ଅପରେସନ ଡିଜିଟାଲ ବୋର୍ଡର ଶୁଭାରମ୍ଭ କଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ

Spread the love

ନୂଆଦିଲ୍ଲୀ: ଦେଶରେ ଗୁଣାତ୍ମକ ଶିକ୍ଷାକୁ ଶକ୍ତି ପ୍ରଦାନ କରିବା ପାଇଁ ଜ୍ଞାନକୌଶଳର ବ୍ୟବହାର କରିବା ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଦେକର ଅପରେସନ ଡିଜିଟାଲ ବୋର୍ଡର ଶୁଭାରମ୍ଭ କରିଛନ୍ତି । ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି, ଯେ ଅପରେସନ ଡିଜିଟାଲ ବୋର୍ଡ ହେଉଛି ଏକ ବୈପ୍ଳବିକ ପଦକ୍ଷେପ । ଡିଜିଟାଲ ବୋର୍ଡ ଦେଶବ୍ୟାପୀ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ସ୍କୁଲମାନଙ୍କରେ ନବମ ଶ୍ରେଣୀଠାରୁ ଲାଗୁ କରାଯିବ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ମଧ୍ୟ ଲାଗୁ କରାଯିବ । ଏହି ପ୍ରକ୍ରିୟା ଆଗାମୀ ୨୦୧୯ ଅଧିବେଶନରୁ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

ଆଗକୁ ସେ କହିଛନ୍ତି, ଓଡିବିର ଲକ୍ଷ୍ୟ ହେଉଛି ଏକ ଶ୍ରେଣୀ ଗୃହକୁ ଡିଜିଟାଲ ଶ୍ରେଣୀଗୃହରେ ପରିଣତ କରିବା ଏବଂ ଛାତ୍ରମାନଙ୍କୁ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ଇ-ରିସୋର୍ସ ଉପଲବ୍ଧ କରାଇବା ସହିତ ଏହା ମଧ୍ୟ ମେସିନ ଲର୍ଣ୍ଣିଂ, କୃତ୍ରିମ ବୁଦ୍ଧିମତ୍ତା ଓ ଡାଟା ଆନାଲିସିସ ଆଦି ଜ୍ଞାନକୌଶଳର ବ୍ୟବହାର ମାଧ୍ୟମରେ ବ୍ୟକ୍ତିଗତ ଗ୍ରହଣୀୟ ଶିକ୍ଷା ଏବଂ ଚତୁରତାପୂର୍ଣ୍ଣ ଟ୍ୟୁଟୋରିଂକୁ ସହାୟତା କରିବ । ଓଡିବି ଅଧିନରେ ଏକ ବିଶେଷଜ୍ଞ କମିଟି ଡିଜିଟାଲ ଶ୍ରେଣୀଗୃହର ବ୍ୟାପକ ପ୍ରସ୍ତୁତି ନେଇ କାର୍ଯ୍ୟ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଲେ ଯେ ଦେଶରେ ଶିକ୍ଷା କ୍ଷେତ୍ର ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ଆହ୍ଵାନ ହେଲା ଦେଶବ୍ୟାପୀ ଗ୍ରହଣୀୟ ଗୁଣାତ୍ମକତା ବଜାୟ ରଖିବା। ଯଦିଓ ଆମର ସଂଖ୍ୟାଧିକ ବଡ ବଡ ପ୍ରତିଷ୍ଠାନ ରହିଛନ୍ତି, ଯେଉଁମାନେ କି ପୃଥିବୀର ଶ୍ରେଷ୍ଠ ଅନୁଷ୍ଠାନମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି, ତଥାପି ଅନେକ ସଂଖ୍ୟାରେ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ବିଦ୍ୟାଳୟମାନଙ୍କୁ ଗୁଣାତ୍ମକ ଶିକ୍ଷା-ଶିକ୍ଷଣ କ୍ଷେତ୍ରରେ ଉନ୍ନତି ଆଣିବାକୁ ପଡିବ । ଯେହେତୁ ଏହି ଅନୁଷ୍ଠାନମାନଙ୍କରୁ ଆସୁଥିବା ଛାତ୍ରଛାତ୍ରୀମାନେ ସମାଜ ଏବଂ ବଜାରର ଆବଶ୍ୟକତା ପୂରଣ କରିବାରେ ଅସମର୍ଥ ହୋଇଥାନ୍ତି।
ବୈଷୟିକ ଜ୍ଞାନକୌଶଳର ବିସ୍ତାର ଏହି ସମସ୍ୟା ସମାଧାନ କରବା ପାଇଁ ସୁଯୋଗ ପ୍ରଦାନ କରିଛି ଏବଂ ଶିକ୍ଷା ସ୍ତରରେ ଗୁଣାତ୍ମକତା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି ।

