ଅନ୍ଧାର ରାସ୍ତାରେ ବସିଥିଲା ଯମ: ଓଲଟିଲା ପିକଅପ୍ ଭ୍ୟାନ୍‌, ଚାଲିଗଲା ୯ ଜୀବନ

Spread the love

କୋରାପୁଟ ୩୧-୧ (ସନ୍ଧାନ ନିଉଜ) : ପିକ୍ଅପ୍ ଭ୍ୟାନ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କିନ୍ତୁ ୧୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡି ନିକଟରେ। ଦଶାହ କାର୍ଯ୍ୟ ସାରି ଛତିଶଗଡ଼ର କୁଲତା ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇତିବା ବେଳେ ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ୨ ଜଣ ଗୁରୁତର ଆହତଙ୍କୁ କୋରାପୁଟ ମେଡ଼ିକାଲ ଅଣାଯାଉଛି। କିଛି ଗୁରୁତର ଆହତଙ୍କୁ ଜଗଦଳପୁର ନେବା ସୂଚନାମିଳିଛି। ସମସ୍ତେ ଛତିଶଗଡ଼ ଜଗଦଲପୁର ଅଞ୍ଚଳର ହୋଇଥିବା ସୂଚନା ମିଳୁଛି।

Related Posts

About The Author

Add Comment