ବାରିପଦା, 13.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) ଭୌଗୋଳିକ ଦୃଷ୍ଟିକୋଣରୁ ଶାନ୍ତିଶୃଙ୍ଖଳା ରମା ସହିତ ଅପରାଧ ନିୟନ୍ତ୍ରଣରେ ବାରିପଦା ସଦର ଥାନାର ଅବସ୍ଥିତି ସଂପୃଭାବରେ ପ୍ରତିକୂଳ ଅବସ୍ଥାରେ ରହିଛି। ସଦର ସବ୍ଡିଭିଜନର ବାରିପଦା, ମୋରଡା ଓ ଶାମାଖୁ ବ୍ଲକର ସମୁଦାୟ ୧୨୪ଟି ଗ୍ରାମ ଏହି ଥାନା ଅଧୀନରେ ରହିଛି । ସେଥିମଧ୍ୟରୁ ଶାମାଖୁଣ୍ଡା ବ୍ଲକର ସର୍ବାଧୂକ ୬୭ଟି ଗ୍ରାମ, ବାରିପଦା ବ୍ଳକର ୫୪ଟି ଗ୍ରାମ ଓ ମୋରଡା ବ୍ଳକର ୩ଟି ଗ୍ରାମ ଅନ୍ତର୍ଭୁକ୍ତ । ସଦର ଥାନାଟି ବାରିପଦା ବ୍ଲକ ଅପିସଠାରୁ ଅନତି ଦୂରରେ ବାରିପଦା ପୌରପରିଷଦର ୨୩ ନମ୍ବର ୱାର୍ଡରେ ଥିବା ସହ ଏହି ଥାନା ପା ଦେଇ ୧୮ ନମ୍ବର ଜାତୀୟ ରାଜପଥ ଯାଇଛି । ଥାନାଟି ଭୌଗୋଳିକ ଦୃଷ୍ଟିକୋଣରୁ ବାରିପଦା, ଶାମାଖୁଣ୍ଟା ଓ ମୋରଡା ବ୍ଲକର ମଧ୍ୟସ୍ଥଳରେ ଅବସ୍ଥିତ ବୋଲି କୁହାଯାଉଥିଲେ ମଧ୍ୟ ଥାନା କାର୍ଯ୍ୟାଳୟଠାରୁ ଶାମାଖୁଣା ବ୍ଲକର ପିଠାବଟା ୩୦ କିଲୋମିଟର ଏବଂ ମୋରଡା ବ୍ଲକର ସୁରେଇଡିହି ପ୍ରାୟ ୨୦ କିଲୋମିଟର ଦୂରରେ ରହିଛି। ସେହିପରି ଥାନାଠାରୁ ବାରିପଦା ବ୍ଲକର ୧୦ କିଲୋମିଟର ଦୂରରେ ଶଙ୍ଖାଭଙ୍ଗା ମୁଖ୍ୟ ଫଚାୟତ କାର୍ଯ୍ୟାଳୟ ରହିଛି। ଥାନାର ଅଧୁକାରୀଙ୍କୁ ଶାମାଖୁଣ୍ଟା ଅଂଚଳକୁ ଯିବା ପାଇଁ ହେଲେ ବାରିପଦା ପୌରୀଚଳ ଏବଂ ମୋରଡା ଅଂଚଳକୁ ଯିବାକୁ ହେଲେ ବାରିପଦା ବ୍ଲକ ଅଂଚଳ ଅତିକ୍ରମ କରି ଯିବାକୁ ପଡିଥାଏ । ବାରିପଦା ସଦର ଥାନାଟି ଏହି ଅଂଚଳଗୁଡିକ ପାଇଁ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଇତିମଧ୍ୟରେ ଏହି ଅଂଚଳଗୁଡିକର ଲୋକସଂଖ୍ୟା ଦିଗୁଣିତ ହୋଇଛି। ସେହିପରି ବାରିପଦା ବ୍ଲକ ଅଂଚଳ ତଥା ଶାମାଖୁଣ୍ଟା ବ୍ଲକ ଅଂଚଳରେ ଜିଲା ବାହାରୁ ବହୁ ଲୋକ ଆସି ଘରହାର କରି ରହିଲେଣି । ବର୍ତ୍ତମାନର ସାମାଜିକ ଚରିତ୍ରକୁ ଦୃଷ୍ଟିରେ ରଖ୍ ବାରିପଦା ସଦର ଥାନା ଅଂଚଳରେ ଅପରାଧ ମଧ୍ୟ ବୃଦ୍ଧି ପାଉଛି । ଲକ୍ଷ୍ମୀପୋଷି ଅଂଚଳରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢି ଉଠିଥିରୁ ଶିକ୍ଷାନୁଷ୍ଠାନ ଗୁଡିକରେ ବିଭିନ୍ନ ସମୟରେ ହେଉଥୁ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ସଦର ଥାନାର ମଧ୍ୟ ଗୁରୁଦାୟିତ୍ଵରହିଛି । ଏହି ଥାନାଟି ଶାମାଖୁଣ୍ଡା ବ୍ଲକର ଶାମାଖୁଣ୍ଟା, ଶିରିଷବଣି, ବାଉଁଶବିଲା, ରଙ୍ଗାମାଟିଆ, ପାଇକବସା, କେନ୍ଦୁଆ, ଗୁଣ୍ଡିହୁଡି, ଏହି ସିନ୍ଦୁରଗୌରା, କୁଚିଲାଘାଟି ଓ ମହୁଲଡିହାର ୧୦ଟି ଫଚାୟତର ୬୫ଟି ଗ୍ରାମ ଥିବା ବେଳେ ବାଲଡିହା ଫଚାୟତର ନୂଆଗାଁ ଓ କୁଣ୍ଡାପାଳ ଦୁଇଟି କରି ଗ୍ରାମ ରହିଛି । ସେଗୁଡିକ କୁଳିଅଣା ବ୍ଲକ ସୀମାରେ ଅବସ୍ଥିତ । ସେହିପରି ବାରିପଦା ବ୍ଲକର ଶଖାଭଙ୍ଗା, ଲକ୍ଷ୍ମୀପୋଷି, ବାଙ୍କିଶୋଳ, ଚନ୍ଦନପୁର ଓ ରଜାବସା ୫ଟି ଫଚାୟତର ୫୨ଟି ଗ୍ରାମ ଥୁବା ବେଳେ ବୁଢୀଖମାରୀ 5 ଫଚାୟତର ମାତ୍ର ଦୁଇଟି ଗ୍ରାମ ଏହି ଥାନା ଅଧୀନରେ ରହିଛି ଏବଂ ଏ ମୋରଡା ବ୍ଲକ ବାଲିଆଡିହା ଫଚାୟତର ଦୁଇଟି ଗ୍ରାମ ଓ ସୁରେଇଡିହି ଫଚାୟତର ମାତ୍ର ଗୋଟିଏ ଗ୍ରାମ ରହିଛି । ଥାନା ଅଧୀନରେ ଏହି ତିନୋଟି ବ୍ଲକର ସମୁଦାୟ ୧୨୪ଟି ଗ୍ରାମ ରହିଛି । ଏହି ପରିପ୍ରେକ୍ଷୀରେ ମୋରଡା ବ୍ଲକର ତିନୋଟି ଗ୍ରାମକୁ ମୋରଡା ଥାନା ଅଧୀନକୁ ନିଆଯିବାରୁ ସହିତ ଲକ୍ଷ୍ମୀପୋଷି ଫଚାୟତକୁ ଟାଉନ ଥାନା ଅଧୀନକୁ ଓ ଶାମାଖୁଣ୍ଟା ବ୍ଲକର ବାଲଡିହା ଫଚାୟତର ଦୁଇଟି ଗ୍ରାମକୁ କୁଳିଅଣା ଥାନା ଅଧୀନକୁ ନିଆଯିବା ପାଇଁ ବିଭିନ୍ନ ସମୟରେ ଦାବି ହେଉଛି । ଯାହାଫଳରେ ସଦର ଥାନାର ଅଧୁକାରୀମାନେ ଦୀର୍ଘ ପଥ ଅତିକ୍ରମ କରି ସେହିସବୁ ଗ୍ରାମଗୁଡିକର ଶାନ୍ତିଶୃଙ୍ଖଳା