ଅପରାଧୀଙ୍କ ସୁରାକ୍ ପାଉନି ପୁଲିସ୍

Spread the love

ଉଦଳା, ୨୩/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା); ଉଦଳା ଅଞ୍ଚଳରେ ମାତିଛନ୍ତି ଲୁଟେରା । କିଛିଦିନ ହେଲା ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରିଥିବା ବେଳେ ଏବେ ଉଦଳା ପରିବା ମାର୍କେଟ ଉପରେ ଆଖି ପକାଇଛନ୍ତି। ମଙ୍ଗଳବାର ଓ ଶୁକ୍ରବାର ହାଟପାଳି ଦିନ ବାଇକ୍ ଲୁଟେରାମାନେ ଅଧିକ ସକ୍ରିୟ ହେଉଛନ୍ତି । ଗତ ୧୮ ତାରିଖ ଶୁକ୍ରବାର ଦିନ ନୁଦଡିହା ପଞ୍ଚାୟତ ବାସିନ୍ଦା ଲକ୍ଷ୍ମୀଧର ରାଉତ ପରିବା ମାର୍କେଟ ଆସିଥିବା ବେଳେ ତାଙ୍କ ବାଇକ୍‌ଟି ଚୋରି ହୋଇଯାଇଥିଲା । ଅଭିଯୋଗ ପରେ ଆଜି ପୁଲିସ ନିକଟସ୍ଥ ଆର୍ ଏସି କାର୍ଯ୍ୟାଳୟର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ହେଲେ ଏଥିରୁ କୌଣସି ସୁରାକ୍ ପାଇନି ପୁଲିସ । ତେବେ ପରିବା ମାର୍କେଟ ଭିତର କିଛି ନିର୍ଦ୍ଦିଷ୍ଟ ସ୍ଥାନରୁ କ୍ରମାଗତ ଭାବେ ବାଇକ୍ ଚୋରି  ହେଉଥିବାରୁ ଉକ୍ତ ସ୍ଥାନରେ ଉତ୍ତମମାନର ସିସିଟିଭି ଲଗାଇବାକୁ ଦାବି ଉଠୁଛି। ସୂଚନାଯୋଗ୍ୟ, ଗତମାସ ୨୮ ତାରିଖରେ ଅଦପାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓ ଚଳିତ ମାସ ୪ ତାରିଖରେ ରାଜୋର ଏକାଧିକ ବିଦ୍ୟାଳୟରୁ ଚୋରି ଘଟଣାରେ ଏ ଯାଏ ପୁଲିସ କୌଣସି ସନ୍ଧାନ ପାଇନଥିଲା ବୋଳ ବାଇକ୍ ଚୋରି ପୁଲିସର ଚିନ୍ତା ବଢ଼ାଇଛି।

Related Posts

About The Author

Add Comment