ଯାଜପୁର,୭.୬(ସନ୍ଧାନ ନିୟୁଜ/ମାନସ ରାଉତ): ଯାଜପୁର ଜିଲାର ବଡଚଣା ଅଞ୍ଚଳର ବିଭିନ୍ନ ଛକ ବଜାର ଗୁଡିକରେ ଥିବା ଜଳଖିଆ ଦୋକାନରେ ଏବେ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତ ହେଉଥିବାରୁ ତାହାକୁ ଖାଇ ବହୁଲୋକ ବିଭିନ୍ନ ପେଟରୋଗରେ ଆକ୍ରାନ୍ତ ହେଉଥିବାର ଜଣାଯାଇଛି । ବଡଚଣା ବଜାର,ଧାନମଣ୍ଡଳ,କାଞ୍ଜିଆ,ଦର୍ପଣ,ସିହା,ଶାଳପଡା,ଛତିଆ,ବୈରୀ,ବନ୍ଦାଳୋ,କୁନ୍ଦଳ,ବାଲିଚନ୍ଦ୍ରପୁର ଆଦି ବିଭିନ୍ନ ଛକରେ ଥିବା ଛୋଟବଡ ହୋଟେଲ ମାନଙ୍କରେ ନିମ୍ନମାନର ତେଲରେ ଜଳଖିଆ ଓ ଚଟପଟି ଖାଦ୍ୟ ପ୍ରସ୍ତୁତ କରାଯାଉଛି । ବିଶେଷ କରି ରାସ୍ତା କଡରେ ଠେଲାଗାଡି ଗୁଡିକରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଅତିନିମ୍ନମାନର ତେଲ ତିଆରି ହେଉଥିବା ଜଳଖିଆ ଖାଇ ରୋଗାଗ୍ରସ୍ତ ହେଉଛନ୍ତି । ସେହିପରି ବିଭିନ୍ନ ଛକରେ ଖରାଦିନ ପାଇଁ ବିକ୍ରୀ ହେଉଥିବା ଜୁସ ଓ ଲସି ଆଦି ଗୁଡିକରେ ରାସାୟନିକ କେମିକାଲ ଦିଆଯିବାରୁ ତାହାକୁ ଲୋକମାନେ ଗ୍ରହଣ କରି ନାନାଦି ପ୍ରକାର ରୋଗର ଶିକାର ହେଉଛନ୍ତି । ବଜାରରେ ମିଳୁଥିବା ଛେନା ଓ ପନିର ମଧ୍ୟ କ୍ଷୀର ବଦଳରେ ପାରସ ପାଉଡରରେ ଛେନା ପ୍ରସ୍ତୁତ କରାଯାଇ ଶସ୍ତାଦରରେ ବଜାରକୁ ଛଡା ଯାଉଛି । ଯାହା ହାତକୁ ସ୍ପଞ୍ଜପରି ଲାଗୁଥିଲେ ମଧ୍ୟ ପାଟିରେ ମିଳାଇବା ବଡ କଷ୍ଟକର ହେଉଛି । ଏବେ ବର୍ଷା ରିତୁ ଆରମ୍ଭରୁ ଜିଲ୍ଲା ପ୍ରଶାସନ ଓ ଖାଦ୍ୟ ନିରିକ୍ଷକ ଦୃଷ୍ଟି ନଦେଲେ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ପଡିବାର ସମ୍ଭାବନା ଦେଖାଦେଇଛି । ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ ଖାଦ୍ୟ ନିରିକ୍ଷକ ବିଭିନ୍ନ ଛକ ବଜାର ବୁଲି ଖାଦ୍ୟଗୁଡିକର ମାନ ଯାଞ୍ଚ କରିବା ସହିତ ମାନ ନିରିକ୍ଷଣ କରିବାର ବ୍ୟବସ୍ଥା ରହିଥିବା ବେଳେ ଆବଶ୍ୟକ ସ୍ଥଳେ ଖାଦ୍ୟକୁ ସଂଗ୍ରହ କରି ତାକୁ ପରିକ୍ଷାଗାରକୁ ପଠାଇ ସଠିକ ରହିଛିକି ନାହି ନିରୂପଣ କରିବା । କିନ୍ତୁ କୌଣସି ଦିନଟିଏ ହେଲେ ମଧ୍ୟ ଖାଦ୍ୟ ନିରିକ୍ଷକ ଏହି ଅଞ୍ଚଳକୁ ଆସୁନଥିବାରୁ ନିମ୍ନମାନର ଅପମିଶ୍ରିତ ଖାଦ୍ୟ ବଢିବଢି ଚାଲିଛି । ଏ ବିଷୟରେ ଜିଲା ମୁଖ୍ୟ ଚିକିସôା ଅଧିକାରୀଙ୍କୁ ପଚାରିବାରୁ ୪ଟି ଜିଲା ଦାୟୀତ୍ୱରେ ଖାଦ୍ୟ ନିରିକ୍ଷକ ରହିଛନ୍ତି । ଆମ ଜିଲାକୁ ସେ କେଉଁଦିନ ଆସନ୍ତି ମୁଁ ଜାଣିନାହିଁ ବୋଲି କହିଥିଲେ । ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ବିଭିନ୍ନ ସ୍ୱଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦାବୀ ହେଉଛି ।
ଅପମିଶ୍ରିତ ଖାଦ୍ୟରେ ଭାସୁଛି ବଡ଼ଚଣା: ଖାଦ୍ୟ ନିରିକ୍ଷକଙ୍କର ଦେଖାନାହିଁ
|
June 7, 2018 |