କରିଥିଲେ। ଚା ମରାଡ଼ିହି ଗ୍ରାମର ସଂଜୀବ କୁମାର ମହାନ୍ତ ଏକ ସ୍କୁଟି ଯୋଗେ ୨୦ଲିଟର ଦେଶୀ ମଦ ନେଇ ମଝିଗାଁ ଗ୍ରାମକୁ ଯାଉଥିବା ବେଳେ ଅବକାରୀ ପକ୍ଷରୁ ଅତର୍କିତ ଚଢ଼ାଉ କରି ସ୍କୁଟି ସହ ଦେଶୀମଦ ଜବତ କରାଯାଇଥିବା ଜଣାପଡିଛି । ସେହିପରି ନାକୀ ଗ୍ରାମର ବୈଶାଗି ସିଂ ଙ୍କ ଠାରୁ ୮ ଲିଟର ଦେଶୀମଦ ଓ ମହୁଲ ଡିହା ଗ୍ରାମର କୈଳାସ ପାତ୍ର ଙ୍କ ନିକଟରୁ ୧୦ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାପଡିଛି । ଉଭୟ ଙ୍କୁ ରାସ୍ତା ଉପରେ ଚଢ଼ାଉ କାରାଯାଇଥିଲା ଏନେଇ ଅବକାରୀ ପକ୍ଷରୁ ମାମଲା ରୁଜୁ ହୋଇ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସହିତ ସ୍କୁଟି ଜବତ ହୋଇଥିବାସୂଚନା ମିଳିଛି । ଆଜିର ଚଢ଼ାଉ ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ଶମ୍ଭୁନାଥ ପାତ୍ର, ଷ୍ଟାଫ୍ ସୁମନ୍ତ ମହାନ୍ତ, ସଚିପତି ମହାନ୍ତ, ଅମିକା ନାଏକ, ବିଜୟ ମହାନ୍ତ, ତ୍ରିବେଣୀ ମହାନ୍ତ, ,ପ୍ରମୁଖ ସାମିଲ ଥିଲେ।

Related Posts

About The Author

Add Comment