ଜାଭଦେକର ଏହା ମଧ୍ୟ କହିଲେ ଯେ ଏମଏଚଆରଡି ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଇ-ପାଠଶାଳା, ଦିକ୍ଷା, ନ୍ରୋଏର, ଏନପିଟେଲ, ଇ-ପାଠଶାଳା, ସ୍ୱୟମ ଏବଂ ସ୍ୱୟମ-ପ୍ରଭା ଡିଟିଏଚ ଚ୍ୟାନେଲ ଇତ୍ୟାଦିମାନଙ୍କରେ ଉଚ୍ଚ ଗୁଣାତ୍ମକତା ସମ୍ପନ୍ନ ବିଷୟମାନ ରହିଛି । ଯାହାକୁ କି ଶ୍ରେଣୀଗୃହମାନଙ୍କୁ ନିଆଯାଇ ପାରିବ ଯାହାଫଳରେ କି ସମନ୍‌ୱିତ ଶିକ୍ଷା ଏବଂ ଫ୍ଲିପ କ୍ଲାସ ଶିକ୍ଷାକୁ ପ୍ରୋତ୍ସାହିତ କରାଯାଇ ପାରିବ ଯ ଏହି ଶୈକ୍ଷିକ ପ୍ରକ୍ରିୟା ଗୁଡ଼ିକ ଦ୍ୱାରା ସ୍କୁଲ, କଲେଜ ଏବଂ ପ୍ରତିଷ୍ଠାନମାନଙ୍କ ଅବସ୍ଥିତି ସତ୍ତ୍ୱେ ଶିକ୍ଷାର ଗୁଣାତ୍ମକତାକୁ ବ୍ୟାପକ ଭାବେ ବୃଦ୍ଧି କରାଯାଇ ପାରିବ। ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷାପ୍ରଦାନ ମଧ୍ୟ ଦେଶବ୍ୟାପୀ ଶିକ୍ଷକମାନଙ୍କୁ ସେମାନଙ୍କ ନିଜର ଶିକ୍ଷାଦାନର ସ୍ତର ବୃଦ୍ଧି କରିବା ପାଇଁ ଅନୁପ୍ରାଣିତ କରିବ।

 

ଉଚ୍ଚ ଶିକ୍ଷାନୁଷ୍ଠାନ (ଏଚଇଆଇଏସ)ମାନଙ୍କରେ କାର୍ଯ୍ୟକାରିତା
ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ୟୁଜିସି କାର୍ଯ୍ୟକାରୀ ଏଜେନ୍‌ସି ହେବ । ୨୦୧୯ ଜାନୁଆରି ୨୯ ତାରିଖରେ ଅନୁଷ୍ଠିତ ଏକ କମିଶନ ମିଟିଂରେ ୨୦୨୨ ସୁଦ୍ଧା ଦେଶର ପ୍ରତ୍ୟେକଟି ଶ୍ରେଣୀ ଗୃହକୁ ଡିଜିଟାଲ ଶିକ୍ଷା ପ୍ରଦାନ କରିବା ପାଇଁ ୟୁଜିସି ନିଷ୍ପତ୍ତି ଗ୍ରହଣ କରିଛି । ଆକଳନ କରାଯାଉଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ସହାୟତା ପ୍ରଦାନ କରାଯାଉଥିବା ୫ ଲକ୍ଷ ଶ୍ରେଣୀଗୃହ ଏବଂ ପ୍ରତିଷ୍ଠାନ ରହିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରସ୍ତୁତି ଆଧାରରେ ପ୍ରଥମ ଦଫାରେ ୩୦୦ବିଶ୍ୱବିଦ୍ୟାଳୟ ଏବଂ ପାଖାପାଖି ୧୦,୦୦୦ କଲେଜକୁ ଗ୍ରହଣ କରିବା ପାଇଁ ୟୁଜିସି ପ୍ରସ୍ତାବ ଦେଇଛି । ଯାହାକି ପ୍ରାୟ ୨ ଲକ୍ଷ ଶ୍ରେଣୀଗୃହକୁ କଭର କରିବ । କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ଥିବା ଅନୁଷ୍ଠାନମାନଙ୍କୁ ପ୍ରଥମେ ପସନ୍ଦ କରାଯିବ । ଏହି ପ୍ରସଙ୍ଗରେ ସାର୍ବଜନୀନ ଅନୁଦାନ ପାଉଥିବା ସମସ୍ତ ଏଚଇଆଇଏସମାନଙ୍କ ପାଇଁ ୟୁଜିସି ଏକ ପୋର୍ଟାଲ ଆରମ୍ଭ କରିବ ଯାହାକୁ କି ସେମାନେ ଲଗ-ଇନ କରିବେ ଏବଂ ଏହି ସୁବିଧାର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସୂଚନା ପାଇପାରିବେ ।

୨ ଲକ୍ଷ ଶ୍ରେଣୀଗୃହ ପାଇଁ ୨୦୦୦ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଉଛି । ଏହାକୁ ଏକ କେନ୍ଦ୍ରୀୟ ଯୋଜନା ଆକାରରେ ଏଚଇଏଫଏରୁ ଧାର ସୂତ୍ରରେ କାର୍ଯ୍ୟକାରୀ କରାଯାଇ ପାରେ ।

ବିଦ୍ୟାଳୟମାନଙ୍କରେ କାର୍ଯ୍ୟକାରିତା

ସେକେଣ୍ଡାରୀ ଓ ସିନିୟର ସେକେଣ୍ଡାରି ଶ୍ରେଣୀ ଥିବା ସମସ୍ତ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟମାନଙ୍କୁ ଡିଜିଟାଲ/ସ୍ମାର୍ଟବୋର୍ଡ ପ୍ରଦାନ କରାଯିବ ।

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ମିଶି ଏହି ଯୋଜନା ଅଧୀନରେ ପାଖାପାଖି ୧.୫ ଲକ୍ଷ ସେକେଣ୍ଡାରୀ/ସିନିୟର ସେକେଣ୍ଡାରୀ ସ୍କୁଲମାନଙ୍କୁ କଭର କରାଯିବ।

Related Posts

About The Author

Add Comment