ଧରା ପୃଷ୍ଠରେ ଯିଏ ଜନ୍ମ ଗ୍ରହଣ କରେ ତାର ମୃତୁ୍ୟ ନିଶ୍ଚିତ । ସେ ମାନବ ହେଉ ଅଭା ଦାନବ ଅଭା ଭଗବାନ । ହେଲେ ଏଭଳି ଖୁବ୍ କମ୍ ଲୋକ ଧରା ପୃଷ୍ଠକୁ ଆସିଥାନ୍ତି ଏବଂ ନିଜର ଜ୍ଞାନ ଗରିମାରେ ସମସ୍ତଙ୍କ ହୃଦୟରେ ରହିଯାଇଥାନ୍ତି । ସେଭଳି ଏକ ବ୍ୟକ୍ତିତ୍ୱ ଥିଲେ ଅନିରୁଦ୍ଧ ସମାନ୍ତରାୟ । ଘର ଥିଲା ବଡଚଣା ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମରେ । ହେଲେ ଜ୍ଞାନରେ ସେ ଥିଲେ ହିମଳୟ ପରି ବିଶାଳ । ନିଜର ତପ ବଳରେ ସେ ପାଲଟିଯାଇଥିଲେ ‘ଅନ୍ୟ ଏକ ବୁଦ୍ଧ’ । ମୋର ପରିଚୟ ଅନିରୁଦ୍ଧ ଭାଇଙ୍କ ଠାରୁ ଆରମ୍ଭ ହୋଇଥିଲା ଯେବେ ଦୌନିକ ଖବର କାଗଜରେ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲି । ଯଦିଓ ପୂର୍ବରୁ ପରିବାର ସହିତ ଜଣାଥିଲା ହେଲେ ନିବିଡତା ଆସିଥିଲାମୋ ସାମ୍ବାଦିକତା ଜୀବନ ଆରମ୍ଭରୁ । ଅନିରୁଦ୍ଧ ଭାଇ ନିଜର ସାମ୍ବାଦିକତାର କର୍ମସାଥୀ ଭାବେ ମୋତେ ଯେ କାହିଁ ବାଛି ନେଇଥିଲେ ତାହା ମୁଁ ଜାଣେନା । ହେଲେ ମୋର ସତ୍ୟନିଷ୍ଠା ଏବଂ ସମାଜ ପାଇଁ କିଛି କରିବାର ଇଚ୍ଛାହିଁ ବୋଧ ହୁଏ ତାଙ୍କ ସହିତ କାମ କରିବାକୁ ସେ ମୋତେ ନିଜର କର୍ମସାଥି ଭାବେ ବାଛି ନେଇଥିଲେ । ଯେତେବେଳେ କର୍ମକ୍ଷେତ୍ରକୁ କୌଣସି ଖବର ପାଇଁ ଯାଉଥିଲୁ ଆଉ ବାଟରେ ଅନେକ କଥା ଆଲୋଚନାର ପ୍ରସଙ୍ଗ ପାଲଟି ଯାଉଥିଲା । କିନ୍ତୁ ମୃତୁ୍ୟକୁ ଯେମିତି ସେ ପାଖରେ ଦେଖିଥିଲେ । ଆଉ ସମାଜ ପାଇଁ ଅନେକ କିଛି କରିବା ପାଇଁ ସେ ବି ଯେମିତି ମୃତୁ୍ୟକୁ ଶୀଘ୍ର ଆଦରିବାକୁ ଚାହୁଁନଥିଲେ । ଏପରି ସ୍ଥଳେ ଗାଡିରେ ଯିବା ବେଳେ ଜୀବନ ମୂଲ୍ୟବାନ ବୋଲି ମୋତେ ବୁଝାଇବା ସହିତ ଗାଡି ଧିରେ ଧିରେ ଚଲାଇବାକୁ ପରାମର୍ଶ ଦେଉଥିଲେ । ଏହାପରେ ମୁଁ ଧିରେ ଧିରେ ତାଙ୍କ ଜାଣିବାକୁ ପାଇଲି କି, ସେ ଅନେକ ଜ୍ଞାନର ଅଧିକାରୀ ବୋଲି । ଅନେକ ସ୍ଥାନରେ ତାଙ୍କର ମୋତ ଏକାଠି ଅତିଥି ହୋଇଥିଲୁ । ଏବଂ ମୋର ସମାଜିକ କାମରେ ମଧ୍ୟ ସବର୍ଦା ତାଙ୍କୁ ଅତିଥି କରି କିଛି ଜ୍ଞାନ ଜାଣିବା ପାଇଁ ତାଙ୍କୁ ଡାକୁଥିଲି । ହଠାତ ଦିନେ ଏକ ପତ୍ରିକାରେ ତାଙ୍କର ବୌଦ୍ଧଧର୍ମ ସମ୍ପର୍କିତ ଅଗାଧ ପାଣ୍ଡିତ୍ୟର ନଦର୍ଶନ ଦେଖିବାକୁ ପାଇଥିଲି । ଏବଂ ତାକୁ ଏକଥରକେ ପଢ଼ିବା ପରେ ତାଙ୍କୁ ଫୋନ କରି ବୌଦ୍ଧଧର୍ମ ସମ୍ପର୍କିତ ଅନେକ ଚର୍ଚ୍ଚା ଆରମ୍ଭ କରିଥିଲି ଏବଂ କେତକ ତୃଟି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲି । ଯେହେତୁ ବୌଦ୍ଧଧର୍ମ ସମ୍ପର୍କରେ ମୁଁ ଗବେଷଣା ଆରମ୍ଭ କରିଥିଲି ଆଉ ସେଥିପାଇଁ ଅନେକ ଚର୍ଚ୍ଚା କରିବାକୁ ତାଙ୍କ ସହିତ ସବର୍ଦା ମନ ବ୍ୟାକୁଳ ଥିଲା । ଏଭଳି ଭାବରେ ଦିନେ ବୌଦ୍ଧଧର୍ମ ଉପରେ ତାଙ୍କର ଏକ ଗଳ୍ପ ‘ରାସ୍ତା ନିର୍ଗନ୍ଥ ଆଡକୁ’ ଯେଉଥିରେ ନାରୀ ଏବଂ ଉଲଗ୍ନତାକୁ ନେଇ ସମାଜରେ ପ୍ରତିଫଳିତ ହେଉଥିବା ଏକ ଅନ୍ଧବିଶ୍ୱାସକୁ ଏବଂ ନାରୀ ଦୃଢ଼ତାକୁ ପ୍ରତିପାଦିତ କରାଯାଇଥିଲା । ସେଦିନ ମୋତେ ଲାଗିଥିଲା ସେ ହୁଏତ ସାଧରଣ ମାନବ ନୁହଁନ୍ତି ସେ ହେଉଛନ୍ତି ଧରା ପୃଷ୍ଟରେ ଜନ୍ମ ଗ୍ରହଣ କରିଥିବା ‘ଅନ୍ୟ ଏକ ବୁଦ୍ଧ ବା କୌଣସି ବୋଧିସତ୍ତ୍ୱ’ । ସେ ବୌଦ୍ଧଧର୍ମକୁ ନେଇ ଯେପରି ଜ୍ଞାନ ଆହରୋଣ କରୁଥିଲେ ଆଉ ତାହାକୁ ସମାଜରେ ପ୍ରତିଫଳତି କରି ସମାଜକୁ ସୁଧାରିବାକୁ ଅପ୍ରାଣ ଉଦ୍ୟମ କରୁଥିଲେ ତାହା ମୁଁ କେବଳ ତାଙ୍କ ସହିତ ଚର୍ଚ୍ଚା କରି ଜାଣିବାକୁ ପାଇଥିଲି । ଅନେକ ସମୟରେ ବୌଦ୍ଧଧର୍ମ ଓଡିଶାରୁ ହଜି ଯାଇଥିବା ସମ୍ପର୍କରେ କିଭଳି ବ୍ରହ୍ମଣ ମାନଙ୍କ ଚଲାଖି ଆଉ ରାଜାଙ୍କ ଏକପାଖିଆ ବିଚାର ସହ ବାଉରୀ ସମ୍ପଦ୍ରାୟ ସୃଷ୍ଟି ସବୁ ବିଷୟରେ ମୋ ଆଗରେ ବର୍ଣ୍ଣନା କରି ଆମେ ଦୁଇ ଜଣ ବୌଦ୍ଧଧର୍ମ ଗ୍ରହଣ କରିବା ପାଇଁ ଅନେକ ଥର କହୁଥିଲେ । ବୌଦ୍ଧ ଧର୍ମ ଏବଂ ଦର୍ଶନ ଅର୍ଥନୀତିରେ ଏଭଳି ଜ୍ଞାନର ଅଧିକାରୀକୁ ମୁଁ ମୋର ଖୁବ ନିକଟରେ ପାଖରେ ପାଇ ନିଜକୁ ବହୁ ଗୈରବଶାଳୀ ଅନୁଭବ କରୁଥିଲି କାରଣ ଥିଲା ମୋ ସହିତ କେହିତ ଜଣେ ବିଭିନ୍ନ ସମ୍ପର୍କରେ ଖୋଲାଖୋଲି ଚର୍ଚ୍ଚା କରିପାରୁଥିଲି । ଏପରକି ବୌଦ୍ଧ ଅର୍ଥନୀତିକୁ ନେଇ ସେ ଦାରିଦ୍ର୍ୟ ମୁକ୍ତ ଭାରତର ସ୍ୱପ୍ନ ଦେଖିଥିଲେ । ସେ ଓଡିଶାର ଦାରିଦ୍ର୍ୟତା ଦେଖି କେବଳ ବୌଦ୍ଧ ଅର୍ଥନୀତିର ସଫଳ ପରିଚାଳନା ଦ୍ୱାରା ଓଡିଶା ଏବଂ ଭାରତର ଦାରିଦ୍ର୍ୟ ଦୂର ହୋଇପରିବ ବୋଲି ଦୃଢ଼ତାର ସହ ମତ ଦେଉଥିଲେ । ଏହାକୁ ନେଇ ମୁଁ ମଧ୍ୟ ମୋର ମାସିକ ମାଗଜିନ ‘ଆମ ଐତିହ’ରେ ପ୍ରକାଶ କରିଥିଲି । ମାତ୍ର କୌଣସି ଭୂଲ ଯୋଗୁ ତାଙ୍କ ନାମଟି ସେଥିରୁ କଟି ଯାଇଥିଲା । ଯେଉଥିପାଇଁ ସେ ମୋତେ ଅନେକ କଥା କହିଥିଲେ ଏପରକି ଜାଣିକି ନାଁ ଦେଲିନି ବୋଲି ଦୋଷାରୋପବି କରିଥିଲେ । ସେ ମୋ ଠାରୁ ଅନେକ କଥା ଆଶା ରଖିଥିଲେ । ଯେଉଁଠି ଭଲ ନଲାଗେ ସେଠାରୁ ସମ୍ମାନ ମିଳିଲେ ସୁଧା ସେ ଗ୍ରହଣ କରୁନଥିଲେ । ସାମ୍ବାଦିକତା ଜଗତରେ ଅନେକ ଆଘାତ ପ୍ରତିଘାତ ପାଇ ମଧ୍ୟ ଆମେ ନିଜର କର୍ମ ଜାରି ରଖିଥିଲୁ । ସେ ସର୍ବଦା ମୋର କଲମରୁ ତାଙ୍କ ବିଷୟରେ କିଛି ଲେଖିବାକୁ ଚାହୁଁଥିଲେ । କାରଣ ବୋଧହୁଏ ମୁଁ ଏକମାତ୍ର ବ୍ୟକ୍ତି ଥିଲିକି କଣ ଯେକି ତାଙ୍କର ସବୁ କଥା କାର୍ଯ୍ୟକୁ ଜାଣିଥିଲି । ସେ ବନ୍ୟଜନ୍ମୁ ସଂରକ୍ଷଣ ହେଉ ଅବା ତୃତୀୟପାଦ ମାଗାଜିନ ପ୍ରକାଶନ କଥା । ଏହାକୁ ଆରମ୍ଭ କରିବା ସମୟରେ ଏହାର କାର୍ଯ୍ୟ କରିବା ସମୟରେ ଅନେକ ଜ୍ଞାନ ପାଇଥିଲି । ଏପରକି ଏହା ବନ୍ଦ ହେବା ପରେ ସବୁଠାରୁ ଅଧିକ ଦୁଖଃ କରି ଏହାକୁ ପୁନଃ ପ୍ରସାରଣ କରିବାକୁ ବାରମ୍ବାର କହିଥିଲି । ମୋର କଥାକୁ ରଖି