କେନ୍ଦୁଝର, ୨୭/୫ (ସନ୍ଧାନ ନିୟୁଜ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମଧୁରଗଡିଆ ଗ୍ରାମରେ ଜଣେ ୧୫ବର୍ଷୀୟା ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରିନେଇଥିବା ନେଇ ଝିଅର ମା ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ଅପହୃତା ଝିଅକୁ ଉଦ୍ଧାର କରିବାପାଇଁ ଆକୁଳ ନିବେଦନ କରିବା ସହିତ ଦୁଇଦିନ ହେଲା ଥାନା ସମ୍ମୁଖରେ ମା ଜଗି ରହିଛି । ଖବରରୁ ଜଣାଯାଇଛି ଗତ ମଙ୍ଗଳବାର ଦିନ ଗ୍ରାମର ଜଣେ ଯୁବକ ଓରାଳି ହାଇସ୍କୁଲରେ ପଢ଼ୁଥିବା ଏହି ୧୫ବର୍ଷୀୟା ଛାତ୍ରୀକୁ ଅପହରଣ କରିନେଇଥିଲା । ଏନେଇ ଝିଅଙ୍କ ପରିବାର ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ କେବଳ ଏକ ମାମଲା ରୁଜୁକରି ବସିଯାଇଥିଲା । ଗତକାଲି ପରିବାର ଲୋକମାନେ ଆସି ଥାନାରେ ହୋହଲ୍ଲା କରିବାପରେ ପୁଲିସ ଯାଇ ଅଭିଯୁକ୍ତର ତିନିଜଣ ସମ୍ପର୍କୀୟଙ୍କୁ ଆଣି ଥାନାରେ ଅଟକ ରଖି ପଚରା ଉଚୁରା କରିଥିଲା । ପଚରା ଉଚୁରା ପରେ ସେମାନଙ୍କୁ ଛାଡିଦେବାପାଇଁ ଯୋଜନା କରୁତôବାବେଳେ ଝିଅର ମା ଏହାକୁ ବିରୋଧ କରିବା ସହିତ ଝିଅକୁ ଉଦ୍ଧାର ନକଳଶ ପର୍ଯ୍ୟନ୍ତ ଏମାନଙ୍କୁ ଅଟକ ରଖିବା ପାଇଁ ଦାବି କରି ଥାନା ସମ୍ମୁଖରେ କାଲି ରାତି ଠାରୁ ବସି ରହିଛନ୍ତି । ପୁଲିସ ତିନିଜଣକୁ ଅଟକ ରଖି ତଦନ୍ତ ଚଳାଇଥିବା କହିଛି ।
ଅପହରଣ ଝିଅ କୁ ଉଦ୍ଧାର କରିବା ଦାବିରେ ଥାନା ଆଗରେ ଧାରଣା; ୩ ଅଟକ
|
May 27, 2019 |