ଅପହରରଣ ହୋଇଥିବା ମହିଳାଙ୍କୁ ପୋଲିସ୍ କୋର୍ଟରେ ହାଜର କଲା

Spread the love

ଯାଜପୁର ସଦର, ୧୯/୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା, ରସୁଲପୁର ବ୍ଲକ୍ ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତର ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାଙ୍କୁ ଅପହରଣ କିନେଇଥିବା ଦୁଇ ଯୁବକଙ୍କୁ ପୋଲିସ୍ କୋର୍ଟ ଚାଲାଣ କରିଥିବା ବେଳେ, ଗତ ମଙ୍ଗଳବାର ରାତିରେ ଭୂବନେଶ୍ୱର ବିମାନବନ୍ଦରରୁ ଧର୍ମଶାଳା ପୋଲିସ୍ ଉଦ୍ଧାର କରିଥିଲା । ମହିଳାଙ୍କୁ ଜେରା କରିବା ପରେ ବାଲେଶ୍ୱର ଜିଲ୍ଲା ଏକ ଘରୋଇ ବ୍ୟାଙ୍କରେ ଏକଟା ସୁନାହାର, ଦୁଇହଳ କାନଫୁଲ, ଦୁଇଟି ସୁନା ମୁଦି ମହିଳା ବିକ୍ରି କରିଥିବା ବେଳେ, ତାକୁ ପୋଲିସ ଜବତ କରିଚି । ଧର୍ମଶାଳା ପୋଲିସ୍ ଅପହରଣ ହୋଇଥିବା ମହିଳାଙ୍କୁ ଉଦ୍ଧାର କରି ଚଣ୍ଡିଖୋଲ କୋର୍ଟରେ ହାଜର କରିଛି । ଏଠାରେ ସୂଚନା ଥାଉକି ଚଳିତ ମାସ ୧୦ ତାରିଖରେ ଏହି ମହେଶ୍ୱରପୁର ପଞ୍ଚାୟତର ଏହି ସଂଖ୍ୟାଲଘୁ ସଂମ୍ପ୍ରଦାୟର ମହିଳାଙ୍କୁ ବାଲେଶ୍ୱର ଜିଲ୍ଲା ସୋର ଥାନା ନିକଟସ୍ଥ ବରଜ ଦେଉଳି ଗ୍ରାମର ବାସୁଦେବ ବିଶ୍ୱାଳ ଙ୍କ ପୁଅ ଜ୍ୟୋତିପ୍ରକାଶ ବିଶ୍ୱାଳ ଏବଂ ସେହି ଗ୍ରାମର ସୁରେନ୍ଦ୍ର ବିଶ୍ୱାଳଙ୍କ ପୁଅ ସଂଜୟ ବିଶ୍ୱାଳ ମହେଶ୍ୱରପୁର ଆସି କାର ଯୋଗେ ମହିଳାକୁ ବାଲେଶ୍ୱର ନେଇଯାଇଥିଲେ । ପୋଲିସ୍ ମହିଳାଙ୍କୁ ଉଦ୍ଧାର କରି ଚଣ୍ଡିଖୋଲ କୋର୍ଟରେ ହାଜର କରି ମାଜିଷ୍ଟେର୍ଟ ସଂଖ୍ୟାଲଘୁ ସଂମ୍ପ୍ରଦାୟ ମହିଳାଙ୍କୁ ନିଜ ବାପଘର ଚାନ୍ଦପୁରକୁ ପଠାଯାଇଥିବା ଜଣାଯାଇଚି ।

Related Posts

About The Author

Add Comment