ବେତନଟୀ, 14/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ପଞ୍ଚାୟତ ଜାମନଣ୍ଡା ଗ୍ରାମକୁ ରାସ୍ତା ନାହିଁ କି ଗରିବ ପରିବାରଙ୍କ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ଖରା ଓ ବର୍ଷାକୁ ଏକ କରି ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ୩ ପରିବାର ସରକାରୀ ଘର ମିଳିବ, ହସ ଖୁସିରେ ଦିନ କଟିବ । ଏହି କଥା ଚିନ୍ତାକରି ଉକ୍ତ ଗ୍ରାମର ବିପ୍ରଚରଣ ବିଶ୍ବାଳ(୮୨) ନିଜର ଅନ୍ଧୁଣୀ ପତ୍ନୀକୁ ଛାଡି ଆରପାରିକୁ ଚାଲିଗଲେ ତଥାପି ସରକାରୀ ଘରଟିଏ ମିଳିଲାନାହିଁ । କେଉଁଠି ଡାମ୍ପୁଣ ଗଳି ଯାଉଛି ତ କେଉଁଠି ଛୁଞ୍ଚି ଗଳିପାରୁନି । ସରକାରୀ ନୀତି ନିୟମରେ ସବୁ ଚାଲିଛି ବୋଲି ପ୍ରଶାସନ ସରକାରଙ୍କୁ ରିପୋର୍ଟ ଦେଉଛି, ସରକାର କହୁଛି ସବୁ ଠିକଅଛି । ମାତ୍ର ପଞ୍ଚାୟତ ନିମନ୍ତେ ନିୟୋଜିତ ହୋଇଥିବା କର୍ମଚାରୀ ମାନେ ସଠିକ କାର୍ଯ୍ୟ କରୁଛନ୍ତି କି ନାହିଁ ତାହାର ସମୀକ୍ଷା ନହେବାରୁ ସରକାରୀ ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ପରିବାର ପାଇବା ଆଶାରେ ରହିଯାଇ ନେତାଙ୍କ ଦ୍ବାରସ୍ଥ ହେଉଛନ୍ତି ତଥାପି ନିଜର ସୁବିଧା ପାଇନପାରି ନିଜର ପରିବାରର ଦୁଃଖକୁ କାହାକୁ କହିବେ କହି ନପାରି ମନମାରି ରହିବାକୁ ବାଧ୍ୟ ହେଉଛି । ଏଭଳିଏକ ସ୍ପର୍ଶକାତର ଘଟଣା ଘଟିଛି ବେତନଟୀ ବ୍ଲକ ବୈଶିଙ୍ଗା ପଞ୍ଚାୟତର ଜାମନ ଗ୍ରାମର ୧ନମ୍ବର ୱାର୍ଡରେ । ଗ୍ରାମର ବିପ୍ରଚରଣ ବିଶ୍ବାଳ(୮୨) ଓ ତାଙ୍କ ଅନ୍ଧୁଣୀ ପତ୍ନୀ ସାବିତ୍ରୀ (୭୮)ଙ୍କ ପରିବାରର ଅନ୍ୟ କେହି ନଥିବା ବେଳେ ୪୦ବର୍ଷ ପୂର୍ବେ ନିଜର ଏକ ମାତ୍ର ପୁତ୍ରକୁ ହରାଇଛନ୍ତି । ଏବେ ସେମାନେ ନିଜର ୧୦ ଫୁଟିଆ ଘରେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ସେମାନେ ଅମ୍ପାନ ବାତ୍ୟାରେ କିଛି ସର କା ରୀ ସାହାଯ୍ୟ ମଧ୍ୟ ପାଇପାରିନଥିଲେ । ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଉକ୍ତ ବିପନ୍ନ ପରି ବାରକୁ ଭେଟି ଜିଲା ଜରୁରୀକାଳୀନ ଅଧୁକାରୀ ସୁଜ ୟ ପତିଙ୍କୁ ଫୋନ କରି ଏହି ଅସହାୟ ପରିବାରଙ୍କ ସମ୍ପର୍କରେ ଅବଗତ କରାଇଥିଲେ । ପରେ ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ବିଡିଓ ଅଦ୍ୟାବଧୂ ଉକ୍ତ ଗ୍ରାମକୁ ପରିଦର୍ଶନରେ ଯାଇନଥିବା ଜଣାଯାଇଛି । ସେହିପରି ଉକ୍ତ ଗ୍ରାମର ଭଗବାନ ଦାସ ୨ ଝିଅଙ୍କୁ ନେଇ କିଭଳି ପାଲବନ୍ଧା ଘରେ ରହୁଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜଗନ୍ନାଥ ଦାସ କିପରି ଗୋରୁ ଗୁହାଳ ଠାରୁ ଆହୁର ହୀନସ୍ତା ଘରେ ରହୁଛନ୍ତି ତାହା ଦେଖୁଲେ ଅନୁଭବ କରିହେବନାହିଁ । ଯେଉଁ ଘର ମାନଙ୍କରେ ସେମାନେ ରହୁଛନ୍ତି ସେଭଳି ଘରେ ଜୀବଜନ୍ତୁ ମଧ୍ୟ ରହିବା ଭଳି ଉପଯୋଗୀ ନୁହେଁ ବୋଲି ବିକାଶ ମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମୀ, ସଞ୍ଜୟ ମିଶ୍ର, ବିମଳେନ୍ଦୁ ମହାପାତ୍ର, ସଞ୍ଜିତ ଦାସଙ୍କ ସମେତ ବାବୁଲା ରାଉତ ଓ ବାବୁଲା ବେହେରା ପ୍ରକାଶ କରିବା ସହ ଜିଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ରାଜ୍ୟରେ ବିଜେଡି ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇବା ସହ ଭୋକ ଉପାସରେ କାହାରିକୁ ରହିବାକୁ ଦେବେନାହିଁ ଓ ସମସ୍ତଙ୍କୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ଡିଣ୍ଡିମ ପିଟୁଥିବା ବେଳେ ବୈଶିଙ୍ଗା ପଞ୍ଚାୟତର ଜାମନଣ୍ଡା ଗ୍ରାମ ଏଥିରୁ କିପରି ବାଦ ପଡିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ୩ ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ସେମାନେ ପିସି ଦେଇ ପାରୁନଥିବାରୁ ତାଙ୍କୁ ଘର ମିଳୁନାହିଁ ବୋଲି ଉପସ୍ଥିତ ଗ୍ରାମବାସୀ ପ୍ରକାଶ କରିଥିଲେ । ଉକ୍ତ ୩ ପରିବାର କେବେ ପାଇବେ ସରକାରୀ ବାସଗୃହ ତାହା ଦେଖୁକୁ ବାକିରହିଲା ।