ରକ୍ଷା ସହିତ ଅପରାଧ ନିୟନ୍ତ୍ରଣ ପାଇଁ ପ୍ରତିକୂଳ ପରିସ୍ଥିତିର ସାମ୍ରା କରିବାକୁ ପଡ଼ିଲା ନାହିଁ । ଏହି ଥାନା ଅଞ୍ଚଳରେ ତତ୍କ୍ଷଣାତ ଅପରାଧ ନିୟନ୍ତ୍ରଣ ପାଇ ପୁଲିସ ଅଧିକାରୀଙ୍କ ସମେତ କର୍ମଚାରୀ ନିୟୋଜିତ କରାଯିବାର ଆବଶ୍ୟକତା ରହିଛି । ଏହାବ୍ୟତୀତ ରାତ୍ରିକାଳୀନ ଟାଳି ପାଇଁ ୨୭ ଜଣ ହୋମଗାର୍ଡ ଓ ୧୪ଟି ଗ୍ରାମ ପାଇଁ ମାତ୍ର ୨୩ କିଏ ଗ୍ରାମରକ୍ଷୀ ନିୟୋଜିତ ଅଛନ୍ତି । ଯାହା ଫଳରେ ଗ୍ରାମଗୁଡିକରେ ଘହିବା ଅପରାଧ ସଂପର୍କରେ ସଦର ଥାନା ସଠିକ ସମୟରେ ଖବର ପାଇବାର ଆକାରରେ ରହୁଛି । ଏଥିସହିତ ତୃଣମୂଳସ୍ତରରେ ୧୨୪ଟିଗ୍ରାମର ତତ୍କ୍ଷଣାତ ଗ୍ରାମରକ୍ଷୀ ନିୟୋଜିତ କରିବାର ଆବଶ୍ୟକତା ରହିଛି । ଥାନାରେ ମାତ୍ର ଗୋଟିଏ ଗାଡି ରହିଥିବାରୁ ଏତେବଡ ଅଂଚଳକୁ ସଠିକ ସମୟରେ ଯାଆସ କରିବା ସହଜ ହେଉ ନାହିଁ । ଶାମାଖୁଣା ବ୍ଲକର ଶିମିଳିପାଳ ପାଦଦେଶରେ ଥିବା ଗ୍ରାମଗୁଡିକରେ ଆନ୍ତରାଜ୍ୟ ଅପରାଧୀମାନେ ଆସି ଆତ୍ମଗୋପନ କରୁଥିବାର କୁହାଯାଉଥିବା ବେଳେ ସେହି ଅଂଚଳ ପାଇଁ ଶାମାଖୁଣ୍ଟା ବ୍ଲକରେ ଏକ ଫାଣ୍ଡି ପ୍ରତିଷ୍ଠା କରିବାକୁ ବିଭିନ୍ନ ସମୟରେ ଦାବି ହେଉଥିଲେ ମଧ୍ୟ ଏଯାବତ୍ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ସେହିପରି ବାରିପଦା ସଦର ଥାନା କାର୍ଯ୍ୟାଳୟକୁ ପୋଡାସିଆ ଅଂଚଳକୁ ସ୍ଥାନାନ୍ତର କରିବା ସହିତ ବାରିପଦା ବ୍ଲକର ସଦର ଥାନା ଅଧୀନରେ ଥିବା ୫ଟି ଫଚାୟତ ମଧ୍ୟରୁ ଶଙ୍ଖାଭଙ୍ଗା, ବାକିଶୋଳ, ଚନ୍ଦନପୁର ଓ ରଜାବସା ଫଚାୟତ ପାଇଁ ରଜାବସାଠାରେ ଏକ ଫାଣ୍ଡି ପ୍ରତିଷ୍ଠାର ମଧ୍ୟ ଆବଶ୍ୟକତା ରହିଛି ।ଯାହାଫଳରେ ଏହି ଥାନା ଅପରାଧ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରିବ ।
ଅପରାଧ ନିୟନ୍ତ୍ରଣ ସଦର ଥାନା ପାଇଁ ଏକ ଚାଲେଞ୍ଜ
|
December 13, 2020 |