ସେ ମଧ୍ୟ ଜାନୁଆରୀ ମାସରେ ଏହାର ପୁଣିଥରେ ପ୍ରସାରଣ କରିବାକୁ କହି ଡିଟିପି କରିବାକୁ ଦେଇଥିଲେ । ମାତ୍ର ବିଧିର ବିଧାନ ଥିଲା ଅଲଗା । ଏହା ପୂର୍ବରୁ ସେ ମର୍ତ୍ତ୍ୟଧାମ ତ୍ୟାଗ କଲେ । ମାତ୍ର ମୁଁ ଜାଣେନା ତାଙ୍କ ସହିତ ରହି ମଧ୍ୟ ଅନେକ କରିବାର ଅଶା ଅଭିଳାସ ସମୟ ଏବଂ ଅର୍ଥର ଅପରିହାର୍ଯ୍ୟ ପାଇଁ ତାଙ୍କର ଅନେକ କାର୍ଯ୍ୟ ମୁଁ କରିପାରିନାହିଁ । ଯାହା ପାଇଁ ମୁଁ ଆଜି ଅନୁତପ୍ତ । ମୁଁ କଣ ଜାଣିଥିଲି ସେ ଏତେଶ୍ରୀଘ ମୋ ଠାରୁ ଏବଂ ଏ ସମାଜଠାରୁ ବିଦୟ ନେବେ ବୋଲି? ଯେମିତି ସୁନା ଚିହ୍ନେ ବଣିଆ ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ମୁଁ ତାଙ୍କୁ ବହୁତ ବଡ ଉପାଧିରେ ଦେବା ପାଇଁ ଯେଉଁ ଯୋଜନା କରି ଆସୁଥିଲି ତାହା ଆଜି ଅଧୁରା ହୋଇଗଲା । ବୋଧହୁଏ ସେ ହିଁ କେବଳ ଜାଣିପାରିଥିଲେ ଇହଧାମରେ ତାଙ୍କର ଆଉ ସ୍ୱଳ୍ପ ଦିନ ପାଇଁ ଆଉ ତାହାରି ସମୟ ଭିତରେ ମୋ ଠାରୁ ସେହି ଆଶା ଟିକକ ପୂରଣ କରିବା ପାଇଁ । ହେଲେ ମୋତେ ଏଭଳି ସମୟର ଗତିର ଖେଳ ଜଣାନଥିଲା । ତାଙ୍କ ବିଷୟରେ ଲେଖିଲେତ କଲମ କାଳି ଶେଷ ହୋଇଯିବ କିନ୍ତୁ ଲେଖା ସରିବ ନାହିଁ । ଏଭଳି ଭାବରେ ଗେଣ୍ଡଳିଆକୁ ନେଇ କରିଥିବା ରାଜ୍ୟସ୍ତରୀୟ ଖବର ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ‘ୱାଇଲ୍ଡ ଲାଇଫ ଆୱାଡ’ ପାଇଥିଲେ । ହେଲେ ତାକୁ ମୋ ଆଗରେ ଭିନ୍ନ ଡଙ୍ଗରେ ପରିପ୍ରକାଶ କଲାବେଳେ ମୁଁ ମଧ୍ୟ ଗର୍ବ ଅନୁଭବ କରିଥିଲି । ଏପରି ଭାବେ ମୁଁ ତାଙ୍କ ସହିତ ମିଶିବା ଯୋଗୁ ନିଜକୁ ଗର୍ବ ଅନୁଭବ କରେ ମୋ ପାଖରେ ଜଣେ ପ୍ରଚଣ୍ଡ ଜ୍ଞାନ ଗରିମାରେ ପୂର୍ଣ୍ଣ ବିଜ୍ଞ ବ୍ୟକ୍ତି ଜଣେ ମୋ ସହିତ ସର୍ବଦା ଦୁଖଃ ସୁଖରେ ପ୍ରତ୍ୟକ ଭାବେ ଛିଡା ହୋଇଥିଲେ । ଏବେବି ମୋ ଆତ୍ମା ବୁଝି ପାରୁନି କଣ ପାଇଁ ଏତେ ଶୀଘ୍ର ପ୍ରଭୃ ଆମ୍ଭ ମାନଙ୍କ ଠାରୁ ତାଙ୍କୁ ଛଡାଇନେଲେ । ହେଲେ ମୋ ମନ ତାଙ୍କୁ ଆଧୁନିକ ସଭ୍ୟତାର ବୁଦ୍ଧ ବୋଲି ଗ୍ରହଣ କରିନେଇଛି । ସେ ତ ନିଜର ନିର୍ବାଣ ମାର୍ଗରେ ଚାଲିଗଲେ । ଏବଂ ବୁଦ୍ଧତ୍ୱ ପ୍ରାପ୍ତି କଲେ । କିନ୍ତୁ ମନ ତାଙ୍କୁ ଆଉ ଥରେ ବୋଧିସତ୍ତ୍ୱ ରୁପରେ ପାଇବାକୁ ବ୍ୟକୁଳ ଭାବେ ଖୋଜୁଛି ଏବଂ ପ୍ରତିକ୍ଷଣରେ ଡାକୁଛି କେୁଉଁଠିକୁ ଗଲ ତୁମ୍ଭେ ଅନିରୁଦ୍ଧ ଭାଇ ଫେରିଆସ ଫେରିଆସ….. ଆଉ ତୁମେ ଚାହୁଁଥିବା କଥା ମୁଁ ସବୁ ଶୀଘ୍ର କରିଦେବି । ବାସ୍ ତୁମେ କେବଳ ଫେରିଆସ……
ତାଜା ଖବର
- ଭର୍ଚୁଆଲ ମାଧ୍ୟମରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ
- ଗ୍ରୁପ ଡ଼ି ଆସୋସିଏସନ ସଭାପତି ଙ୍କ ଧର୍ମଶାଳା ଗସ୍ତ।
- ମୁକୁନ୍ଦ ପାତ୍ର ଡ଼ିଗ୍ରୀ ମହାବିଦ୍ୟାଳୟ, ବଳରାମପୁର ବାର୍ଷିକ କ୍ରୀଡ଼ା ଉତ୍ସବ ଉଯାପିତ
- ଜମନକିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ; ଜୀବନରେ ଅସଫଳତା ହିଁ ସଫଳତାର ଚାବିକାଠି…..ବିଡ଼ିଓ ରବୀନ୍ଦ୍ର ସେଠୀ
- ଉଠିଲା ସ୍ୱାଭିମାନର ସ୍ୱର:ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ବାସିନ୍ଦା କାହିଁକି ନହେବେ, ବିଧାୟକ ପ୍ରାର୍ଥୀ !
- ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଇ-କେଓ୍ବାଇସି ସମୟ ସୀମା
- ଧନୁଯାତ୍ରାରେ କମ୍ପୁଛି ପରମାଣପୁର, ଆଜି ଆସୁଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
- ନବ ଦାସ ହତ୍ୟାକାଣ୍ଡ: ଦୁଇ ସପ୍ତାହ ମଧ୍ୟରେ ସିବିଆଇ ତଦନ୍ତ ଲାଗି ଚିଠି ଲେଖିବେ ଦୀପାଳି !
- ଅନଲାଇନ ଟ୍ରେଡିଂ ନାଁରେ ୪ କୋଟି ଠକେଇ: ଠକ ଅପହୃତ, ଟଙ୍କା ଭାଗ ବଣ୍ଟାକୁ ନେଇ ଗୋଷ୍ଠୀ ସଂଘର୍ଷ
- ପିପିଲି ବଜାର ଦେଇ ବସ୍ ଚଳାଚଳ ଦାବିରେ ରାସ୍ତାରୋକ